ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର 

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର 

 ତାଲୁକ ଆଇନ ସେବା ସମିତି ଧର୍ମଗଡ ଦ୍ୱାରା ସ୍ଥାନୀୟ ଉପଖଣ୍ଡ କାରାଗାର ପରିସରରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ସମ୍ନାନିତ ଅତିଥି ଭାବରେ ବରିଷ୍ଠ ଦେୱାନୀ ବିଚାରପତି ଇପ୍ସି ମହାନ୍ତି, ସରକାରୀ ଓକିଲ ଧୀରେନ୍ଦ୍ର ନାଥ ପାତ୍ର ଓ ରାଜେନ୍ଦ୍ର ମୁନି , ପାନେଲ ଓକିଲ ହରିଶ ଚନ୍ଦ୍ର ବାଗ, ସହକାରୀ ଜେଲ ସୁପେରିଟେଣ୍ଡେଣ୍ଟ ଶିଶିର ପରିଡା ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ତାଳୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଅଧିନିୟମ ୨୦୨୩ ଉପରେ ଅନ୍ତେବାସୀ ମାନଙ୍କୁ କହିଥିଲେ ତଥା ଏହି ସଂହିତା ଅନ୍ତର୍ଭୁକ୍ତ ବିଭିନ୍ନ ବିଷୟ ଯଥା ଏଫ.ଆଇ. ର, ବେଲ, ୱାରେଣ୍ଟ ଇତ୍ୟାଦି ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ କୁ ସରକାରୀ ଓକିଲ ରାଜେନ୍ଦ୍ର ମୁନି ପରିଚାଳନା କରିଥିବା ବେଳେ ବରିଷ୍ଠ ଓକିଲ ହରିଶ୍ଚନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉକ୍ତ କାରାଗାର ର ଅନ୍ତେବସି ମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିବାରେଏହି କାରାଗାରର କର୍ମକର୍ତା ବିଶେଷ ସାହାଯ୍ୟ ଓ ସହଯୋଗ କରିଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଡାବୁଗାଁ ବିଇଓ ଙ୍କୁ ଏକ୍ସ କେଡର- ୨୦୨୪ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା

masiha

କୁଜା ଜାନୀଗୁଡା ର ଆଶ୍ରମ ବିଦ୍ୟାଳୟ ଓ SSD ଉଚ୍ଚ ବିଦ୍ୟାଳୟ ରେ  ବାର୍ଷିକ ଉତ୍ସବଅନୁଷ୍ଠିତ

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର 

masiha

Leave a Comment

error: Content is protected !!