ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସନାତନ ସସ୍କୃତି ସହିତ ଜଡିତ ରହିବାକୁ ନେଇ, ସମାଜ ସଦ ଭାବନା ବୈଠକ ଅନୁଷ୍ଠିତ

ସନାତନ ସସ୍କୃତି ସହିତ ଜଡିତ ରହିବାକୁ ନେଇ, ସମାଜ ସଦ ଭାବନା ବୈଠକ ଅନୁଷ୍ଠିତ

 ନବରଙ୍ଗପୁର.୮/୧୦/() ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ସ୍ତରୀୟ ସର୍ବ ସମାଜ ସଦ ଭାବନା ବୈଠକ ଆଜି ପୂଜାରିଗୁଡା ସରସ୍ୱତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ବ୍ଲକର ବିଭିନ୍ନ ଗ୍ରାମରୁ ବ୍ରାହ୍ମଣ ସମାଜ , ପରଜା ସମାଜ ,କନ୍ଧ ସମାଜ, କଳିଙ୍ଗ ବୈଶ୍ୟ ସମାଜ ,ମାଳି ସମାଜ ,କ୍ଷତ୍ରିୟ ସମାଜ ଧାକଡ଼ ସମାଜ, ବଙ୍କା ସମାଜ ,ଡମ୍ବ ସମାଜ , କରଣ ପାଇକ ସାମାଜ, କୁମ୍ଭାର ସମାଜ ,ଗୌଡ଼ ସମାଜ ,ଭତ୍ରା ସମାଜ, କାମ୍ପ ସମାଜ, ଶୁଣ୍ଢି ସମାଜ ,ଅମନାତ୍ୟ ସମାଜ ଆଦି ର କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହି ସର୍ବ ସମାଜ ବୈଠକରେ ପ୍ରଦୀପ ପ୍ରଜ୍ଵଳନ ଓ ପ୍ରାରମ୍ଭିକ ସ୍ୱାଗତ ସଙ୍ଗୀତ ସହ ଆରମ୍ଭ ହୋଇଥିଲା ସଦ୍ ଭାବନା ବୈଠକ। ମୁଖ୍ୟଅତିଥି ଭାବେ ଥବୀର ବିଶୋଇ ,ମୁଖ୍ୟ ବକ୍ତା ଭାବେ ବିଶ୍ଵ ମୋହନ ତ୍ରିପାଠୀ ଯୋଗ ଦେଇଥିବା ବେଳେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଙ୍ଘର ଜିଲ୍ଲା ସହ ସଂଯୋଜକ ହରେ କୃଷ୍ନ ବିଶୋଇ ପରିଚାଳନା କରିଥିଲେ। ବୈଠକ ର ଉଦ୍ଦେଶ୍ୟ ସମସ୍ତ ସମାଜ ନିଜ ନିଜ ଜାତିର ପରମ୍ପରା ଯାହା ବି ହେଉ ନା କାହିଁକି ସେମାନେ ସଭିଏଁ ନିଜକୁ ହିନ୍ଦୁତ୍ୱ ବିଚାରଧାରା ଓ ସନାତନ ସଂସ୍କୃତି ସହ ଜଡିତ ହୋଇ ରହିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ।ବୈଠକରେ ସବୁ ସମାଜ ର ଜଣେ ଜଣେ ନିଜ ଜାତି ର ଚାଲି ଚଳଣି ପରମ୍ପରା ସଂସ୍କୃତି ସମ୍ପର୍କରେ ମତ ରଖିଥିଲେ। ହିନ୍ଦୁ ଧର୍ମର ଏକତା କିପରି ବଜାୟ ରହି ପାରିବ ସେହି ସମର୍କରେ ଆଲୋଚନା ହୋଇଥିଲା।ଏହିଭଳି ବୈଠକ ପ୍ରତି ୪ ମାସରେ ଥରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ବଂଶୀଧର ବିଶୋଇ ,ପିତାମ୍ବର ବିଶୋଇ, ଧନୁର୍ଜୟ ନାଏକ ,ଗୋକୁଳ ପଟ୍ଟନାୟକ ,ହରିହର ମିଶ୍ର , ଜିଲ୍ଲା ଓକିଲ ସଂଘ ସମ୍ପାଦକ ତପନ ସିଂ , ତୁଳା ରାମ ମାଝୀ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ ।ବାଲ୍ୟ ବିବାହ ବନ୍ଦ କରିବା ବିଭିନ୍ନ ପାରିବାରିକ କାର୍ଯ୍ୟକ୍ରମ ମଦ ମୁକ୍ତି କରାଯାଇଥିବା ବିବାହ ଯୌତୁକ ମୁକ୍ତ , ଉଦୁଲୁଆ ବିବାହ ବନ୍ଦ କରିଥିବା ବିଭିନ୍ନ ସମାଜ ତରଫରୁ ନିଜ ବକ୍ତବ୍ୟ ରଖିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସ୍ବରାଗିଣୀ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

ରାଜପୁର ଗ୍ରାମରେ ଦୋଳ ପୂର୍ଣ୍ଣିମା ଅବସରରେ ବିଶାଳ କଳସ ଶୋଭାଯାତ୍ରା 

masiha

ଗ୍ରୀଷ୍ମ ପ୍ରଭାବ ଓ ଅଂଶୁଘାତର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ  

masiha

Leave a Comment

error: Content is protected !!