ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧରା ଗ୍ରାମରେ ଡାକମେଳା ଉତ୍ସବ ପାଳିତ

କାମାକ୍ଷାନଗର (ମ ନି ସ)୨୫/୦୧_ସରକାର ଗରିବ ନିରୀହ ହିତାଧିକାରୀଙ୍କ ପାଇଁ ଅନେକ ସୁବିଧା କରି ଥାଆନ୍ତି। ଏଇ ଦେଖୁ ନାହାନ୍ତି ଡାକ ମେଳା ମାଧ୍ୟମରେ ଲୋକ ମାନକୁ ସଚେତନ କରିବା ସହିତ ଲୋକ ମାନେ କିଭଳି ମାଧ୍ୟମରେ ସାଇବର ଠକାମୀର ଶିକାର ନ ହେବେ , ସେଥି ପାଇଁ କଙ୍କଡ଼ାହାଡ଼ ଡାକ ବିଭାଗ ତରଫରୁ ସଚେତନ କରାଯାଉଛି। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କନ୍ଧରା ଗ୍ରାମରେ ଡାକ ମେଳା ଉତ୍ସବ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଡାକ ବିଭାଗ ସୁପରଟେଣ୍ଡ ଜଗଦୀଶ ଦାସ୍, ସମ୍ମାନିତ ଅତିଥି ଭାବେ ଡାକ ଇନ୍ସପେକ୍ଟର ପୁରୁଷୋତ୍ତମ ନାୟକ, କଙ୍କଡ଼ାହାଡ଼ ସରପଞ୍ଚ ଅନୁସୟା ସାହୁ, ସମାଜସେବୀ ପ୍ରସାଦ ବେହେରା, ଗଣମାଧ୍ୟମ ପ୍ରତିନିଧି ଅଙ୍କୁର ସିଂହ ଯୋଗ ଦେଇ ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଗରିବ ନିରୀହ ଲୋକ ମାନେ କିଭଳି ଭାବରେ ଜୀବନ ବୀମା କରିବା ସହିତ ସୁକନ୍ୟା ଖାତା ଖୋଲି ଆଗାମୀ ଭବିଷ୍ୟତରେ ଲାଭବାନ ହେବା ସହିତ ଲୋନ କିଭଳି ଭାବରେ ଅନଲାଇନ ମାଧ୍ୟମରେ ପାଇ ପାରିବେ ସେ ବିଷୟରେ ବିଶେଷ ଆଲୋଚନା କରିବା ସହିତ ସଚେତନ କରାଇ ଥିଲେ। ଏହି କାର୍ଯ୍ୟକ୍ରମରେ କଙ୍କଡ଼ାହାଡ଼ ବ୍ଲକର ସମସ୍ତ ପୋଷ୍ଟମାଷ୍ଟର ଯୋଗ ଦେଇ ଥିଲେ। ଏଥିରେ କଙ୍କଡ଼ାହାଡ଼ ପଞ୍ଚାୟତର ମହିଳା ଓ ପୁରୁଷ ଏହି ଡାକ ମେଳାରେ ଯୋଗ ଦାନ କରି ଡାକ ମେଳା ଉତ୍ସବକୁ ସୁଦୃଢ଼ କରିବା ସହିତ ଶାନ୍ତି ଶୃଙ୍ଖଳାର ସହିତ ଅଞ୍ଚଳବାସୀ ଡାକବିଭାଗକୁ ଧନ୍ୟବାଦ୍ ଅର୍ପଣ କରି ଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

୭ ଜଣ ଚାଷୀ ଙ୍କ ୧୬ ଏକର ଜମିର ଧାନ ଗଦା ନିଆଁ ଲାଗି ପୋଡି ଯାଇଛି 

masiha

କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ସହ ରକ୍ତ ଭଣ୍ଡାର ସ୍ଥାପନ କୁ ନେଇ ବିବେକ ସେନା ପକ୍ଷରୁ ଦାବିପତ୍ର

Sunil Chandra Nayak

ବ୍ଲକ ସ୍ତରିୟ ପରବ ଢେମସା ନାଚରେ ମଞ୍ଚ ଦୁଲୁକିଲା 

masiha

Leave a Comment

error: Content is protected !!