ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜୁନାଗଡ଼ ରେ ଭାରତ ଯୋଡ ଯାତ୍ରା

ଜୁନାଗଡ଼,୨୫/୧(ମ ନି ସ) ଜୁନାଗଡ଼ ଠାରେ ଜାତୀୟ କଂଗ୍ରେସର ଭାରତ ଜୋଡ ପଦ ଯାତ୍ରା କରାଯାଇ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ। ଏହି ଯାତ୍ରା ଜୁନାଗଡ ସହରର ହିଙ୍ଗିଲିବାହିଲି ଛକ ଠାରୁ ବାହାରି ସହରର ମୁଖ୍ୟ ରାସ୍ତା ହୋଇ ଲଙ୍କେଶ୍ୱରୀ ମନ୍ଦିରଠାରେ ପହଞ୍ଚି ଥିଲା। ଏହି ଯାତ୍ରାରେ ରାଜ୍ୟ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା କଳାହାଣ୍ଡି ବରପୁତ୍ର ଶ୍ରୀ ଭକ୍ତ ଚରଣ ଦାସ ଯୋଗଦାନ କରିଥିଲେ। ଭାରତ ଯୋଡ ଯାତ୍ରା ଉପରେ ରାଜ୍ୟ ସଭାପତି ତଥା ଉପସ୍ଥିତ କର୍ମ କର୍ତ୍ତା ଜନସାଧାରଣ ଅବଗତ କରିଥିଲେ।ଏହି ପଦଯାତ୍ରାରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ,ନଗର ସଭାପତି ଅମିତ ଅଗ୍ରୱାଲ, ପ୍ରଭାତ ଦାସ, ସମେତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ‘ଜନଜାଗରଣ ଅଭିଯାନ’

ଆଜି କଂଗ୍ରେସ ଦଳ ଛାଡି ବିଜେଡି ରେ ମିଶିଲେ ଜୟନ୍ତୀ ନଗର ର ବୁଟୁ ଜେନା ଓ ରିଣ୍ଟୁ ଜେନା

masiha

କୋକସରା ବ୍ଲକ କଂଗ୍ରେସର ନୂତନ ସଭାପତି ଭାବେ ମନୋନୀତ ହେଲେ ଲିଙ୍ଗରାଜ ବେହେରା, ବିଭିନ୍ନ ମହଲରୁ ଶୁଭେଚ୍ଛା

masiha

Leave a Comment

error: Content is protected !!