ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ତରଫରୁ ବିକ୍ଷୋଭ ପ୍ରଦର୍ଶନ

କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ତରଫରୁ ବିକ୍ଷୋଭ ପ୍ରଦର୍ଶନ

ନବରଙ୍ଗପୁର ୨୨.୧୨.୧୩ତାରିଖ ଚଳିତ ଶୀତକାଳୀନ ସଂସଦୀୟ ଅଧିବେଶନ ରେ ଉଭୟ ରାଜ୍ୟ ସଭା ଓ ଲୋକସଭା ର ୧୪୨ ଜଣ ସଦସ୍ୟ ଙ୍କୁ ଲୋକସଭା ବାଚସ୍ପତି ନିଲମ୍ବନ କରିବା ଦ୍ଵାରା ଭାରତୀୟ ଗଣତନ୍ତ୍ର ରେ ଏକ ଗଣତାନ୍ତ୍ରିକ ମୂଲ୍ୟ ବୋଧର ହତ୍ୟା ବୋଲି ବିରୋଧି କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ସମାଲୋଚନା କରିଛି।

ଏଥିପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି ନିର୍ଦ୍ଧେଶରେ ଆଜି ଭାରତ ବର୍ଷର ପ୍ରାୟ ସମସ୍ତ ଜିଲ୍ଲା ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଇଣ୍ଡିଆ ମେଣ୍ଟ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମୁନା ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାର ବରିଷ୍ଠ ସଦସ୍ୟ ମାନେ ମିଶି ଏହି ଅଗଣତାନ୍ତ୍ରିକ କାର୍ଯ୍ୟକୁ ନିନ୍ଦା କରିବା ସହ ସମସ୍ତ ସଦର ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ପିକେଟିଂ କରି ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିୟାରେ ପ୍ରଦାନ କରା ଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ମୁନା ତ୍ରିପାଠୀ,ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ଲକ୍ଷ୍ମୀ ଚନ୍ଦ୍ର ଟାକ୍ରି,ବହୁଜନ ସମାଜ ପାର୍ଟି ଜିଲ୍ଲା ସଭାପତି ଚନ୍ଦ୍ର ଧ୍ଵଜ ମାଝୀ,କମ୍ୟୁନିଷ୍ଟ ମହା ସଚିବ ରାଜେଶ ଜାନି ଯୋଗ ଦେଇଥିବା ବେଳେ,ଅନ୍ୟ ମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ କମିଟି ସଭ୍ୟା ମନିଷା ତ୍ରିପାଠୀ,ପୂର୍ବତନ ବିଧାୟକ ଭୁଜବଳ ମାଝୀ,ଆଦିବାସୀ କଂଗ୍ରେସ ଜିଲ୍ଲା ସଭାପତି ଦିଲ୍ଲିପ ପ୍ରଧାନୀ,ଦଳିତ ସେଲ୍ ଜିଲ୍ଲା ସଭାପତି ଅର୍ଜୁନ ସମରଥ, କିଶାନ ସେଲ ଜିଲ୍ଲା ସଭାପତି ମହେଶ୍ୱର ଭତରା,ସେବାଦଳ ଜିଲ୍ଲା ସଭାପତି ଶେଖ୍ ଚାନ୍ଦ ଉଅମାନୀୟା,INTUC ଜିଲ୍ଲା ସଭାପତି ଦିବାକର ପୂଜାରୀ,ନବରଙ୍ଗପୁର ବ୍ଲକ କଂଗ୍ରେସ ସଭାପତି ଅବଦୁଲ ଫିରୋଜ,ତେନ୍ତୁଳି ଖୁଣ୍ଟି ବ୍ଲକ କଂଗ୍ରେସ ସଭାପତି ପ୍ରହଲ୍ଲାଦ ହିଆଲ୍,ନବରଙ୍ଗପୁର ନଗର ସଭାପତି ପ୍ରଦୀପ ସାହୁ,ନବରଙ୍ଗପୁର ମଣ୍ଡଳ ସଭାପତି ମଧ୍ୟରେ ନବ ଜୀବନ ମନ୍ଦାର,କାଳୀ ପ୍ରସାଦ ଦାସ,ମଙ୍ଗଳା ମାଝୀ,ନନ୍ଦାହାଣ୍ଡି ବ୍ଲକ କଂଗ୍ରେସ ସମ୍ପାଦକ ଶାନ୍ତନୁ ଦାସ,ସୋସିଆଲ ମିଡିଆ ସଂଯୋଜକ ଅଜୟ ହିଆଲ,ରାଜ୍ୟ ସଂଖ୍ୟାଲଘୁ ସଂଯୋଜକ ସୁନାମ ପାତ୍ର ସୁନା,ମହେଶ ସାଗର,ମେଘ ହରିଜନ,ପ୍ରଭାତ ହରିଜନ ,ସୁନାଧର ଜାନି,ବିକାଶ ଖୂରା,ନରସିଂହ ଭତରା ପ୍ରମୁଖ ଯୋଗ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଜେଡ଼ି ଓ ବିଜେପିର ମୁଖା ଖୋଲିବ ନିର୍ବାଚନୀ ବଣ୍ଡ , କଂଗ୍ରେସ ପକ୍ଷରୁ ବିଶ୍ୱନାଥପୁରଠାରେ ସାମ୍ବାଦିକ ସମ୍ମିଳନୀ  

masiha

ଭାରତୀୟ ଜନତା ପାର୍ଟି ସାଙ୍ଗଠନିକ ବୈଠକ ଅନୁଷ୍ଠିତ 

masiha

ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାର ଏସ ଆଇ ଟି ତଦନ୍ତ ଓ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ ଇସ୍ତଫା ସମେତ ୧୩ ଦଫା ଦାବିରେ ମିଳିତ ବିରୋଧୀ ରାଜନୈତିକ ଦଳ ପକ୍ଷରୁ ରାଉରକେଲା ରେଳଷ୍ଟେସନ ସମ୍ମୁଖରେ ଗଣଧାରଣା

Sunil Chandra Nayak

Leave a Comment

error: Content is protected !!