ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳସି ଦେଖିବା ହେଲା କାଳ

ନବରଙ୍ଗପୁର—-:(ମସିହା) କଳସୀ ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଦୁଇ ବାଇକ ମଧ୍ୟରେ ମୁଁହା ମୁଁହି ଧକ୍କା ହେବା ଫଳରେ ତିନି ଜଣ ଗୁରୁତର ଥିବାର ସୂଚନା ମିଳିଛି!ସୂଚନା ଅନୁଯାଇ :ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ସିଲାଟି (uv15)ଗ୍ରାମର ମଧୁ ସରକାର (20)ଓ ମୁକେଶ ମଣ୍ଡଲ ଏକ ବାଇକ୍ ଯୋଗେ ନିଜ ଗାଁ ରୁ ଉମରକୋଟ ରେ ଚାଲିଥିବା ମାଁ ଠାକୁରାଣୀ ଙ୍କ କଳସି ଯାତ୍ରା ଦେଖିବାକୁ ଆସୁଥିଲେ। ସେପଟେ ମା ରୀନା ମଣ୍ଡଲ(43) ଓ ତାଙ୍କ ପୁଅ ନିଗମ ମଣ୍ଡଲ (22) ବାଇକ୍ ଯୋଗେ ଉମରକୋଟ ରୁ କଳସି ଦେଖି ରାତି ପ୍ରାୟ 8ଘଣ୍ଟା 15ମିନିଟ ସମୟରେ ନିଜ ଘର ଅଧିକାରୀଗୁଡା ଫେରୁଥିବା ସମୟରେ ଉମରକୋଟ ଓ ଅଧିକାରୀଗୁଡା ମଧ୍ୟରେ ଥିବା ଏକ ଧାନ ମିଲ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଙ୍କୁ ଏମ୍ବୁଲେନ୍ସ ଯୋଗେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା, ସେଠାରେ ରୀନା ମଣ୍ଡଲ, ନିଗମ ମଣ୍ଡଲ ଓ ମଧୁ ସରକାର ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କୋରାପୁଟ ସହିଦ ଲଖ୍ମଣ ନାୟକ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା!ପୋଲିସ ଏସ ଆଇ ପ୍ରକାଶ ଚନ୍ଦ୍ର ମିଶ୍ର ଏବଂ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବାଇକ ଜବତ କରିବା ଦୁର୍ଘଟଣା ର ତଦନ୍ତ ଜାରି ରଖିଛନ୍ତି!

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ବିଜେପି ସରକାର ଦେଶ ବାସୀଙ୍କୁ କ୍ଷମା ମାଗନ୍ତୁ #କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସଭା ଓ ରାଲି

Sunil Chandra Nayak

ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

Sunil Chandra Nayak

“ସୁବର୍ଣ୍ଣରେଖା “ଓ “ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ” ଆନୁକୁଲ୍ୟରେ “ଫକୀରମୋହନ ଜୟନ୍ତୀ ଓ ୨୭ତମ ବାର୍ଷିକ ଉତ୍ସବ” ପାଳନ

masiha

Leave a Comment

error: Content is protected !!