ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର

ଜୁନାଗଡ଼, ତା୧୮/୧୧(ମ ନି ସ)କଲାହାଣ୍ଡି ଜିଲା ଜୁନାଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବୁଧବାର କାର୍ଯ୍ୟ କ୍ଷେତ୍ରରେ ଯୌନ ଶୋଷଣ ର ଶିକାର ହେଉଥିବା ମହିଳା ଙ୍କ ଉପରେ ଏକ ଆଇନଗତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଶିବିରରେ ଆୟୋଜିତ ସଭାରେ ଓକିଲ ସଙ୍ଘ ସଭାପତି ଅଶୋକ ପାତ୍ର ସଭାପତିତ୍ବ କରିଥିଲେ | ଜେ ଏମ ଏଫ ସି /ସିଭିଲ ଜଜ ଜୁନାଗଡ଼ ସୀଙ୍କୁନ ରାୟ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ |ଡ.ଭଗବାନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ତଥା ଓକିଲ ସଙ୍ଘ ସଂପାଦକ ହିମାଂଶୁ ବରାଡ଼ ସହଯୋଗ କରିଥିଲେ |

ଉକ୍ତ ସଭାରେ କାର୍ଯ୍ୟକ୍ଷେତ୍ରରେ ଯୌନ ଶୋଷଣ ର ଶିକାର ହେଉଥିବା ମହିଳା ମାନେ କିପରି ଆଇନ ର ଆଶ୍ରୟ ନେବେ ଏ ନେଇ ସଚେତନତା କରା ଯାଇଥିଲା | ଉକ୍ତ ଆକ୍ଟ ୨୦୧୩ ମସିହାରେ ଆଇନରେ ପରିଣତ ହୋଇଥିଲା  ଉକ୍ତ କାର୍ଯ୍ୟକ୍ରମରେ ଜୁନାଗଡ଼ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ମହିଳା କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଜୁନାଗଡ଼ କୋର୍ଟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ |

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ

masiha

ଶ୍ରଦ୍ଧା ପକ୍ଷରୁ ଟିପିଡବ୍ଲୁଓଡିଏଲ୍ ସହଯୋଗରେ ଭିନ୍ନକ୍ଷମଙ୍କ ପାଇଁ ଥେରାପି ଅନ୍ ହୁଇଲ୍ସ ଉଦ୍ଘାଟିତ

ବଡଓଲମା ରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!