ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲା ସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ଡାବୁଗାଁ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା 

ଜିଲା ସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ଡାବୁଗାଁ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା 

ଡାବୁଗାଁ, ୧୮/୧୧(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ଜିଲାସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇ ପ୍ରଶଂସିତ ହୋଇଛନ୍ତି | ବରିଷ୍ଠ ବିଭାଗରେ ତର୍କରେ ଅମିତା ଭତ୍ରା (୧ମ) କୁଇଜରେ ହେମତା ଗଣ୍ଡ (୧ୟ), ଏକକ ନୃତ୍ୟରେ ଶିଖାରାଣି ହରିଜନ(୧ମ) ଓ କଲ୍ପନା ଗଣ୍ଡ (୩ୟ), ଚିତ୍ରାଙ୍କନରେ ସସ୍ମିତା ଧୁରୁଆ (୩ୟ), ବକୃତାରେ ସୁଶୀଳା ମାଝି (୨ୟ), ଦଳଗତ ନୃତ୍ୟରେ (୧ମ), ଭଲିବଲରେ (୧ମ), | ସେହିପରି କନିଷ୍ଠ ବର୍ଗରେ ତର୍କରେ ବିଜୁଳି ମାଝି (୧ମ) , କୁଇଜରେ ରଶ୍ମିତା ପୂଜାରୀ ଓ ଦେବକୀ ଗଣ୍ଡ (୨ୟ) ଓ ଭଲିବଲରେ (୨ୟ) ସ୍ଥାନ ଅଧିକାର କରିଥିଲେ | ଏମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନେ ରାଜ୍ୟ ସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତାରେ ଭାଗନେବେ | ଛାତ୍ରୀ ମାନଙ୍କ ସଫଳତାରେ ଶିକ୍ଷୟତ୍ରୀ ଶିକ୍ଷକ, ଅଭିଭାବକ ଓ ବିଦ୍ୟାଳୟର ପରିଚାଳନା କମିଟି ସଭ୍ୟମାନେ, ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ ଓ ପ୍ରଧାନ ଶିକ୍ଷୟତ୍ରୀ ଆରତୀ ବିଶୋୟୀ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବନ୍ଧୁଗାଁରେ ଭତ୍ତା ପାଇଁ କରୁଣ ଦୃଶ୍ୟ… ଥଣ୍ଡା କାକର ଖାଇ ମୃତ୍ୟ ବରଣ କଲେ ବୃଦ୍ଧା 

masiha

ଏସପିସିବି ପକ୍ଷରୁ ଓ.ସିଇ.ଏମ.ଏସ.ସମ୍ପର୍କିତ ସମ୍ବେଦନଶିଳତା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ଜୁନ୍ ୨୮ ତାରିଖ:  ଜିନ୍-ଜାକ୍ ରୁଷୋଙ୍କ ଦର୍ଶନ,ବିଶ୍ୱଯୁଦ୍ଧ,ଭର୍ସାଇ ସନ୍ଧି, ବିଜ୍ଞାନ ପଥ ଏବଂ ଜାତୀୟ ପରିସଂଖ୍ୟାନ ଦିବସ 

Sunil Chandra Nayak

Leave a Comment

error: Content is protected !!