ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଳଚେର ପ୍ରେସ୍ କ୍ଲବ୍ ( ନୋଭାଲ୍ )ର ଜାତୀୟ ପ୍ରେସ୍ ଦିବସ ପାଳନ 

ତାଳଚେର ପ୍ରେସ୍ କ୍ଲବ୍ ( ନୋଭାଲ୍ )ର ଜାତୀୟ ପ୍ରେସ୍ ଦିବସ ପାଳନ 

ତାଳଚେର ( ଆର୍ତ୍ତତ୍ରାଣ ପାଣି ) : ଆଜି ଦିବା ବାର ଘଣ୍ଟା ତିରିଶ ମିନିଟ ସମୟରେ ତାଳଚେର ହୋଟେଲ ବୃନ୍ଦାବନ ଅଡିଟୋରିଅମ୍ ଠାରେ ତାଳଚେର ପ୍ରେସ୍ କ୍ଲବ୍ ( ନୋଭାଲ୍)ର କର୍ମକର୍ତ୍ତା ଜାତୀୟ ପ୍ରେସ୍ ଦିବସ ପାଳନ କରି ଅଛନ୍ତି l ଏହି ଅବସର ରେ ପ୍ରେସ୍ କ୍ଲବ୍ ( ନୋଭାଲ୍) ର ସଭାପତି ପ୍ରବୀଣ କୁମାର ଦାସ ସଭାପତିତ୍ବ କରିଥିବା ବେଳେ, ତାଳଚେର ବାର୍ ଆସୋସିଆସନ୍ ର ପୂର୍ବତନ ସଭାପତି ସନ୍ତୋଷ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଅନୁଷ୍ଠାନର ଉପଦେଷ୍ଟା ସମାଜ ସେବୀ ତଥା ଲେଖକ ଜ୍ୟୋତି ରଞ୍ଜନ ଦାସ ଏବଂ ମୁଖ୍ୟ ବକ୍ତା ରୂପେ ବରିଷ୍ଠ ସାମ୍ବାଦିକ ଆର୍ତ୍ତତ୍ରାଣ ପାଣି ଓ ସମ୍ମାନୀତ ଅତିଥି ତଥା ଅନୁଷ୍ଠାନ ର ଆବାହକ ଜିତେନ୍ଦ୍ର ମହାପାତ୍ର ଏହି ସଭାକାର୍ଯ୍ୟ ଯୋଗ ଦେଇ ସଞ୍ଚଳନ କରିଥିଲେ l ମୁଖ୍ୟ ବକ୍ତା ଏହି ସଭାରେ ସାମ୍ବାଦିକଙ୍କ ସ୍ୱାଭିମାନ ଉପରେ ଗରୁତ୍ବ ଦେଇ ନିର୍ଭିକ ସାମ୍ବାଦିକତା କରିବାକୁ ଆହ୍ୱାନ ଦେବା ସହିତ ନ୍ୟୁଜ୍ କରିବା ସମୟରେ ରାଜନେତାଙ୍କ ପ୍ରତିଶୃତି କୁ ଯେମିତି ନ୍ୟୁଜ୍ କରି ମୁଖ୍ୟପୃଷ୍ଠାରେ ବସା ଯାଉଛି ଠିକ୍ ସେଇଭଳି ତାଳଚର ମାଟି ର ସମସ୍ୟା ପ୍ରତି ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ l ଜନତାଙ୍କ ସମସ୍ୟା ସହିତ ବିସ୍ଥାପିତ ଗୋ’ ସମ୍ପଦର ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ଉପସ୍ଥିତ ଗଣମାଧ୍ୟମ ପ୍ରତନିଧିଙ୍କୁ ବକ୍ତବ୍ୟ ମଧ୍ୟରେ ଅନୁରୋଧ କରିଥିଲେ l ଅନୁଷ୍ଠାନ ର ଉପଦେଷ୍ଟା ଜ୍ୟୋତି ରଞ୍ଜନ ଦାସ ତାଳଚେର ପ୍ରେସ କ୍ଲବ୍ ( ନୋଭାଲ୍ ) ର ପୃଷ୍ଠାଭୂମି ଏବଂ ଏହାର ଆଭିମୁଖ୍ୟ ଉପରେ ସାମ୍ୟକ ସୂଚନା ଦେଇଥିଲେ l ମୁଖ୍ୟ ଅତିଥି ଗଣତନ୍ତ୍ରର ଏହି ଚତୁର୍ଥ ସ୍ତମ୍ବ ର ଗୁରତ୍ୱ ଉପରେ ଜୋର ଦେଇ ନରପେକ୍ଷ ସମ୍ବାଦ ପରିବେଷଣ କରିବାକୁ ଆହ୍ୱାନ ଦେବା ସହିତ ସମ୍ବାଦ ପରିବେସଣ କରିବା ସମୟରେ ସରକାରୀ ଯୋଜନାର କାର୍ଯ୍ୟଶୈଳୀର ବାସ୍ତବତା ଲୋକ ଲୋଚନକୁ ଆଣିବାକୁ ପରାମର୍ଶ ଦେଇଥିଲେ l ଏହି ସଭାରେ ତାଳଚେର ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଙ୍କ ସହିତ ବରିଷ୍ଠ ଓକିଲ ଏବଂ ବୁଦ୍ଧିଜୀବୀଙ୍କ ଏକ ସମାଗମ ରେ ଜାତୀୟ ପ୍ରେସ୍ ଦିବସ ର ଗୁରୁତ୍ୱ ଆଲୋଚନା ଚକ୍ର ଉତ୍ସବଟିକୁ ସଭାପତି ଙ୍କ ଭୋଟ ଅଫ ଥାକ୍ସ ମଧ୍ୟରେ ଉଜ୍ଜାପନ ହୋଇଥିଲା l

Related posts

ସମାଜସେବୀ ଙ୍କ ବାଲିଯୋଡି ଅଞ୍ଚଳ ଗସ୍ତ

masiha

ଧର୍ମଗଡଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଖେଦାପଡା ଠାରେ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ 

masiha

Leave a Comment

error: Content is protected !!