ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଷ୍ଠୀ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” -୨୦୨୫ କାର୍ଯ୍ୟକ୍ରମ 

ଗୋଷ୍ଠୀ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” -୨୦୨୫ କାର୍ଯ୍ୟକ୍ରମ 

ଡାବୁଗାଁ, ୩୧/୧୦(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସରକାରୀ ନୁତନ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”-୨୦୨୫ କାର୍ଯ୍ୟକ୍ରମ ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସନୌଜ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ ଓ ବ୍ଳକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ସମ୍ମାନୀତ ଅତିଥି ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ, ବିଜେଡି ଯୁବ ନେତା ବବୁଲ ତ୍ରିପାଠୀ, ବିଜେପି କର୍ମୀ ନରେଶ କୁମାର ସିଂ, ନରୁ ସିଂ, ଡାବୁଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ମାଝୀ, ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତାମ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ସହ ଶିକ୍ଷା ଅଧିକାରୀ ଭଗବାନ ମାଝୀ, ସହ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ପ୍ରମୁଖ ଙ୍କ ଦ୍ଵାରା ଗୋଷ୍ଠୀ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” -୨୦୨୫ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରାଯାଇଥିଲା l ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ନେତାମ ଛାତ୍ରୀ ଛାତ୍ର ମାନଙ୍କୁ କ୍ରୀଡା କ୍ଷେତ୍ରରେ ଉତ୍ତୋରାତ୍ତର ଉନ୍ନତି କାମନା କରିସାରିବା ପରେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରରେ ହୋଇଥିବା ବିଭିନ୍ନ ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରୀ ଛାତ୍ର ଏଠାରେ ଭାଗନେଇ ପ୍ରତିଯୋଗୀତା ଆରମ୍ଭ କରାଯାଇଥିଲା l ଉକ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଡିବେଟ ,କୁଇଜ୍, ଚିତ୍ରାଙ୍କନ, ଇଲୋକେସନ,ବକ୍ତୃତା, ସୃଜନଶୀଳ ଲିଖନ, ପ୍ରବନ୍ଧ, ସଙ୍ଗୀତ, ଶ୍ରୁତ ଲିଖନ,ମଧ୍ୟାହ୍ନ ଭୋଜନ ଉପରେ ଚିତ୍ର କଳା ଓ ଶିଳ୍ପ କଳା,ନୃତ୍ୟ ପ୍ରତିଯୋଗୀତା ହୋଇଥିଲା l ପୁରସ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ସଭ୍ୟ ଧନ ସିଂ ଭତ୍ରl ଯୋଗ ଦେଇ ସମସ୍ତେ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା | ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ସୁନ୍ଦର ହୋଇ ସମସ୍ତଙ୍କୁ ଆନନ୍ଦିତ କରାଇଥିଲା l ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରସନ୍ନ କୁମାର ଦଣ୍ଡସେନା, ଧନଞ୍ଜୟ ବଡଜେନା, ହେମେନ୍ଦ୍ର ନାଥ ବେହେରା, ହେମନ୍ତ କୁମାର ପଣ୍ଡା, ଗୁପ୍ତେ ପ୍ରସାଦ ନାଗ, ଗୀତାଞ୍ଜଳି ବସ୍ତିଆ ପ୍ରମୁଖ ଙ୍କ ସହ କ୍ରିଡା ଶିକ୍ଷକ ହେମନ୍ତ କୁମାର ସାମଲ, କମଳାକାନ୍ତ ସାହୁ, ହରେକୃଷ୍ଣ ବାଡତ୍ୟା, ବିକାଶ ରଞ୍ଜନ ନିଶଙ୍କ, ସୁରେଶ ଚନ୍ଦ୍ର ବେହେରା, ଜଗନ୍ନାଥ ରାଓ, ରତିକାନ୍ତ ନାୟକ, ବିଦେଶୀ ମହାଙ୍କୁଡ, ରାଇସିଂ ପୂଜାରୀ, ମୋହନସିଂ ଗଣ୍ଡ, ସୌଭାଗ୍ୟ ବିଶ୍ଵାଳ ପ୍ରମୁଖ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ l ଶେଷରେ ଛାତ୍ରୀ ମାନଙ୍କ ସହ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦ୍ୱୟ, ଶିକ୍ଷୟତ୍ରୀଶିକ୍ଷକ ବୃନ୍ଦ ନୃତ୍ୟ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜନଜାତି ସୁରକ୍ଷା ମଞ୍ଚ ଡ଼ାବୁଗାଁ ମଣ୍ଡଳ ବୈଠକ

masiha

ଭୂପେନ ମହାପାତ୍ରଙ୍କ ଚେନାଏ ଗଳ୍ପ ପୁସ୍ତକ ଉନ୍ମୋଚନ ଓ ଆଲୋଚନାସଭା

masiha

ବିଷମକଟକ ଭାଜପା ମଣ୍ଡଳୀର ପୂର୍ତ୍ତ ବିଭାଗକୁ ଦାବିପତ୍ର ପ୍ରଦାନ , ବ୍ୟକ୍ତିଗତ ସ୍ୱାର୍ଥ ବଦଳରେ ଜନତାଙ୍କ ହିତ ପାଇଁ କାମ କରିବାକୁ ଯନ୍ତ୍ରୀଙ୍କୁ ତାଗିଦ

Sunil Chandra Nayak

Leave a Comment

error: Content is protected !!