ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲାମୁଣ୍ଡା ବ୍ଲକ ସ୍ତରୀୟ ଯାଦବ ସମାବେଶ.. ତୃତୀୟ ଥର ପାଇଁ ଗରୁଡଧ୍ୱଜ ସଭାପତି ଓ ନରୋତ୍ତମ ସଂପାଦକ ମନୋନୀତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ତେରେସିଂହା ସ୍ଥିତ ବେଲପଡା ପାଟଖଣ୍ଡା ଯାତ୍ରା ପଡିଆ ଠାରେ କର୍ଲାମୁଣ୍ଡା ବ୍ଲକ ସ୍ତରୀୟ ଯାଦବ ସମାବେଶ ଓ ବ୍ଲକ ସ୍ତରୀୟ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଗରୁଡଧ୍ୱଜ ଗହୀରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ତଥା କେସିଙ୍ଗା ନଗରପାଳ ନୃପରାଜ ଯାଦବ ମୁଖ୍ୟଅତିଥି, ଉତ୍‌କଳ ଯାଦବ ମହାସଭା ସାଧାରଣ ସଂପାଦକ କୀର୍ତ୍ତନ ନାଏକ ମୁଖ୍ୟବକ୍ତା, ଜିଲ୍ଲା ସାଧାରଣ ସଂପାଦକ ସଞ୍ଜୟ ଧଙ୍ଗଡା ମାଝୀ, ଜିଲ୍ଲା ଉପସଭାପତି ଦୁଲ୍ଲଭ ମାହାର, ଜିଲ୍ଲାଯୁବ ଯାଦବ ସଭାପତି ଗୋବିନ୍ଦ ବନଛୋର, ପୂର୍ବତନ ବ୍ଲକ ସଭାପତି ଲୋକନାଥ ଗହୀର, ବ୍ଲକ ଯୁବଯାଦବ ସଭାପତି ତଥା ଗଜବାହାଲ ସରପଞ୍ଚ ଅରବିନ୍ଦ ଗହୀର, ବରିଷ୍ଠ ଯାଦବ ସଂଗଠକ ମୋହନ ଥାପା, ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଯାଦବ ସମାଜ ର ସାଂଗଠାନିକ ଅଭିବୃଦ୍ଧି, ଜନଗଣନା ଉପରେ ଆଲୋକପାତ କରିଥିଲେ । ରାଜ୍ୟ ସରକାର ପ୍ରକାଶ କରିଥିବା କନେଷ୍ଟବଳ ନିଯୁକ୍ତିରେ ଓବିସି ଙ୍କ ପ୍ରତି ସ୍ଥାନ ସଂରକ୍ଷଣ କରାଯାଇ ନଥିବାରୁ ସଭାରେ ତୀବ୍ର ନିନ୍ଦା କରାଯାଇଥିଲା । ନୀଳମଣି ଗହୀର ସଭା ସଂଯୋଜନା କରିଥିବା ବେଳେ ବ୍ଲକ ସାଧାରଣ ସଂପାଦକ ନରୋତ୍ତମ ସେଲମା ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ପାଟଖଣ୍ଡା ଦେବୀ ଓ ଶ୍ରୀରାଧାକୃଷ୍ଣ ଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ତାପରେ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ଏଥିରେ ଲଗାତାର ଭାବେ ତୃତୀୟ ଥର ପାଇଁ ଶିକ୍ଷାବିତ ଗରୁଡଧ୍ୱଜ ଗହୀର ଓ ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା ସାଧାରଣ ସଂପାଦକ ଭାବେ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲେ । ଉପସଭାପତି ଭାବେ ମୂରଲୀ ପୋଢ ଓ ମାୟାଧର ଭୋଇ, ଯୁଗ୍ମସଂପାଦକ ଭାବେ ମକରଧ୍ୱଜ ବାଗ ଓ କୋଷାଧ୍ୟକ୍ଷ ଭାବେ ବିଦେଶୀ ଘିଭେଲା ମଧ୍ୟ ସର୍ବସମ୍ମତିରେ ମନୋନୀତ ହୋଇଥିଲେ । କାର୍ଯ୍ୟକାରୀ କମିଟି କୁ ନୃପମଣୀ ଗହୀର, ଭକ୍ତ କାଲସାଏ, ଫକୀର ଗହୀର, ଭଗତରାମ ଗହୀର, ରାଜୀବ ଲୋଚନ ଗହୀର, ବନମାଳି ବଗର୍ତ୍ତୀ, ପିତାମ୍ବର ବାଗ, ପ୍ରକାଶ କରୁଆଁ, ପ୍ରସନ୍ନ ହାତୀ, ତ୍ରିଲୋଚନ ବାଗ, ପବିତ୍ର ବାଗ, ବସନ୍ତ ବାଗ, ଚରଣ ବାଗ, ଚୁଡାମଣି ବାଗ, ଚୌଧୁରୀ ବାଗ, ରୁଦ୍ରପ୍ରସାଦ ଜାଲ, ଘନ ବଗର୍ତ୍ତୀ, କରୁଣା ଭୋଇ ପ୍ରମୁଖ ମନୋନୀତ ହୋଇଥିଲେ । ଏହି ସମାବେଶ ରେ ବ୍ଲକର ସମସ୍ତ ଅଞ୍ଚଳରୁ ପ୍ରାୟ ଦୁଇ ଶହ ରୁ ଅଧିକ ଯାଦବ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗଜାନନ ଗହୀର, ତରୁଣ ଗହୀର, ବୃନ୍ଦାବନ ବାଗ, ଶିଶିର ଗହୀର, ପ୍ରଦୀପ ଗହୀର (ସୁରୁ), ରତ୍ନାକାର ଭୋଇ, ପୁଣ୍ଡାରୀକାକ୍ଷ ଗହୀର, ନୀଳମଣି ବାଗ ଙ୍କ ସମେତ ତେରେସିଂହା ଓ କୁନ୍ଦେଇପାଲି ଗ୍ରାମଯାଦବ କମିଟି ସହଯୋଗ କରିଥିଲେ ।

(କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ବ୍ଲକସ୍ତରୀୟ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

masiha

ରାଇରଙ୍ଗପୁର ରେ ନୂତନ ଫ୍ୟୁଚର ଓଡ଼ିଶା ପଵ୍ଳିକ ସ୍କୁଲ ସାଂସଦଙ୍କ କରକମଳରେ ଶୁଭ ଉଦଘାଟିତ

Sunil Chandra Nayak

ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିରର ଉଦଯାପିତ 

masiha

Leave a Comment

error: Content is protected !!