ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଟି ବଚାଓ ବେଟି ପଢ଼ାଓ” ଉପରେ ସମନ୍ୱୟ ବୈଠକ ଅନୁଷ୍ଠିତ

ବେଟି ବଚାଓ ବେଟି ପଢ଼ାଓ” ଉପରେ ସମନ୍ୱୟ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, ୨୨/୦୯/୨୬: ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ବେଟି ବଚାଓ ବେଟି ପଢାଓ ଅନ୍ତର୍ଭୁକ୍ତ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଓ “ଶିଶୁ ପାଇ ଦିନ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂରଜ କୁମାର ପଟ୍ଟନାୟକ ଏବଂ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଫିସର ଉପସ୍ଥିତ ରହି ପ୍ରାସଙ୍ଗିକ ବିଷୟଗୁଡ଼ିକ ଉପରେ ଆଲୋଚନା କରିଥିଲେ। 

ସେହିଭଳି ବାଲ୍ୟ ବିବାହ ପ୍ରତିରୋଧ ପାଇ କି କି ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଉପରେ ମଧ୍ୟ ଉପସ୍ଥାପନ କରାଯାଇଥିଲା।ଜିଲା ଶିକ୍ଷା ଅଧିକାରୀ ଛାତ୍ରୀମାନଙ୍କ ଶିକ୍ଷା ପାଇଁ କଣ କଣ ସୁବିଧା ସୁଯୋଗ ରହିଛି ତାହା ଉପରେ ଆଲୋଚନା କରିଥିଲେ।ସେହିପରି ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ପୋଲିସ ବିଭାଗ, ଶ୍ରମ ବିଭାଗ ନିଜ ନିଜ ବିଭାଗରେ ଶିଶୁ ମାନଙ୍କ ସୁରକ୍ଷା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ଗୁଡିକ ଉପରେ ଆଲୋକପାତ କରିଥିଲେ।

 ସାମ୍ପ୍ରତିକ ସମୟରେ ତୃଣମୂଳ ସ୍ତରରୁ ଉଦ୍ୟମ କରି ସଚେତନତାର ଅଭିଯାନ ଆରମ୍ଭ କରି ଶିଶୁ ମାନଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ଵାରୋପ ପ୍ରଦାନ କରାଯିବା ନେଇ ବୈଠକ ରେ ଆଲୋଚନା କରାଯାଇଥିଲା । 

ସେହିଭଳି ବୈଠକ ରେ ବାଲ୍ୟ ବିବାହ ପ୍ରତିରୋଧ କରି ସି ଡି ପି ଓ ମାନେ ପଦକ୍ଷେପ ଗ୍ରହଣ କଲା ପରେ ମଧ୍ୟ ପରବର୍ତୀ ସମୟରେ ବିଭିନ୍ନ ସମସ୍ୟା ଉପୁଜୁଥିବା ନେଇ ପୋଲିସ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା। 

ଗ୍ରାମ ଶିଶୁ ସୁରକ୍ଷା କମିଟିର ନିୟମିତ ବୈଠକ, କିଶୋର ଟ୍ରାକିଙ୍ଗ ଖାତା ପୂରଣ, ଓ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଓ ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଘୋଷଣା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତପୋବନ ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ରାଇରଙ୍ଗପୁର ଟାଉନଥାନା ପକ୍ଷରୁ ତାମଳବନ୍ଧରେ ପୋଲିସ ସମିତି ବୈଠକ

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ

masiha

Leave a Comment

error: Content is protected !!