ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାର ଜନଜାତି ସଂଗ୍ରହାଳୟ ପରିଦର୍ଶନ କଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ

ରାଉରକେଲାର ଜନଜାତି ସଂଗ୍ରହାଳୟ ପରିଦର୍ଶନ କଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ

ରାଉରକେଲା ୨୮/୧୦, ଆଜି ରାଉରକେଲା ଓ୍ବାନ୍ ଠାରେ ନିର୍ମାଣ କରାଯାଇଥିବା ଜନଜାତି ସଂଗ୍ରହାଳୟକୁ ପରିଦର୍ଶନ କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ। ଆସନ୍ତା ଡିସେମ୍ବର ୨୦୨୫ରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ଉଦ୍ଘାଟିତ ହେବାକୁ ଥିବା ଜନଜାତି ସଂଗ୍ରହାଳୟର କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲା ବେଳେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଏହି ପରିଦର୍ଶନ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ଶେଷ ପର୍ଯ୍ଯାୟରେ ପହଞ୍ଚି ସାରିଥିବା ଜନଜାତି ସଂଗ୍ରହାଳୟର ନିର୍ମାଣ କାର୍ଯ୍ୟକୁ ଦେଖି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ବହୁତ ପ୍ରଶଂସା କରିବା ସହିତ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତିଙ୍କ ଦ୍ୱାରା ଜନଜାତି ସଂଗ୍ରହାଳୟ ଉଦ୍ଘାଟିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ସୂଚନା ଦେଇଥିଲେ।

     ଆଜିର ଜନଜାତି ସଂଗ୍ରହାଳୟ ପରିଦର୍ଶନ ସମୟରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ସହିତ ରାଉରକେଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଭାଜପା ନେତା ପ୍ରକାଶ ପାଶୱାନ, ଖୁସବୁ ଯାଦବ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ ଖୁସି ପ୍ରକଟ କରିବା ସହିତ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଜନଜାତି ସଂଗ୍ରହାଳୟ ପର୍ଯ୍ଯଟକଙ୍କ ପାଇଁ ବେଶ୍ ଉପଯୋଗୀ ହୋଇଛି। ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀ ଓରାମ ଆଶା ପ୍ରକଟ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କ ଦ୍ବାରା ଜନଜାତି ସଂଗ୍ରହାଳୟ ଉଦ୍ଘାଟିତ ହେବ ବୋଲି ସୂଚନା ଦେଇଥିଲେ। ଏହି ଜନଜାତି ସଂଗ୍ରହାଳୟ ଏକ ପର୍ଯ୍ଯଟନ ସ୍ଥଳୀରେ ପରିଣତ ହେବ। ଏହାକୁ ଦେଖି ଯେକୌଣସି ପର୍ଯ୍ଯଟକ ଭାବିବ ଯେ ସେ କୌଣସି ଜନଜାତି ଗ୍ରାମ ପରିଭ୍ରମଣ କରୁଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସ୍ମାର୍ଟ ସିଟିର ସ୍ଥପତି ସର୍ବଶ୍ରୀ ସାର୍ଥକ ସୈ।ରଭ ରଥ, ଉତ୍ତମ ମହାନ୍ତି, ଦେବସ୍ମିତା ମହନ୍ତ,ପ୍ରୟଶା ପାଟ୍ଟଶାଣୀ, ଅମରଜିତ୍ ବେହେରା,ଅଦୈତ୍ୟ ପାତ୍ର, ସୁଧାଂଶୁ ଶେଖର ପାଗଡା ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଦାମ ପାହାଡ଼ରେ ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ସ୍ବେଛାସେବୀ ସଂସ୍ଥା ” ପିପୁଲ ଉଇଥ ଏଚଆଇଭି” ତରଫରୁ ପୁଷ୍ଟିକର ଖାଦ୍ୟ ବଣ୍ଟନ

masiha

ବାହାରପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯକ୍ରମ   

Sunil Chandra Nayak

ଶିଶୁ ଶ୍ରମିକ ଲଗାଇ ବିନା ସୂଚନା ଫଳକରେ ଚାଲିଛି ପାଚେରୀ କାମ,କାର୍ଯ୍ୟନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ

Sunil Chandra Nayak

Leave a Comment

error: Content is protected !!