ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଣି ପାଇଁ ଜଙ୍ଗଲ ଉଜୁଡ଼ିବା କାଳ ସାଜିଛି ବନ୍ୟ ଜନ୍ତୁଙ୍କ ପାଇଁ,ରେଳ ଧାରଣା ପାର ସମୟରେ ରେଳ ଧକ୍କାରେ ମାଈ ହାତୀ ମୃତ

ଖଣି ପାଇଁ ଜଙ୍ଗଲ ଉଜୁଡ଼ିବା କାଳ ସାଜିଛି ବନ୍ୟ ଜନ୍ତୁଙ୍କ ପାଇଁ,ରେଳ ଧାରଣା ପାର ସମୟରେ ରେଳ ଧକ୍କାରେ ମାଈ ହାତୀ ମୃତ।

ବଡ଼ବିଲ – କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି କ୍ଷତ୍ରରେ ଅତ୍ୟଧିକ ଖଣି ପାଇଁ ଜଙ୍ଗଲ କଟା ତଥା ଖଣି ଖନନର ମାତ୍ର ନିୟନ୍ତ୍ରଣ ବାହାର ଯୋଗୁ ଦିନକୁ ଦିନ ବନ୍ୟ ଜନ୍ତୁ ନିକଟ ଜନବସତି ଆଡକୁ ମୁହଁl ହେବାରେ ଲାଗିଛନ୍ତି।ଏପରିକି ଖଣି ପାଇଁ ଜଙ୍ଗଲ କଟା ହେବା ଦ୍ବାରା ବନ୍ୟପ୍ରାଣୀ ଖାଦ୍ୟ ଏବଂ ପାଣି ସଂଗ୍ରହ ନିମନ୍ତେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଅ ଆସ କରିବା କାଳ ସାଜୁଛି।ସେହିପରି ବୁଧବାର ବଡି ଭୋର ସକାଳ ସମୟରେ ଏକ ମାଈ ହାତୀ ରେଳ ଧାରଣା ପାର କରୁଥିବା ବେଳେ ଏକ ମାଲବାହୀ ରେଳ ଧକ୍କା ଦେଇଥିବାରୁ ମାଈ ହାତୀଟିର ମୃତ୍ୟୁ ଘଟିଥିବାର ଖବର ଜାଣିବାକୁ ମିଳେ ।ତେବେ ଘଟଣା ଅନୁଯାୟୀ ଚମ୍ପୁଆ ରେଞ୍ଜର ପଳଶl ପଞ୍ଚାୟତର ବାମେବାରୀ ସେକ୍ସଶନର ଉଚ୍ଚବାଲି ନିକଟ ରେଳ ଧାରଣାରେ ଭୋର ସମୟରେ ମାଈ ହାତୀଟି ଅତିକ୍ରମ କରୁଥିବା ସମୟରେ ମାଈ ହାତୀଟିକୁ ଅନ୍ୟ ପଟୁ ଆସୁଥିବା ଏକ ମାଲବାହୀ ରେଳର ଧକ୍କା ଦେବା ଫଳରେ ହାତୀର ମୃତ୍ୟୁ ଘଟିଛି।ଘଟଣା ସ୍ଥାନରେ ନିକଟ ଗ୍ରାମବାସୀଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଗ୍ରାମବାସୀଙ୍କ କହିବା କଥା ଯେ ଅତ୍ୟଧିକ ଖଣି ଖନନ ଦ୍ଵାରା ଜଙ୍ଗଲୀ ଜନ୍ତୁ ତଥା ଅଞ୍ଚଳରେ ହାତୀ ସଂଖ୍ୟା ଲୋପ ହେବାକୁ ବସିଲାଣି।ଏପରିକି ଖଣି ପାଇଁ ଜଙ୍ଗଲ ନଷ୍ଟ ହେବl ଦ୍ଵାରା ସେମାନେ ପ୍ରାୟ ସମୟରେ ଜନବସତି ମୁହାଁ ହୋଇ ଖାଦ୍ୟ ଓ ପାଣିର ସନ୍ଧାନ ନିମନ୍ତେ ରେଳ ଫାଟକ ବାରମ୍ବାର ଅତିକ୍ରମ କରିବା ଦ୍ୱାରା ଦୁର୍ଘଟଣା ଘଟି ହାତୀ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି।ଆଗାମୀ ଦିନରେ ଖଣି ବିଭାଗ ଖଣି କମ୍ପାନୀଙ୍କୁ ଖଣି ଖନନ କରିବା ସହ ନୂତନ ଜଙ୍ଗଲ ସୃଷ୍ଟି ପ୍ରତି ନିର୍ଦ୍ଦେଶ ପ୍ରଦାନ କରିବାରେ ସହଯୋଗ ଆବଶ୍ୟକ ଥିବା ବେଳେ ବନ ବିଭାଗ ଜଙ୍ଗଲ ରକ୍ଷଣ ପ୍ରତି ସଜାଗ ହୋଇଲେ ଯାଇ ହାତୀ ପରି ଜୀବର ସୁରକ୍ଷା ବଢିବା ସହ ଅନ୍ୟାନ୍ୟ ଜୀବଜନ୍ତୁ ନିଜକୁ ସୁରକ୍ଷା ମନେ କରିବେ।ତେବେ ଘଟଣା ସ୍ଥଳରେ ବନ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ ପକ୍ରିୟl ଆରମ୍ଭ କରିଥିବାର ଜାଣିବାକୁ ମିଳେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ସୀମାରେ ସୁରକ୍ଷା, ସମାଜରେ ଜୀବନଦାନ: ବୀର ଯବାନଙ୍କ ମହାନତା

ସରସ୍ବତୀ ମନ୍ଦିରରେ ବାର୍ଷିକ କ୍ରୀଡା ଉତ୍ସବ

masiha

ଶୃଖଂଳିତ ରଥଯାତ୍ରା ପାଇଁ ବିଭିନ୍ନ ବିଭାଗକୁ ନେଇ ସମନ୍ୱୟ ବୈଠକ ଆସନ୍ତା କାଲି ସୁଦ୍ଧା ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ ଉପରେ ଗୁରୁତ୍ୱାରୋପ

Sunil Chandra Nayak

Leave a Comment

error: Content is protected !!