ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଶବ ନଗର ଶାଖାର ବାଲ୍ମିକୀ ଜୟନ୍ତୀ ସମାରୋହ

କେଶବ ନଗର ଶାଖାର ବାଲ୍ମିକୀ ଜୟନ୍ତୀ ସମାରୋହ

ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖା ତରଫରୁ ତୁମକେଲା ଶ୍ରୀଜଗନ୍ନାଥ ମନ୍ଦିରରେ ବାଲ୍ମିକୀ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ନିର୍ମଳ ମୁଣ୍ଡା ଓ୍ବଲଫେୟାର ଟ୍ରଷ୍ଟ ତୁମକେଲା ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେଶବ ଶାଖାର ଉପସଭାପତି ପ୍ରବୀର କୁମାର ଦୁବେଙ୍କ ସଭାପତିତ୍ବ କରିଥିଲାବେଳେ ମୁଖ୍ୟଅତିଥି ଭାବେ ସମାଜସେବୀ ପ୍ରେମଚାନ୍ଦ ପଶାୟତ, ସ୍ବତନ୍ତ୍ର ଅତିଥି ଭାବେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ,ବିଷୟ ବିଶେଷଜ୍ଞ ଭାବେ କେଶବ ନଗର ଶାଖାର ସଭାପତି ଶିକ୍ଷାବିତ୍ ବିଜୟିନୀ ଜେନା ଓ ସମ୍ପାଦିକା ସୁସ୍ମିତା ମହାପାତ୍ର ଯୋଗଦେଇ ଆଲୋଚ୍ୟ ବିଷୟ ମହାଭାରତୀୟ,ମହାଜାଗତିକ, ମହାମାନବିକତାର ଆଦର୍ଶ ଋପକାର ମହର୍ଷି ବାଲ୍ମୀକୀ ସମ୍ପର୍କରେ ଆଲୋଚନା କରିଥିଲେ। ବିଷୟ ବିଶେଷଜ୍ଞମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଭାରତୀୟ ସଂସ୍କୃତି ପରମ୍ପରା ଅନନ୍ୟ। ବାଲ୍ମିକୀଙ୍କୁ ଆଦିକବି ବୋଲି ମାନ୍ୟତା ପାଇଥିବା ବେଳେ ରାମାୟଣରେ ପିତୃଭକ୍ତି, ପତିବ୍ରତା,ଭାତୃପ୍ରେମ, ପ୍ରତିଜ୍ଞାବଦ୍ଧତା ରହିଛି ଯାହା ମାନବ ଜାତି ପାଇଁ ଅମୂଲ୍ୟ ବାର୍ତ୍ତା ପ୍ରଦାନ କରୁଛି। ସେହିପରି ଆର୍ଯ୍ୟ ସଭ୍ୟତା ଅନାର୍ଯ୍ୟ ସଭ୍ୟତା ତଥା ରାମ କିପରି ଆର୍ଯ୍ୟ ସଂସ୍କୃତିର ପ୍ରତୀକ, ବଳରାମ ଦାସ ଓ ତୁଳସୀ ଦାସଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ମମତା ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ଦୁବେ ସଭାପତିତ୍ବ ଅଭିଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତ, ପ୍ରାକ୍ କଥନ ରଖିଥିଲେ। ସ୍ବତନ୍ତ୍ର ଅତିଥି ଶ୍ରୀ ତନ୍ତୀ ଓ ମୁଖ୍ୟଅତିଥି ଶ୍ରୀ ପଶାୟତ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକ୍ରମ ଆମ ସଂସ୍କୃତି, ପରମ୍ପରା, ଐତିହ୍ୟ ସମ୍ପର୍କରେ ସାର୍ବଜନୀନ କରୁଥିବାରୁ ଏହା ସମସ୍ତଙ୍କର ଗ୍ରହଣୀୟ ହୋଇପାରିଛି ବୋଲି ମତ ରଖିଥିଲେ । ଏହି ଅବସରରେ ବିଶିଷ୍ଟ ସଂଗଠକ ଜଗନ୍ନାଥ ରାଉତଙ୍କୁ ଶାଖାର କାର୍ଯ୍ୟକାରୀ ସଭାପତି ରୂପେ ଦାୟିତ୍ୱ ପ୍ରଦାନ କରି ନାରିକେଳ ଓ ଉତ୍ତରୀୟ ପ୍ରଦାନ ତଥା ମମତା ନନ୍ଦ ଓ ପ୍ରଭାବତୀ ପଶାୟତଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜା ସିଂ ବଂଶୀ ବାଦନ କରି ଏକ ସଂଗୀତମୟ ପରିବେଶ ସୃଷ୍ଟି କରିଥିଲେ। ଶେଷରେ ସହ ସମ୍ପାଦିକା ସୁମିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ କାଶୀନାଥ ନନ୍ଦୀ, କରୁଣାକର ପାଟ୍ଟଶାଣୀ, ଟ୍ରଷ୍ଟର ଜେଠୁ ମହାତୋ, ସଂପାଦକ ବଳରାମ ସମାସୀ, ମନ୍ଦିର ଟ୍ରଷ୍ଟର ଜଗଦୀଶ ପଶାୟତ, ରାଜେଶ ପ୍ରସାଦ, ଯୋଗେଶ୍ୱର ପଶାୟତ, ଚନ୍ଦ୍ରମଣି ପଶାୟତ,ବିରଜୁ ପଶାୟତ, ପାର୍ବତୀ ମାହାତୋ, ଗାୟତ୍ରୀ ପଶାୟତ, ବାସନ୍ତୀ ଖାଡିଆ, ସୁମିତ୍ରା ପଶାୟତ, ଦେବାଶିଷ ଦେ, ସବିତା ପଶାୟତ, ସୀତା ତନ୍ତୀ,ନିଳାବତୀ ପୁରନ,ସାରିକ ସମାସୀ,କୈ।ଶଲ୍ୟା କୁଲୁ, ଗୀତା ଖଡିଆ,ମୀନା ଖଡିଆ, ନିକିତା ଖଡିଆ, ପୂର୍ଣ୍ଣିମା ଖାଡିଆ, ମୀନାକ୍ଷୀ ଖାଡିଆ, ଲବଣୀ ସିଂ, ସାବିତ୍ରୀ ସିଂ ଙ୍କ ସମେତ ବହୁ ତୁମକେଲା ବାସୀ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

National Odissi dancer Sriyashree Pati was honored with the Ekamra Pratibha Ratna award.

masiha

ସରକାରଙ୍କ ୨ ବର୍ଷ ପୂର୍ଷିରେ ଜାତି ଜନଜାତି ସମ୍ବାଦ ବୈଠକ

Sunil Chandra Nayak

ସ୍ଥାୟୀ ଶିକ୍ଷକ ଦାବିରେ ଅଭିଭାବକ ମାନେ ସ୍କୁଲରେ ପକେଇଲେ ତାଲା

Sunil Chandra Nayak

Leave a Comment

error: Content is protected !!