ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରମିକ ନେତା କାହ୍ନୁଚରଣ ସୂତାର ଙ୍କ ବିୟୋଗରେ ସି ଆଇ ଟି ୟୁ ର ଶୋକ 

ଶ୍ରମିକ ନେତା କାହ୍ନୁଚରଣ ସୂତାର ଙ୍କ ବିୟୋଗରେ ସି ଆଇ ଟି ୟୁ ର ଶୋକ 

ସୁନ୍ଦରଗଡ଼ ଜିଲ୍ଲାର ସି ଆଇ ଟି ୟୁ ର ଶ୍ରମିକ ନେତା ତଥା ଆଇ ଡି ଏଲ୍ କେମିକାଲସ ଓରକର୍ସ ୟୁନିୟନ ( ସି ଆଇ ଟି ୟୁ) ର ସାଧାରଣ ସମ୍ପାଦକ କମ୍ରେଡ୍ କାହ୍ନୁଚରଣ ସୂତାର ୭୧ ବର୍ଷ ବୟସରେ ଗତ କାଲି ତାଙ୍କର ବାଲି ଝୁଡି ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି।

    ସେ ଦୀର୍ଘ ଦିନ ଧରି ଆଇ ଡି ଏଲ୍ କେମିକାଲସ ଓରକର୍ସ ୟୁନିୟନ ( ସି ଆଇ ଟି ୟୁ) ର ନେତୃତ୍ବ ନେଉଥିଲେ ଓ ସାଧାରଣ ସମ୍ପାଦକ ଥିଲେ। ଆଇ ଡି ଏଲ୍ ର ଠିକା ଶ୍ରମିକ ଓ ସ୍ଥାୟୀ ଶ୍ରମିକ ମାନଙ୍କ ସ୍ଵାର୍ଥ ରକ୍ଷା ଲାଗି ଅନେକ ଆନ୍ଦୋଳନ କରିଥିଲେ। ତାଙ୍କର ବିୟୋଗ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ତଥା ଆଇ ଡି ଏଲ୍ ଶ୍ରମିକ ମାନଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି କହିଛନ୍ତି। ଆଇ ଡି ଏଲ୍ କେମିକାଲସ ଓରକର୍ସ ୟୁନିୟନ ର ସଭାପତି ଭାବରେ କ. ବିଷ୍ଣୁ ମହାନ୍ତି ଙ୍କ ସହିତ କ. କାହ୍ନୁଚରଣ ସୂତାର ସାଧାରଣ ସମ୍ପାଦକ ଭାବରେ ଅନେକ ଶ୍ରମିକ ଆନ୍ଦୋଳନ ରେ ଅଗ୍ରଭାଗରେ ଥିଲେ।

     ତାଙ୍କର ଦେହାନ୍ତ ଖବର ପାଇ ତାଙ୍କ ବାଲି ଝୁଡି ସ୍ଥିତ ବାସଭବନରେ ସି ଆଇ ଟି ୟୁ ପକ୍ଷରୁ ରାଜ୍ୟ ସଂପାଦକ ଜାହାଙ୍ଗୀର ଅଲ୍ଲୀ, ଜିଲ୍ଲା ଉପ ସଭାପତି ଶ୍ରୀମନ୍ତ ବେହେରା ସଂଗଠନ ର ଲାଲ୍ ପତାକା ପ୍ରଦାନ କରିଥିଲେ।ଜିଲ୍ଲା ସଂପାଦକ ରାଜ କିଶୋର ପ୍ରଧାନ,ଅରୁ ଦାସ, ସୁବାସ ବର୍ଦ୍ଧନ, ବିନୟ ବେହୁରିଆ,ଆଇ ଡି ଏଲ୍ କେମିକାଲସ ଓରକର୍ସ ୟୁନିୟନ ନେତା ଦଶମି ସିଂହ, କିଶୋର ଏକ୍କା, ସୁଧାକର ପୁରନ, ଉପେନ୍ଦ୍ର ତ୍ରିପାଠୀ, କୈଳାସ ମଲ୍ଲିକ, ଆଲବିନା କୁଜୁର ସାରନଗରୀ ଅଂଚଳର ସମାଜସେବୀ ଡଃ ଫକୀର ଚରଣ ହୋତା, ଆଇନଜୀବୀ ବିଜୟ ହରିଚନ୍ଦନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମରଶରୀର ରେ ପୁଷ୍ପଗୁଚ୍ଛ ଦେଇ ଶେଷ ସମ୍ମାନ ଜଣାଇଥିଲେ। ବେଦବ୍ୟାସ ଠାରେ ସଂଧ୍ୟା ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ବେଳେ ଏକ ମାତ୍ର ପୁତ୍ର ରଞ୍ଜନ ସୂତାର ମୁଖାଗ୍ନି ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଲାଲବାହାଦୁର ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

masiha

ଲଘୁଚାପ ପ୍ରଭାବରେ ସାମାନ୍ୟ ବର୍ଷା, ଲୋକେ ଆଶ୍ବସ୍ତି 

masiha

ମହାନଗର ନିଗମରେ ଅନ୍ତର୍ଭୁକ୍ତ କରିବା ସହ ମୌଳିକ ସୁବିଧା ପ୍ରଦାନ କରିବା ଦାବି ରେ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!