ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ମଜଦୁର ସଂଘ ପକ୍ଷରୁ ଆପୋଲୋ ହସ୍ପିଟାଲ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ୫ ଦଫା ଦାବି ପତ୍ର ପ୍ରଦାନ

ରାୟଗଡ଼ା : ୦୬/୦୭/୨୩ // ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ସରକାରଙ୍କର ନିର୍ଦ୍ଦେଶକୁ ଅମାନ୍ୟ କରିଥିବାରୁ ଆପୋଲୋ ହସ୍ପିଟାଲରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଆଗାମୀ ଦିନରେ ଆପୋଲୋ ହସ୍ପିଟାଲର କର୍ମଚାରୀ ମାରଣ ନୀତିକୁ ବିରୋଧ ଏବଂ ଶ୍ରମ ବିଭାଗର ନିର୍ଦ୍ଦେଶକୁ ଅମାନ୍ୟ କରିଥିବାରୁ ଭାରତୀୟ ମଜଦୁର ସଂଘ ଆଜି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି । 

ଏହି ଅବସରରେ କପିଳାସ ହଟେଲ ଛକରୁ ଏକ ପଦଯାତ୍ରା ରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନଙ୍କୁ ୫ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି। 

ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ ଯୋଗ ଦେଇ ରାଜ୍ୟର ଗରୀବ ଜନସାଧାରଣଙ୍କୁ ଜରୁରୀ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ଓ ବେକାର ଯୁବତୀ ଯୁବକମାନଙ୍କୁ ନିଯୁକ୍ତି ଇତ୍ୟାଦି ସର୍ତ୍ତରେ ଜମି ଓ ଅନ୍ୟାନ୍ୟ ସୁବିଧା ପାଇଥିବା ଆପୋଲୋ ହସ୍ପିଟାଲ ଆଜି ନିଜର ଲାଭାଂଶ ବୃଦ୍ଧି କରିବା ସହିତ ଗରୀବ ଜନସାଧାରଣ ତଥା ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ଶୋଷଣ କରିବା କାମ କରୁଛି । ଓଡ଼ିଶା ଶ୍ରମ ବିଭାଗର ନିର୍ଦ୍ଦେଶକୁ ପାଳନ କରୁନାହିଁ । ନିକଟ ଅତୀତରେ ଭାରତୀୟ ମଜଦୁର ସଂଘ ଶ୍ରମିକ ନିର୍ଯ୍ୟାତନା ବନ୍ଦ କରିବା, ଜନସାଧାରଣଙ୍କୁ ସରକାରୀ ନିୟମାନୁସାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଆଦି ଦାବି ନେଇ ଧାରଣା ପ୍ରଦର୍ଶନ କରିବା ପାଇଁ ସୂଚନା ଦେଇଥିଲା । ଶ୍ରମ ବିଭାଗର ହସ୍ତକ୍ଷେପ ଫଳରେ ତାହା ଦ୍ୱିପାକ୍ଷିକ ବୁଝାମଣା ସହ ଧାରଣା ପ୍ରଦର୍ଶନ ପ୍ରତ୍ୟାହୃତ ହୋଇଥିଲା । ବୁଝାମଣା ମୁତାବକ ଜୁନ୍ ୨୯ ତାରିଖ ସୁଦ୍ଧା ସଂଘର ଦାବି ପୂରଣ ହେବା କଥା । କିନ୍ତୁ ବଡ଼ ଦୁର୍ଭାଗ୍ୟର ବିଷୟ ତାହା ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ଅଦ୍ୟାବଧି ପାଳନ କରିନାହାନ୍ତି । ଯାହା ଶ୍ରମିକ ତଥା ଗରିବ ଜନସାଧାରଣ ମାନଙ୍କ ପାଇଁ ଉପହାସ ସଦୃଶ୍ୟ । କିଛି ଅସାଧୁ ଶ୍ରମିକ ନେତା ଓ ରାଜନେତାଙ୍କ ଅନୈତିକ ଅନୁକମ୍ପା ଆପୋଲୋ ହସ୍ପିଟାଲ ପ୍ରତି ଥିବାରୁ ଏହା ସମ୍ଭବ ହେଉଛି ବୋଲି ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ କହିଛନ୍ତି । ସରକାରଙ୍କ ଜନକଣ୍ୟୀଣ ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ଥ ହେରଫେର ସହିତ ଉପଯୁକ୍ତ ଚିକିତ୍ସା ମଧ୍ୟ ହେଉ ନଥିବାରୁ ସରକାର ବଦନାମ ହେଉଛନ୍ତି ତେଣୁ ତୁରନ୍ତ ସି ବି ଆଇ ଦ୍ଵାରା ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ହସ୍ପିଟାଲ ପ୍ରତିଷ୍ଠା ପାଇଁ ଥିବା ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମାକୁ ପାଳନ କରାଯାଉ ନାହିଁ । ତେଣୁ ଏହାର ପ୍ରତିବାଦରେ ଆସନ୍ତା ଜୁଲାଇ ୭ ତାରିଖ ଶୁକ୍ରବାର ଦିନ ଠାରୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଭାରତୀୟ ମଜଦୁର ସଂଘ ଗଣଧାରଣା ଜାରି ରଖିବ ବୋଲି ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ , ସଭାପତି ଶ୍ରୀ ମହନ ରାଓ ମାଝୀ , କାର୍ଯ୍ୟକାରି ସଭାପତି ଶ୍ରୀ ଧର୍ମ ସିଂ ନାଗ , ଉପସଭାପତି ଶ୍ରୀ ଦୁର୍ଗା ମାଧବ ଘୋଷ , ବ୍ଳକ ସମ୍ପାଦକ ଶ୍ରୀ ପରମା ନନ୍ଦ ପ୍ରଧାନ , କେ ରାମ ବାବୁ , ରାମଚନ୍ଦ୍ର ହୁଇକା ପରିଚାଳନା କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଚାଷିଙ୍କ ପାଇଁ ମରୀଚିକା ପାଲଟିଛି ମୋଡୋସିଲ ଚେକ ଡ୍ୟାମ, ଚାଷିଙ୍କ କାମରେ ଆସୁନି ଲକ୍ଷାଧିକ ଟଙ୍କାରେ ନିର୍ମିତ ପ୍ରକଳ୍ପ

masiha

ଗଣପତି ଶିଶୁ ବିଦ୍ୟା ମନ୍ଦିର ବମ୍ବୁରିର ଦଶମ ବାର୍ଷିକ ଉତ୍ସବ

Sunil Chandra Nayak

ଓଡିଆ ପକ୍ଷ ପାଳନ ଅବସରରେ ଗଣଦୌଡ 

masiha

Leave a Comment

error: Content is protected !!