ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ

   ଡାବୁଗାଁ, ୬/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧୀନ ହଳଦୀ ଗ୍ରାମ ନିକଟରେ ୭୪ ତମ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଡାବୁଗାଁ ବନ ବିଭାଗ ତରଫରୁ ହଳଦୀ ବନ ସଂରକ୍ଷଣ ସମିତି ସହଯୋଗରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଚଚରାଗୁଡା ପଞ୍ଚାୟତ ସରପଞ୍ଚ ରଞ୍ଜୁ ଭତ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ | ଅଞ୍ଚଳା ସଂରକ୍ଷିତ ଜଙ୍ଗଲ ଅଧୀନ ରେ ଥିବା ପ୍ରାୟ ୫୦ ହେକ୍ଟର ଖାଲି ସ୍ଥାନରେ ପ୍ରାୟ ୧୦ ହଜାର ଚାରା ରୋପଣ କରାଯିବ | ଆଜି ପ୍ରଥମ ଦିନରେ ପ୍ରାୟ ୧୦୦ ଚାରା ରୋପଣ କରାଯାଇଛି | ଏଥିରେ ଗମ୍ଭାରୀ, ବାଲି ଶିଶୁ, ଅର୍ଜୁନ, ତେନ୍ତୁଳୀ, ପାହାଡିଶିଶୁ, ଆମ୍ବ, ପଣସ, ଜାମୁକୋଳି ଓ ବାଉଁଶ ବୃକ୍ଷ ରୋପଣ କରାଯାଇଛି | ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ସରସ୍ଵତୀ ମେହେର, ମନୋରଞ୍ଜନ ନାୟକ ଓ ପ୍ରକାଶ ସରକାର, ହଳଦୀ ବନ ସଂରକ୍ଷଣ ସମିତି ସଭାପତି ସନସାଏ ପନକା, ୱାର୍ଡ ସଭ୍ୟ କମଳୁ ନାୟକ, ଆମ ଜଙ୍ଗଲ ଯୋଜନାର କର୍ମକର୍ତ୍ତା କୃପାଦାସ ମହୁରିଆ ଓ ହରିହର ନାୟକଙ୍କ ସମେତ ଗ୍ରାମର ୧୦୦ ଜଣ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ହାତୀ ଆକ୍ରମଣ ପୀଡିତ ପରିବାରକୁ ଧମକ। ବଙ୍ଗୋମୁଣ୍ଡା ରେଞ୍ଜ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ 

Sunil Chandra Nayak

କାମ କରି ଘରକୁ ଫେରିବା ବେଳେ ନାଳରେ ପଡି ମୃତ୍ୟୁ

Sunil Chandra Nayak

ଅବସର ପ୍ରାପ୍ତ କୃଷି ଅଧିକାରୀଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ, ଗାଁରେ ଶୋକର ଛାୟା

masiha

Leave a Comment

error: Content is protected !!