ଚାଲୁଥିବା ବିଦ୍ୟାଳୟ ସୌନ୍ଦର୍ଯ୍ୟ କରଣ ମରାମତିପାଇଁ ଅର୍ଥ ନାହିଁ କିନ୍ତୁ ବନ୍ଦ ବିଦ୍ୟାଳୟ କରାଯାଉଛି ଚକାଚକ
ତେନ୍ତୁଳିଖୁଣ୍ଟି ୩୧/୦୧/୨୪ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା ଅଭିବୃଦ୍ଧିକୁ ନେଇ କେତେ ଯେ ଯୋଜନା କରି ଛନ୍ତି । କିନ୍ତୁ ଛାତ୍ର ଛାତ୍ରୀ ସଂଖ୍ୟା କମ ନାମରେ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରି ଦେଇଛନ୍ତି କର୍ତ୍ତୃପକ୍ଷ । କିନ୍ତୁ ସମିତି ବୈଠକ ରେ ବାରମ୍ବାର ବିଦ୍ୟାଳୟ ଖୋଲିବା ପାଇଁ ଦାବୀ ଓ ପ୍ରସ୍ତାବ ପରେ ବିଜେ ଖୋଲି ପାରୁନି। ସେପଟେ ବିଦ୍ୟାଳୟ ରୂପାନ୍ତର 5ଟି ବିଦ୍ୟାଳୟ ଏବଂ ବିଦ୍ୟାଳୟ ସୌନ୍ଦର୍ଯ୍ୟ କରଣ ପାଇଁ ନୂତନ ଭାବେ ରଙ୍ଗ ଦେବା ସହ ରଂଗ ବେରଙ୍ଗ ଚିତ୍ର ଅଙ୍କିବା ଓ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢିବା ପାଇଁ ଆକୃଷ୍ଟ କରାଇବା ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଲମତା ଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ଦୁର୍ଗମ ଗ୍ରାମ ଭାବେ ପରିଚିତ ପଡାଆଉଁଳି ସ୍ଥିତ ପ୍ରାଥମିକ ବିଦ୍ୟାଳୟ ଆଜକୁ କମ ଛାତ୍ର ଛାତ୍ରୀ ଥିବା ଦର୍ଶାଇ ବିଦ୍ୟାଳୟ କୁ ସରକାରୀ ନିର୍ଦ୍ଦେଶ ପ୍ରକାରେ ବନ୍ଦ କରାଯାଇଥିଲା।ହେଲେ ବିଦ୍ୟାଳୟ ବନ୍ଦ ଥିବା ରିପୋର୍ଟ ମଧ୍ୟ୍ୟ ସରକାର ଙ୍କ ହସ୍ତଗତ ହୋଇଥିବା ଓ ବାରମ୍ବାର ବନ୍ଦ ବିଦ୍ୟାଳୟ ସମ୍ପର୍କରେ ଚର୍ଚ୍ଚା ପରେ କିଭଳି ତେନ୍ତୁଳିଖୁଣ୍ଟି ବ୍ଳକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମହାଶୟ କେଉଁ ଆଧାରରେ ଶିକ୍ଷା ବିଭାଗର ବନ୍ଦ ଥିବା କୋଠା କୁ ରଙ୍ଗ ଦେବା ସହ ମରାମତି କାର୍ଯ୍ୟ ପ୍ରକଳ୍ପ ଅପ୍ରୁଭ କରିବା ସହ ସମାପନ କରିଥିବା ସାଧାରଣ ମନରେ ପ୍ରଶ୍ନ ବାଚି ସୃଷ୍ଟି କରିଛି।
ପଡାଆଉଁଳିି ଗ୍ରାମ ରେ 63ପରିବାର ବସବାସ କରୁଛନ୍ତି।ହେଲେ ଆଦିବାସୀ ଅଧ୍ୟୁଷିତ ଗ୍ରାମ ହୋଇଥିବା ବେଳେ ଶିକ୍ଷା ଦାନ ବ୍ୟବସ୍ଥା ନ ଥୁବାରୁ ପିଲା ପାଠ ପଢା ଛାଡି ଗାଁ ଦାଣ୍ଡରେ ଖେଳୁଛନ୍ତି।ଏଭଳି ସ୍ଥଳେ ସରକାର ଘୋଷଣା ରେ25ପିଲା ରୁ ଉର୍ଦ୍ଧ ଥିଲେ ବିଦ୍ୟାଳୟ ଚାଲୁ ରହିବା କଥା କିନ୍ତୁ କେଉଁ ଅଧାର ରେ ବିଦ୍ୟାଳୟ ବନ୍ଦ କରାଗଲା? ଜଟିଳ ପ୍ରଶ୍ନ ବନ୍ଦ ଶିକ୍ଷା ଅନୁଷ୍ଠାନ କୁ କି ଭଳି ମରାମତି ଓ ସୌନ୍ଦର୍ଯ୍ୟ କରଣ କରିବା ଫାଇଲ ପାସ ହେଲା ଓ ଲେ ଆଉଟ ଦିଆ ଗଲା ? ଏତିକି ରେ ସୀମିତ ନୁହେଁ ବିଦ୍ୟାଳୟ ର ଆଗଆଡେ଼ ରଙ୍ଗ ମରା ଯାଇଛି ଭିତରେ ଓ ପଛ ପାର୍ଶ୍ଵ ରେ ରଙ୍ଗ ମରାଯାଇନି । ଏଭଳି ସ୍ଥଳେ ସାଧାରଣ ରେ ସନ୍ଦେହ ସୃଷ୍ଟି କରୁଛି। ସରକାର କା ମାଲ ଦରିଆ ମେ ଡା ଲ ନ୍ୟାୟ ରେ ଅଧିକାରୀ ଏଭଳି କାର୍ଯ୍ୟ କରି ସରକାରୀ ଟଙ୍କା ଆତ୍ମସାତ କରିବା ପ୍ରୟାସ କରୁଥିବା ଏହି ବିଦ୍ୟାଳୟ କୁ ଦେଖିଲେ ଅନୁମେୟ ହେଉଛି। ନିର୍ମାଣ ଓ ମରାମତି ଆବଶ୍ୟକ ବିଦ୍ୟାଳୟ ପାଇଁ ଅର୍ଥ ବାଧକ ଥିବା ବେଳେ ଏଠାରେ ଚାରି ବର୍ଷ ହେବ ବନ୍ଦ ଥିବା ବିଦ୍ୟାଳୟ ରଙ୍ଗେଇ ହେଉଛି।ଏହି ବିଷୟ ଉଚ୍ଚ ସ୍ତରୀୟ ତଦନ୍ତ କରିବା କୁ ଗ୍ରାମ ବାସୀ ଦାବି କରିଛନ୍ତି।