ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 

ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର 

5ଟି ଓ ମୋ ସ୍କୁଲ ଅଭିଯାନ ତରଫରୁ ଓଡିଶା ସରକାରଙ୍କ ଦ୍ୱାରା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଦାନ କରାଯାଇଛି I ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଙ୍କ ଦ୍ବାରା ଉଦଘାଟିତ ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଓଡିଶା ସରକାରଙ୍କ ବିଭିନ୍ନ ପଦାଧିକାରୀ ଏହି ପୁରସ୍କାର ପ୍ରଦାନ କରିଥିଲେ l ମୁଖ୍ୟଅତିଥି ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦାନ କରି ପୁରସ୍କାର ବିତରଣ କରିବା ସହ ଉପସ୍ଥିତ ଶିକ୍ଷକ, ଛାତ୍ର ଓ ପରିଚାଳନା କମିଟି ତଥା ପୂର୍ବତନ ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେl 5 ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଏହା ପଛରେ ଥିବା ମୂଳ ଲକ୍ଷ୍ୟ ବର୍ଣ୍ଣନା କରିବା ସହ ମାର୍ଗଦର୍ଶନ କରିଥିଲେl ଧର୍ମଗଡ ଉଚ୍ଚ ବିଦ୍ୟାଳୟ ପୁରସ୍କାର ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ଜୟନ୍ତ କୁମାର ମୁଣ୍ଡ ପୁରସ୍କାର ଗ୍ରହଣ କରିଥିବା ବେଳେ ସ୍କୁଲ ପରିଚାଳନା ସମିତି ପୁରସ୍କାର ବରିଷ୍ଠ ସଦସ୍ୟ ରାଜେନ୍ଦ୍ର କୁମାର ମୁନି ଗ୍ରହଣ କରିଥିଲେ I

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସୁନ୍ଦରଗଡ଼ ଠାରେ ଜାତୀୟ ଭୋଟର ଦିବସ ପାଳିତ

Sunil Chandra Nayak

ସାପ କିମ୍ବା କୌଣସି ବନ୍ୟ ଜନ୍ତୁ ସହ ଥଟ୍ଟା ତାମସା କରନ୍ତୁ ନାହିଁ 

Sunil Chandra Nayak

ତିରିଂ ଥାନା ! ଅଂଶୁଘାତରେ ଯୁବକ ମୃତ

Leave a Comment

error: Content is protected !!