ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ଯାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ସରସ୍ବତୀ ଶିଶୁ ବିଦ୍ଯାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଖଇରା,୦୧/୩/୨୫- ବାଲେଶ୍ବର ଜିଲ୍ଲା ଖଇରା ସ୍ଥିତ ସରସ୍ବତୀ ଶିଶୁ ବିଦ୍ଯାମନ୍ଦିରର ଜାତୀୟ ବିଜ୍ଞାନ ଦିବସ ପରିଚାଳକ ଦିଲ୍ଲୀପ କୁମାର ଲେଙ୍କାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଖଇରା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ହେମନ୍ତ କୁମାର ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ବିଜ୍ଞାନ ଦିବସକୁ ଉଦଘାଟନ କରିବା ସହିତ ବିସ୍ତୃତ ଆଲୋଚନା ମାଧ୍ୟମରେ ବିଜ୍ଞାନର ଅବଦାନ ବିଷୟରେ ପିଲାମାନଙ୍କୁ ବୁଝାଇଥିଲେ । ପିଲାମାନଙ୍କ ବୈଜ୍ଞାନିକ ଚେତନା ସୃଷ୍ଟି ପାଇଁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଭାରତୀୟ ବୈଜ୍ଞାନିକ ମାନଙ୍କର ଆବିଷ୍କାର ଓ ଉଦ୍ଭାବନ ବିଷୟରେ ଧାରଣା ଦେଇଥିଲେ । ପରିଚାଳନା କମିଟି ସଭ୍ୟ ଅନୁକୁଳ ଚନ୍ଦ୍ର ଗିରି ଓ ବିଦ୍ଯାମନ୍ଦିରର ବିଜ୍ଞାନ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ମୁଦୁଲି ଓ ସମସ୍ତ ଅଭିଭାବକ ମାନଙ୍କୁ ପିଲାମାନଙ୍କ ଦ୍ବାରା ପ୍ରସ୍ତୁତି ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକୁ ଦେଖାଇଥିଲେ । ବିଦ୍ଯାମନ୍ଦିରର ଷଷ୍ଠ ଓ ସପ୍ତମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ମିଶି ୨୦ ଟି ପ୍ରକଳ୍ପକୁ ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ପ୍ରସ୍ତୁତି କରିଥିଲେ । ସେଥିମଧ୍ୟରୁ ନିଉଟନଙ୍କ ପେଣ୍ଡୁଲୋମ, ବାୟୁ ପ୍ରଦୂଷଣ, ଚୁମ୍ବକୀୟ ଶକ୍ତିରୁ ବିଦ୍ଯୁତ୍ ଶକ୍ତି ଉତ୍ପାଦନ, ଆବର୍ଜନାରୁ ବିଦ୍ଯୁତ୍ ଉତ୍ପାଦନ, ବର୍ଷା ସନ୍ଦେଶକ ଉଚ୍ଚକୋଟୀର ହୋଇଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ ପ୍ରକଳ୍ପ ଗୁଡ଼ିକୁ ବିଜ୍ଞାନ ଶିକ୍ଷକ ଷ୍ଟାଲିନ୍ ରାଉତ, ପିୟୂଷ ରାଉତ, ଗୁରୁମା ଦୀପାଞ୍ଜଳି ବେହେରା, ସାବିତ୍ରୀ ପଣ୍ଡା, ଉଲ୍ଲାସିନୀ ମହାନ୍ତି, ବନ୍ଦନା ପ୍ରଧାନ, ପୁଷ୍ପାଞ୍ଜଳି ସାମଲ, ଗୁରୁଜୀ ପୂର୍ଣ୍ଣ ଚନ୍ଦ୍ର ସାହୁ ଓ ଭରତ ଲେଙ୍କା ସହଯୋଗ କରିଥିଲେ ।।

ବାଲେଶ୍ବର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଖାଦ୍ୟ ସୁରକ୍ଷା ରେ ଚାଉଳ ଯୋଗାଣ ନେଇ ଅଭିଯୋଗ ଅନେକ : ଅଭିଯୋଗ ଭିତିରି ବୁଝାମଣା ରେ ଚାଲିଛି ସବୁକିଛି 

Sunil Chandra Nayak

ଭବାନୀପାଟଣାର ଲକ୍ଷ୍ମୀ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ କଲକାତା ରେ ଅଧ୍ୟୟନ ଯାତ୍ରା

masiha

ନୂତନ ତହସିଲଦାର କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ସାମ୍ବାଦିକ ସଙ୍ଘ 

Sunil Chandra Nayak

Leave a Comment

error: Content is protected !!