ଡାବୁଗାଁ, ୮/୧ (ମ.ନି.ସ.)- ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ନବରଙ୍ଗପୁର ର ନୂତନ ବର୍ଷ ଭେଟ ଘାଟ କାର୍ଯ୍ୟ କ୍ରମ ଧୋଡ୍ରାର ବିଡ୍ରି ନଦୀ ନିକଟସ୍ଥ ମିଶ୍ରିତ ବଗିଚା ରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲା ସଂଘ ର ସଭାପତି ଦୟାନିଧି ଦାଶଙ୍କ ସଭାପତିତ୍ଵ କରିଥିଲେ । ସାଧାରଣ ସମ୍ପାଦକ କୈଳାଶ ସିଂ ସେଙ୍ଗର ମଞ୍ଚ ପରିଚାଳନା କରିଥିଲେ । ବରିଷ୍ଠ ପଞ୍ଚାୟତ ନିର୍ବାହୀ ଅଧିକାରୀ କୈଳାଶ ପାଣିଗ୍ରାହୀ, ନିତ୍ୟାନନ୍ଦ ନାୟକ, ଏ. ଡି. ପ୍ରସାଦ, ସଚ୍ଚିଦାନନ୍ଦ ତ୍ରିପାଠୀ, ଛନ୍ଦା ଚରଣ ବିଶୋୟୀ, ପ୍ରମୁଖ ସଂଘ ର ଭବିଷ୍ୟତ କାର୍ଯ୍ୟ ପନ୍ଥା, ସାଂଗଠନିକ ବ୍ୟବସ୍ଥା ଆର୍ଥିକ ବ୍ୟବସ୍ଥା ଏକତା ର ବଳ ଆଦି ସମ୍ପର୍କ ରେ ଆଲୋକ ପାତ କରିଥିଲେ । ଇତି ମଧ୍ୟରେ କାର୍ଯ୍ୟ ରୁ ଅବସର ଗ୍ରହଣ କରିଥିବା ବରିଷ୍ଠ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲା ର ଦଶ ଗୋଟି ବ୍ଲକ ର ଶତାଧିକ ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ । ଶେଷରେ ସାଧାରଣ ସମ୍ପାଦକ ଶ୍ରୀ କୈଳାଶ ସିଂ ଶେଙ୍ଗର୍ ସମସ୍ତ ଙ୍କୁ ଧନ୍ୟ ବାଦ୍ ଅର୍ପଣ କରିଥିଲେ ।
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ