ପାପଡାହାଣ୍ଡି,08/01, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ଲାଲବହାଦୁର ଉଚ୍ଚ ବିଦ୍ୟାଳୟ ମିନି ଷ୍ଟାଡିୟମ ଠାରେ ଜିଲ୍ଲା ବିଦ୍ୟାଳୟ ସମୂହ ଦୌଡ଼କୁଦ ଓ ଖେଳ ପ୍ରତିଯୋଗିତା ରବିବାର ଉଦଘାଟିତ ହୋଇଛି | ଜିଲ୍ଲା ଗୋଷ୍ଟି ଶିକ୍ଷାଅଧିକାରୀ ପ୍ରଦୀପ କୁମାର ନାଗଙ୍କ ଆବାହକରେ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ସଭାପତିତ୍ୱରେ ସମ୍ମାନୀୟ ଅତିଥି ରୂପେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ବ୍ଲକ ଅଧକ୍ଷା ହେମଳତା ମାଝୀ, ବ୍ଲକ ଉପାଧକ୍ଷା ସୁଶାନ୍ତ ବେହେରା, ଲାଲ ବହାଦୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଭାରତୀ ବିଷୋୟୀ, ଆଇନଜୀବୀ ସ୍ୱାଧୀନ ପଟନାୟକ, ଡାବୁଗାଁ ବିଧାୟକ ପ୍ରତିନିଧି ପ୍ରହ୍ଲାଦ ଅଗ୍ରୱାଲ ପ୍ରମୁଖ ମଞ୍ଚାସିନ ରହିଥିଲେ | ଛାତ୍ରୀ ଛାତ୍ରଙ୍କ ଦ୍ୱାରା ଷ୍ଟଡିୟମରେ ମଶାଲ ଯାତ୍ରା କରିବା ପରେ ଏହା କୁ ଅତିଥି ମାନେ ଗ୍ରହଣ କରିଥିଲେ | ଜିଲ୍ଲାପାଳ ଦ୍ୱାରା ଖେଳ ପତକା କୁ ଉଦଘାଟନ କରିଥିଲେ | ଏହି ଅବସରରେ ଜୁନିୟର ରେଡ଼କ୍ରସ ସୋସାଇଟି, ନବରଙ୍ଗପୁର ତରଫରୁ ପ୍ରାଥମିକ ଉପଚାର ଶିବିରକୁ ଜିଲ୍ଲାପାଳ କମଳଲୋଚନ ମିଶ୍ର କରକୋମଳରେ ଉଦଘାଟନ ହେବା ସହ ମାସ୍କ ବଣ୍ଟନ କରାଯାଇଥିଲା |ଖେଳ କୁଦ କୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଅବଦାନ ଅତୁଳନୀୟ ଓ ଦ୍ୱିତୀୟ ଥର ପାଇଁ ବିଶ୍ୱକପ ଆୟୋଜକ କରିବ ଓଡିଶା ତେଣୁ ସାରା ବିଶ୍ୱର ସମସ୍ତ ଙ୍କ ନଜର ବୋଲି କହିଥିଲେ | ଆସନ୍ତା 10ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ହେବ | ଜିଲ୍ଲାର 435 ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିବା ବେଳେ 80ଜନ ଖେଳ ପ୍ରଶିକ୍ଷକ ଉପସ୍ଥିତ ଅଛନ୍ତି. ଭଲି ବଲ, ବ୍ୟାଡ଼ମିନ୍ଟନ, ହେଣ୍ଡ ବଲ, ଖୋକ, କବାଡି, ଦୌଡ,ଲମ୍ବା ଡିଆଁ, ଉଚ୍ଚ ଡିଆଁ ଆଦି ବହୁ ଖେଳ ପ୍ରତିଯୋଗିତା ହେବ | ମଞ୍ଚପରିଚାଳନା ସୁନନ୍ଦିନୀ ତ୍ରିପାଠୀ କରିଥିବା ବେଳେ ଆଇପି ବିଭାସ ଦେ, ଖେଳ ଶିକ୍ଷକ ପ୍ରଭାତ ପଟନାୟକ, ମନରଞ୍ଜନ ପ୍ରହରାଜ, କାଳି କିଙ୍କର ପଟନାୟକ, ଶେଖ ଯାଉଲ ହୁସେନ ପ୍ରମୁଖ ସହ ଉପସ୍ଥିତ ଶିକ୍ଷୟତ୍ରୀ ଶିକ୍ଷକ ମାନେ ସହଯୋଗ କରିଥିଲେ |
next post