ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରବଳ ଜାଡ଼ରେ ଥରୁଛି ଲାଞ୍ଜିଗଡ଼ ବ୍ଲକ

ଲାଞ୍ଜିଗଡ଼,୦୮/୦୧( )-ତିନିଦିନ ହେଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଲହରୀ ପ୍ରବାହିତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି । ସନ୍ଧ୍ୟା ସମୟରେ ପାରଦ ୧୦ ଡିଗ୍ରୀ ସେଲସିୟସରୁ ତଳକୁ ଖସି ଆସୁଥିବାବେଳେ ପ୍ରବଳ ଥଣ୍ଡା ଯୋଗୁଁ ସକାଳ ଦଶଟା ଯାଏଁ କୌଣସି କାମରେ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡୁଛି । ସେହିପରି ଅପରାହ୍ନରେ ଆରମ୍ଭ କରି ରାତି ତମାମ ଶୀତର ପ୍ରକୋପ ବୃଦ୍ଧି ପାଉଥିବାବେଳେ ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ ତଥା ଗରିବଗୁରୁବାମାନେ ଶୀତ ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ଅପରପକ୍ଷରେ ବ୍ଲକର ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ନହେଉଣୁ ତାଟିକବାଟ ପଡିଯାଉଥିବାବେଳେ ଲାଞ୍ଜିଗଡ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଶୀତ ସହିତ କାଲୁଆ ପବନ ଜନଜୀବନ ବ୍ୟତିବ୍ୟସ୍ତ କରିପକାଉଛି । ପ୍ରବଳ ଶୀତ ଲହରୀ ଆଉ କିଛିଦିନ ଜାରି ରହିବ ବୋଲି ଜଣାପଡିଛି ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ : ବ୍ୟାପକ କ୍ଷୟକ୍ଷତି 

କିଡିଙ୍ଗ ଛକ ନିକଟରେ ବୁଲକନରକୁ ସାଇଡ୍ ଦେବା ବେଳେ ଚାଷ ଜମିରେ ଓଲଟିଲା କୋଇଲା ବୋଝେଇ ଟ୍ରକ

Sunil Chandra Nayak

ଅଜଣା ଗାଡି ଧକ୍କାରେ ଶିକ୍ଷକ ଗୁରୁତର 

masiha

Leave a Comment

error: Content is protected !!