ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ମାଗଣା ମୋତିଆବିନ୍ଦୁ ଚିହ୍ନଟ ଶିବିର

କଟକ : କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ସବଳକଣା ଗ୍ରାମର ସମାଜସେବି ଶ୍ରୀମତୀ ଶୁଭଶ୍ରୀ ମହାପାତ୍ରଙ୍କ ଝିଅ ସ୍ମିତାଲି ପାଣିଗ୍ରାହୀଙ୍କ ଜନ୍ନଦିବସ ପାଳନ ଅବସରରେ ଗ୍ରାମାଅଂଚଳରେ ରହୁଥିବା ବୟସ ବ୍ୟାକ୍ତିଙ୍କ ଅନ୍ଧତ୍ବ ଦୂରୀକରଣ ନିମନ୍ତେ ଏକ ମାଗଣା ମୋତିଆବିନ୍ଦୁ ଚିହ୍ନଟ ଶିବିର ଆୟୋଜିତ ହୋଇଯାଇଛି l ଉକ୍ତ ଶିବିର ଟିକୁ ସକାଳ ୯ ଘଟିକାରେ ଆନୁଷ୍ଠାନିକ ଭାବେ ସାନିଭି ଚକ୍ଷୁ ଚିକିତ୍ସାଳୟର ଡାକ୍ତର ଦିପକ ସାହୁ ଏବଂ ଡାକ୍ତର ଦେବି ପ୍ରସାଦ ସାହୁ ଉଦ୍ଘାଟନ କରିଥିଲେ l ଶିବିରରେ ୨୦ରୁ ଉର୍ଦ୍ଧ ବ୍ୟାକ୍ତି ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ l ଉକ୍ତ କାଯ୍ୟକ୍ରମରେ ସମାଜସେବୀ ଶୁଭଶ୍ରୀ ମହାପାତ୍ର,ବିଶ୍ୱଜିତ ନାଥ,ବନଳତା ନାଥ,ବିକ୍ରମ କେଶରୀ ନାଥ ପ୍ରମୁଖ ଶିବିର ପରିଚାଳନାରେ ସହାୟତା କରିଥିଲେ l ପରିଶେଷରେ ସ୍ମିତାଳିଙ୍କୁ ଉପସ୍ଥିତ ଅତିଥି ଏବଂ ସମସ୍ତ ବ୍ୟକ୍ତି ବିଶେଷ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ l

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

କୁଷ୍ଠ ରୋଗ ସନ୍ଦେହ ବ୍ୟକ୍ତିଙ୍କ ପ୍ରାଥମିକ ପରୀକ୍ଷଣ ଓ ପ୍ରେରଣ କାର୍ଯ୍ୟ ସଚେତନ କର୍ମଶାଳା

masiha

ଏକ୍ସ ରେ ମେସିନ ଅଛି, ଟେକ୍ନିସିଏନ ଅଛନ୍ତି ହେଲେ କାମରେ ଆସୁନି, କାର୍ଯ୍ୟକ୍ଷମ କରିବାକୁ ଦାବି

14 ହାଇସ୍କୁଲ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତି

Sunil Chandra Nayak

Leave a Comment

error: Content is protected !!