ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ରାଇଘର ଠାରେ ମାଗଣା ମେଗା ଚକ୍ଷୁ ଚିକତ୍ସା ଶିବିର ଉଦଯାପିତ

ରାଇଘର ୧୦/୦୩/୨୩- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ସ୍ଥିତ ଦୁର୍ଗା ମଣ୍ଡପ ନିକଟସ୍ଥ ସରକାରୀ କଲ୍ୟାଣ ମଣ୍ଡପ ଠାରେ ଏକତା ସାମାଜିକ ସଂଗଠନ ଓ ଜୁନାଗଡ଼ ଲେପ୍ରା ସୋସାଇଟି ମିଳିତ ଆନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ଚିକତ୍ସା ଶିବିର ଅନୁଷ୍ଠିତ ହୋଇଥିଲା l

ଉକ୍ତ ଶିବିରରେ ବିଜୁ କେବିକେ ଉପଦେଷ୍ଟା ଶୁକଦେବ ଗଣ୍ଡ, ନବରଙ୍ଗପୁର ସ୍ଵତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ, ଥାନା ଅଧିକାରୀ ପ୍ରମଦ କୁମାର ନାୟକ, ବ୍ଲକ ଉପାଧ୍ୟକ୍ଷା ଗୁପ୍ତ ଝାଙ୍କର , ସାତ ପାଲି ଗ୍ରାମ ମୁଖିଆ କମଳ ସିଂ ରାଜପୁତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l 

ଏହି ଶିବିର ନିମନ୍ତେ ଏକତା ସାମାଜିକ ସଂଗଠନ ରାଇଘର ବ୍ଲକର ୨୬ ଗୋଟି ପଞ୍ଚାୟତରେ ପ୍ରଚାର ପ୍ରସାର କରିବା ସହ କିଭଳି ସ୍ଥାନୀୟ ଅଞ୍ଚଳର ଚକ୍ଷୁ ରୋଗୀ ସୁବିଧା ସୁଯୋଗ ପାଇ ପାରିବେ ସେଥି ନିମନ୍ତେ ପ୍ରଶାସନିକ ଅଧିକାରୀ ଠାରୁ ଲୋକ ପ୍ରତିନିଧି, ବିଭିନ୍ନ ସଙ୍ଗଠନ ସହ ଜଡ଼ିତ ହୋଇ ସବୁ ବିଭାଗର ଅଧିକାରୀଙ୍କୁ ସ୍ଵତନ୍ତ୍ର ଚିଠି ମାଧ୍ୟମରେ ଅବଗତ କରିବା ସହ ପ୍ରଚାର ପ୍ରସାର ନିମନ୍ତେ ସହଯୋଗ କରିବାକୁ ଅବଗତ କରିଥିଲେ l ଶେଷରେ ଆୟୋଜିତ କ୍ୟାମରେ ମୋଟ ୧୫ଶହ ରୋଗୀ ପଞ୍ଜିକରଣ କରିଥିଲେ l ସେଥି ମଧ୍ୟରୁ ୩ଶହ ରୋଗୀ ଅପରେସନ ନିମନ୍ତେ ଚିହ୍ନଟ ହୋଇଥିଲେ l ଜନ ଗହଳି ସହ ଦୂର ଦୁରାନ୍ତରୁ ଆସିଥିବା ୧୫ ଶହ ରୋଗୀ ସହ ସହଯୋଗୀଙ୍କୁ ମଧ୍ୟ ସମସ୍ତଙ୍କ ନିମନ୍ତେ ଖାଇବା ବ୍ୟବସ୍ଥା କରାଯାଇଥିଲା l ଗରମ ନିମନ୍ତେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା l କୋଭିଡ ସଂଖ୍ୟା ରାଇଘର ବ୍ଲକ ରେ ବାହାରି ଥିବା ଯୋଗୁଁ ମୁଖ୍ୟ ଫାଟକ ମଧ୍ୟରେ ପ୍ରବେଶ ମାସ୍କ ଓ ସାନିଟାଇଜର ବ୍ୟବହାର କରି ଭିତରେ ପ୍ରବେଶ କରୁଥିଲେ l ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସଚେତନତା ଷ୍ଟୋଲ ସହ ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଥିଲା l ଏତଦ୍ ବ୍ୟତୀତ ରକ୍ତ ପରୀକ୍ଷା ଯଥା ସୁଗାର, ବିପି, ହିମୋଗ୍ଲୋବିନ ଭଳି ବିଭିନ୍ନ ପରୀକ୍ଷା ନିମନ୍ତେ ଷ୍ଟଲ କରାଯାଇ ପରୀକ୍ଷା କରାଯାଇଥିଲା l ଏକତା ସାମାଜିକ ସଂଗଠନ ସଦସ୍ୟଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ମେଗା ଚକ୍ଷୁ ଚିକିତ୍ସା ଶିବିର ସୁରୁଖୁରୁରେ ଶେଷ ହୋଇଛି l ଗୁରୁବାର ଦିନ ବାହାରିଥିବା ରୋଗୀ ଜୁନାଗଡ଼ ଠାରେ ଅପରେସନ ହୋଇ ଶନିବାର ଦିନ ୧୧ଟା ସମୟରେ ପହଞ୍ଚିବେ l ଯେଉଁ ମାନେ ବଳକା ରହିଛନ୍ତି ସେମାନେ ଶନିବାର ଦିନ ୧୧ଟା ସମୟରେ ଜୁନାଗଡ଼ ଅଭିମୁଖେ ବାହାରିବେ l ଏକତା ସାମାଜିକ ସଂଗଠନ ସମସ୍ତ ସଦସ୍ୟଙ୍କ ମିଳିତ ସହଯୋଗ ବଳରେ ଏହି କାର୍ଯ୍ୟକ୍ରମ ସଫଳ ହେବା ସହ ଏଭଳି ମେଗା ଶିବିର ଆୟୋଜନ କରିଥିବାରୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି l ଏକତା ସାମାଜିକ ସଂଗଠନ ସଭାପତି ଭିରେନ୍ଦ୍ର ୟାଦବ, ଉପସଭାପତି ୟୁନୁସ ରାଠୋର, ସମ୍ପାଦକ ଲକ୍ଷ୍ମୀ କାନ୍ତ ଝାୱର୍ , ସହ ସମ୍ପାଦକ ମନହର ଦଣ୍ଡସେନା, କୋଷାଧ୍ୟକ୍ଷ ନିରାକାର ରାଉତ, ମିଡିଆ ସଂଯୋଜକ ସଂଜୟ ନାୟକ୍ ଉପଦେଷ୍ଟା ଶରତ ବାରିକ, କିରଣ ପଟ୍ଟନାୟକ, ଭବାନୀ ନାୟକ, ବିଶ୍ୱଜିତ ମହାରଣା, ମହମ୍ମଦ ଆସଲମ୍, ରାମ ସିଂହା, ଆଶିଷ ମଜୁମଦାର, ପାୟଲ ଦଣ୍ଡସେନା, ଖୁସି ଝାୱର,ପ୍ରଭାଞ୍ଜଳି ପାତ୍ର,ବାପି କାଞ୍ଜିଲାଲ, ପ୍ରକାଶ ନାୟକ, ଜିତୁ ରାଜ ସେଠୀ, ମାମୁନି ଚକ୍ରବର୍ତ୍ତୀ, ଅନନ୍ତ ବାରିକ, ଲବ କୁଲଦୀପ, କୁଶ କୁଲଦୀପ, ଦଣ୍ଡସେନା, ପେଣ୍ଡରା ମହାନ୍ତି, ଚିଣ୍ଟୁ ପାଢ଼ୀ, ଦେଓ ନାଥ ଗଣ୍ଡ ପ୍ରମୁଖ ସହଯୋଗ କରିଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନର୍ଲା ବ୍ଲକ୍ ଅଧିନ ରୁପ୍ରା, ମୁସ୍କୁଟି, ଗିଗିନା ଓ କର୍ମେଗାଁ ସମେତ ସମଗ୍ର ଅଞ୍ଚଳରେ ଫାଇଲେରିଆ ନିରାକରଣ ଅଭିଯାନ ଓ ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ 

Sunil Chandra Nayak

ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚର ଆହ୍ବାନ କ୍ରମେ ଧର୍ମଗଡ ମାରୱାଡି ଯୁବା ମଞ୍ଚ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ଜଗନ୍ନାଥ ସେବା ସମିତି ଆନୁକୂଲ୍ୟରେ ଏପ୍ରିଲ ୨୯ ରେ ମାଗଣା ସ୍ୱାସ୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!