ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଗର୍ଭବତୀ ମହିଳା କୁ ଷ୍ଟେଚାର ରେ ନଦୀ ପାର କଲେ ଗ୍ରାମ ବାସୀ

ଢେଙ୍କାନାଳ, କାମାକ୍ଷାନଗର 15:07:22 ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏଠାକାର ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରତେକ ସମୟରେ। ଦୀର୍ଘଦିନ ଧରି ଏହି ଅଞ୍ଚଳର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଙ୍କଡ଼ାହାଡ଼ ବ୍ଲକ କାନ୍ତୁଲ ପଞ୍ଚାୟତ ଏକୁଲୁ ର ଜଣେ ଗର୍ଭବତୀ ମହିଳା ସଞ୍ଜୁ ଦେହୁରୀ, ସ୍ୱାମୀ ବୀଜୟ ଦେହୁରୀ. ଗର୍ଭ ଯନ୍ତ୍ରଣା ହୋଇଥିବାରୁ ମେଡିକାଲ୍ ନେବା ସମୟରେ ଆଉ ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ଏହା ଏକ ଅପହଞ୍ଚ ଅଞ୍ଚଳର ,ନା ନଜର ପଡୁଛି ସ୍ଥାନୀୟ ବିଧାୟକଙ୍କର ,ନା ପଡୁଛି ବ୍ଲକ ପ୍ରଶାସନ ଅଧିକାରୀ ବାବୁଙ୍କ ନଜର। ବହୁ ଚର୍ଚିତ ଗାଁ ନଗଡା ପୁଟିପାଳ ଗାଁ କୁ ବାରମ୍ବାର ପ୍ରଶାସନ ଅଧିକାରୀ ଯାଇଥାନ୍ତି କିନ୍ତୁ ଏହି ପିଛୁଳି ନାଳ କୁ କେହିବି ନଜର ଦିଅନ୍ତି ନାହିଁ, ଯାହା ଫଳରେ ସାମାନ୍ୟ ବର୍ଷା ହେଲେ ନଦୀରେ ପାଣି ଏକୁଳ ସେକୁଳ ଖାଏ ଏକୁଲ ଗାଁ କୁ ଯୋଗାଯୁଗ ହୋଇ ପାରେ ନାହିଁ ଫଳରେ ପାଖକୁ ଆମ୍ବୁଲାନ୍ସ ଯେବେ ଆସିଥାଏ ସେହି ସମୟରେ ଯଦି ଖଟିୟାରେ ବୁହା ହୋଇ ମେଡିକାଲ୍ ନିଆଯାଏ ,ତେବେ ପ୍ରଶାସନ ଅଧିକାରୀ ମାନେ ନିଘୁଡ ନିଦ୍ରାରେ ଶୋଇ ରହିଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଦେଖିବାକୁ ବାକି ରହିଲା ବ୍ଲକ ପ୍ରଶାସନ ,ଏକୁଲ ଏକ ଅପହଞ୍ଚ ଏରିୟାରେ କେଉଁ ପ୍ରକାର କାର୍ଯ୍ୟ କରି ସବୁ ଅସୁବିଧା ଦୂର କରିବା ସହ ଗରିବ ଲୋକଙ୍କ ସମସ୍ତ ସମସ୍ୟା କୁ ଦୂର କରୁଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଡେଙ୍ଗୁ ସଚେତନ ଶିବିର

Sunil Chandra Nayak

ପୋଡା ଆଉଁଳି ଗ୍ରାମରେ ଝାଡା ବାନ୍ତି ରେ ଆଜି ତିନି ଆକ୍ରାନ୍ତ ,ଗତକାଲି ଜଣେ ମୃତ

Sunil Chandra Nayak

ଆଶାମଣି ରକ୍ତଦାନ ଶିବିର ଅନୁଷ୍ଠିତ, ୩୦ ୟୁନିଟ ରକ୍ତ ସଂଗ୍ରହ

Sunil Chandra Nayak

Leave a Comment

error: Content is protected !!