ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ବେଦାନ୍ତ ଲିମିଟେଡ୍ ପ୍ଲାଣ୍ଟ ହସ୍ପିଟାଲ ପରିସରରେ ମେଗା ରକ୍ତଦାନ ଶିବିର, ରେକର୍ଡସଂଖ୍ୟକ ୨୦୦ ୟୁନିଟ୍ ରକ୍ତ ସଂଗ୍ରୁହୀତ

ଲାଞ୍ଜିଗଡ଼,୨୨/୦୩(ମନିସ)-ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ପ୍ଲାଣ୍ଟ ହସ୍ପିଟାଲ ପରିସରରେ ଆଜି ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ! ଏଥିରେ ପାୱାର ପ୍ଲାଣ୍ଟ ମୁଖ୍ୟ ରାଜନ ବାବୁ, ହର୍ଷବର୍ଦ୍ଧନ ପାଣ୍ଡେ, ବେଦାନ୍ତ ଲିମିଟେଡ୍ ମୁଖ୍ୟ ଚିକିତ୍ସାଧିକାରୀ ଡ. ଅକ୍ଷୟ କୁମାର ସାହୁ, ସ୍ତ୍ରୀ ଓ ପ୍ରସୂତିରୋଗ ବିଶେଷଜ୍ଞ ଡ. ଚାରୁବାଳା ସାହୁ, ଆଇଟି ମୁଖ୍ୟ ସ୍ପ୍ରୁହା ପାଣ୍ଡେ, ବ୍ୟବସାୟ ମୁଖ୍ୟ ଫତିମା ବେନଜୀର୍ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିବିରର ଉଦଘାଟନ କରିଥିଲେ ! ଏଇ ଅବସରରେ ରେକର୍ଡ ସଂଖ୍ୟକ ୨୦୦ ୟୁନିଟ୍ ରକ୍ତ ସଂଗ୍ରୁହୀତ ହୋଇଥିଲା ! ଶିବିର ପରିଚାଳନାରେ ପ୍ଲାଣ୍ଟ ହସ୍ପିଟାଲର ନିହାର ରଞ୍ଜନ ପଣ୍ଡା, ଧର୍ମେନ୍ଦ୍ର ସାହୁ, କେଦାରନାଥ ଜେନା, ସୁମନ କୁମାର ସାହୁ ପ୍ରମୁଖ ଦାୟିତ୍ବ ତୁଲାଇଥିଲେ ! ଭବାନୀପାଟଣାସ୍ଥିତ ଓଡ଼ିଶା ରକ୍ତଭଣ୍ଡାର ତରଫରୁ ଡମ୍ବରୁଧର ସାହୁ, ଅଜିତ କୁମାର ନାଏକ, କ୍ରୁଷ୍ଣଚନ୍ଦ୍ର ସାହୁ, ଗିରୀଶ କୁମାର ନାଏକ ପ୍ରମୁଖ ସ୍ବେଚ୍ଛାକ୍ରୁତ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଡେଙ୍ଗୁ ନିରାକରଣ ସଚେତନ କାର୍ଯ୍ୟକ୍ରମ

Sunil Chandra Nayak

14 ହାଇସ୍କୁଲ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତି

Sunil Chandra Nayak

ଜିଲ୍ଲା ସ୍ୱାସ୍ଥ୍ୟ ମିଶନ , ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳ ଓ ରୋଗୀ କଲ୍ୟାଣ ସମିତି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ପରିଚାଳନା ସମିତି ବୈଠକ ୨୦୨୨ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!