ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାନୀୟ ଜଳ ଯୋଗାଣକୁ ନେଇ ଜନ ପ୍ରତିନିଧି ଓ ବ୍ଲକ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

କୋକସରା,୨୨/୦୩- ପାନୀୟ ଜଳ ଯୋଗାଣକୁ ନେଇ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଭାଗୃହରେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲଙ୍କ ସଭାପତିତ୍ୱରେ ବ୍ଲକର ୨୨ ପଞ୍ଚାୟତର ସମିତି ସଭ୍ୟ/ସଭ୍ୟା ଓ ସରପଞ୍ଚଙ୍କୁ ନେଇ ଖରାଦିନରେ ପାନୀୟ ଜଳ ଯୋଗାଣ ପରିଚାଳନାକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ମୋଟେର ଜିଲ୍ଲା ପରିଷଦ ପ୍ରତିନିଧି ଅଶୋକ ପୁଝାରି, ଜିପିଇଓ ନାରାୟଣ ଭୋଇ ଉପସ୍ଥିତ ରହି କୋକସରା ବ୍ଲକ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଫନିନ୍ଦ୍ର ଆର୍କ ,ଯଶୋବନ୍ତି ଭୋଇଙ୍କୁ ପଞ୍ଚାୟତର କେଉଁ କେଉଁ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ଅଛି ଓ କେଉଁ କେଉଁ ପ୍ରକଳ୍ପ ଅଚଳ ଅଛି ସେ ନେଇ ଆଲୋଚନା କରିବା ସହ ଉପସ୍ଥିତ ସରପଞ୍ଚ ଓ ସମିତି ସଦସ୍ୟଙ୍କ ଅଭିଯୋଗ ଉପରେ ବିଭାଗୀୟ ଯନ୍ତ୍ରୀଙ୍କୁ ରିପୋର୍ଟ ତଲବ କରିଥିଲେ ଓ ଶୀଘ୍ର ଅଚଳ ଥିବା ପାନୀୟ ଜଳ ପ୍ରକଳ୍ପ ମରାମତି କରି ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଣ କରିବାକୁ କହିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ତାଲିମ 

masiha

ସମସ୍ୟା ଘେରରେ ଉତକାପାଡୁ ପ୍ରାଥମିକ ବିଦ୍ୟାଳୟ

Sunil Chandra Nayak

ବୋଡ଼େନ ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେଶରାଜପୂର ରେ ଏକ ନିର୍ବାଚନ ସମାପିତ ହୋଇଛି

Sunil Chandra Nayak

Leave a Comment

error: Content is protected !!