ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵଶାନ୍ତି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ

ବିଶ୍ଵଶାନ୍ତି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭଖୁଣ୍ଟି ସ୍ଥାପନ

ଆସିକା, ୩0/୩/୨୬(ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ଢ଼ଉଗାଁ ସ୍ଥିତ ଶ୍ରୀ ଶ୍ରୀ ଭୁବନେଶ୍ୱର ମହାଦେବ ଙ୍କ ମନ୍ଦିର ପୁନଃ ଉଦ୍ଧାର ଓ ସଂସ୍କାର ସହ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ଆଜି ଶହ ଶହ ଗ୍ରାମବାସୀଙ୍କ ଉପସ୍ଥିତିରେ ଭୁବନେଶ୍ୱର ମନ୍ଦିର ନିକଟରେ ପଣ୍ଡିତ ମାନଙ୍କ ବେଦ ପାଠ ସହକାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଆସନ୍ତା ମେ ମାସ 3 ତାରିଖ ଠାରୁ ଏହା ଆରମ୍ଭ ହୋଇ 8 ତାରିଖ ଦିନ ପୂର୍ଣ୍ଣାହୂତି ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଆଜି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗ୍ରାମର ପୁରୁଷ ଓ ମହିଳା ମାନେ ହରିବୋଲ, ହୁଳହୁଳି,ଘଣ୍ଟ ,ମୃଦଙ୍ଗ ସହ ଗ୍ରାମ ପରିକ୍ରମା ପରେ ମନ୍ଦିର ନିକଟରେ ଉପସ୍ଥିତ ହେବାପରେ ଅତ୍ୟନ୍ତ ଅନୁକୂଳ ପରିବେଶରେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟ ସମାପନ ହୋଇଥିଲା ।

Related posts

ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ପ୍ରଦାନ ନବରଙ୍ଗପୁର ଜିଲ୍ଲାର ହିତାଧିକାରୀ ଲାଇଭ ଷ୍ଟ୍ରିମିଙ୍ଗ ରେ ଯୋଡ଼ି ହେଲେ

Sunil Chandra Nayak

ଯୁବ ବ୍ୟବସାୟୀ ସୁନୀଲ ରଣାଙ୍କ ପରଲୋକ

masiha

ବିପଦ ସଙ୍କୁଳ ଅବସ୍ଥାରେ ରାଜସ୍ଵ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ 

masiha

Leave a Comment

error: Content is protected !!