ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନକଲି ଜମି ପଟ୍ଟା ମାମଲାରେ ଯୁବକ ଗିରଫ

କୋଷାଗୁମୁଡ଼ା,୧୫।୦୭ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଗ୍ରାମର ଗୋଟିଏ ସରକାରୀ ଅନାବାଦୀ ଜାଗାକୁ ନେଇ ଟଙ୍କା ନେଇ ନକଲି କାଗଜପତ୍ର ନକଲି ଜମିପଟ୍ଟା କରାଇ ଦେଇଥିବା ମାମଲାରେ ଜଣେ ଯୁବକଙ୍କୁ ଅଟକ ରଖିଥିଲେ ଓ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ଜଣକ ହେଲେ କୋଷାଗୁମୁଡା ଗ୍ରାମର ବିଶ୍ଵ ରଞ୍ଜନ ସୋଗରିଆ (ରାଜା )। ସୂଚନା ଅନୁଯାୟୀ କୋଷାଗୁମୁଡ଼ା ଗ୍ରାମର ଅମୂଲ୍ୟ ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀଙ୍କ ନାମରେ ଜବରଦଖଲରେ ଥିବା ଜାଗାକୁ ରାଜା ୯ହଜାର ଟଙ୍କା ନେଇ ଉକ୍ତ ଜମିର ମାଲିକାନା ନେଇ ଏକ ଫେରମିସନ ପ୍ରଦାନ କରିଥିଲେ l ପାଣିଗ୍ରାହୀ ଏହି ଜମି ଫେରମିସନ ନେଇ କୋଡିଙ୍ଗା ତହସିଲଦାର ଙ୍କ ନିକଟରେ ଦାଖଲ କରିଥିଲେ I କିନ୍ତୁ ତହସିଲଦାର କାଗଜ ଦେଖିବା ପରେ ଏହି କାଗଜପତ୍ର କିଏ ଦେଇଛନ୍ତି ବୋଲି ପଚାରିଥିଲେ I କୋଡିଙ୍ଗା ତହସିଲ କାର୍ଯ୍ଯାଳୟ ପକ୍ଷରୁ କୌଣସି ଫେରମିସନ ଦିଆଯାଇନାହିଁ ବୋଲି କହିଥିଲେ l ଏନେଇ ତହସିଲଦାର ଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ପାଇଁ କହିଥିଲେ l ଏହା ପରେ ଜୁନ ୧୭ ତାରିଖରେ କୋଡିଙ୍ଗା ତହସିଲଦାର ଶିବ ପ୍ରସାଦ ପଟ୍ଟନାୟକ କୋଷାଗୁମୁଡା ଥାନାରେ ଏତଲା ଦାୟର କରିଥିଲେ I ଏନେଇ ଥାନାରେ କେସ୍ ନଂ ୭୬।୨୨ ଏକ ମାମଲା ରୁଜୁ କରାଯାଇଥିଲା ଓ ପୋଲିସ ତଦନ୍ତ ଆରମ୍ଭ କରିଥିଲେ I ରାଜା ନିଜକୁ କେତେବେଳେ ଓକିଲ ତ କେତେବେଳେ ଆରଟିଓ ଏଜେଣ୍ଟ ପୁଣି କେତେବେଳେ ସାମ୍ବାଦିକର ପରିଚୟ ଦେଇ ନିରୀହ ଲୋକଙ୍କ ସରଳତାର ସୁଯୋଗ ନେଇ ବହୁ ଚତୁରତାର ସହ ନକଲି ଜମିପଟ୍ଟା, ନକଲି ଜନ୍ମମୃତ୍ୟୁ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଉତ୍ତରାଧିକାରୀ ପ୍ରମାଣପତ୍ର, ବିବାହ ପ୍ରମାଣପତ୍ର, ପ୍ରାକୃତିକ ଦୁର୍ବିପାକ ସହାୟତା ବାବଦର ନକଲି ଚେକ, ଜମିଜମା ସଂକ୍ରାନ୍ତ ମାମଲାରେ ସିଧା ସଳଖ ସମୃକ୍ତ ରହି ଲୋକଙ୍କୁ ଠକି ନେଇଥିବା ଜଣାପଡିଛି । ପୋଲିସ ପ୍ରାଥମିକ ତଦନ୍ତରେ କେବଳ ଜମିପଟ୍ଟା ନୁହେଁ ଏଥିସହ ନକଲି ଜନ୍ମମୃତ୍ୟୁ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ,ଉତ୍ତରାଧିକାରୀ ପ୍ରମାଣପତ୍ର, ବିବାହ ପ୍ରମାଣପତ୍ର, ଜମିଜମା ସଂକ୍ରାନ୍ତ ମାମଲାରେ ସିଧା ସଳଖ ସମୃକ୍ତ ରହିଥିବା ଜାଣିବାକୁ ପାଇଥିଲା । ରାଜା ନିକଟରୁ ପୋରାଜା ନିକଟରୁ ପୋଲିସ ନକଲି ପଟ୍ଟା, ନନ୍ଦାହାଣ୍ଡି, କୋଟପାଡ ତହସିଲର ବିଭିନ୍ନ ଷ୍ଟାମ୍ପ, ସଞ୍ଜିବନୀ ଏସ.ଏଚ.ଜି.ର ଷ୍ଟାମ୍ପ,ଫାଇନାନ୍ସ ଅଫିସର ଷ୍ଟାମ୍ପ ମୋଟ ୨୫ଟି ଷ୍ଟାମ୍ପ, ୪ଟି ନକଲି ମୃତ୍ୟୁ ପ୍ରମାଣପତ୍ର, ୫ଟି ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ, ପ୍ରାକୃତିକ ଦୁର୍ବିପାକ ସହାୟତା ବାବଦର ନକଲି ଚେକ,   ଦୁଇଟି  ଲ୍ୟାପଟପ, ବ୍ୟକ୍ତିଗତ କାର, ମୋବାଇଲ, ପ୍ରିଣ୍ଟର, ପେନଡ୍ରାଇଭକୁ ଜବତ କରାଯାଇଛି।    ବ୍ଲକର ଗ୍ରାମାଞ୍ଚଳ ମାନଙ୍କରେ ନିରୀହ ନିରକ୍ଷର ଓ ସରଳତାର ସୁଯୋଗ ନେଇ  ଦଲାଲ ମାନେ ସକ୍ରିୟ ହୋଇଉଠିଥିବା ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା  ହେଉଛି l

କୋଷାଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ

 

Related posts

ଦାସିଗାଁରେ ବନ ମହୋତ୍ସବ ଓ ସଚେତନତା କାର୍ଯ୍ୟକ୍ରମ

ରବୀନ୍ଦ୍ରକୁମାର ବେହେରା ଙ୍କ କବିତା ଆଗଚ୍ଛନ୍ତୁ ମହାମୟୀ ଲକ୍ଷ୍ମୀ

Sunil Chandra Nayak

ଡୁଡୁକାଠେଙ୍ଗା ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!