କୋଷାଗୁମୁଡା ୧୫|୦୭| ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ଅନ୍ତର୍ଗତ ବାମୁଣୀ ପଞ୍ଚାୟତ ର କେରଲା ଗ୍ରାମ ରେ ଅଳ୍ପ ବର୍ଷା ରେ ରାସ୍ତା ରେ ଆଣ୍ଠୁଏ ପାଣି ଜମୁଛି I ସେ ବର୍ଷା ପାଣି ଘର ଭିତରକୁ ପ୍ରବେଶ କରିଛି l ଫଳରେ ଗ୍ରାମର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବର୍ଷା ରେ ଖ୍ରୀଷ୍ଟିୟାନ ସାହି ର ରାସ୍ତା ଉପରେ ଆଣ୍ଠୁଏ ପାଣି ବୋହି ଯାଉଛି l ସେହି ରାସ୍ତା ରେ ଡ୍ରେନ୍ ର କୌଣସି ବ୍ୟବସ୍ଥା କରାଯାଉନାହିଁ I ରାସ୍ତା ଉଚ୍ଚତା କରିଥିଲେ ଏହିପରି ଅବସ୍ଥା ହେଇ ନ ଥାନ୍ତl ବୋଲି ଖ୍ରୀଷ୍ଟିୟାନ ସାହି ର ଲୁଲୁ, ଆଲୋକ, ମଙ୍ଗଲ ଦାନ,ଲଳିତ ଓ ସାହି ବାସିନ୍ଦା ଅଭିଯୋଗ କରିଛନ୍ତି I ଏଣୁ ବର୍ଷl ପାଣି ଯିବା ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ I ବର୍ତ୍ତମାନ ବର୍ଷl ଆରମ୍ଭ ହୋଇଛି l ଆଗକୁ ଅଧିକ ବର୍ଷl ହେଲେ କଣ କରିବେ ସେ ନେଇ ଚିନ୍ତାରେ ଅଛନ୍ତି ଖ୍ରୀଷ୍ଟିୟାନ ସାହି ବାସିନ୍ଦା I ତୁରନ୍ତ ସମସ୍ୟା ର ସମାଧାନ କରିବା ପାଇଁ ଦାବି ଜଣାଇଛନ୍ତି l
କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ