ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରକୃତି ରାଣୀ

ପ୍ରକୃତି ରାଣୀ

 

ଉପେନ୍ଦ୍ର କୁମାର ବସ୍ତିଆ

 

ଗ୍ରୀଷମରେ ତୁମେ ବରଗଛ ଛାଇ 

    ବର୍ଷାରେ ବରଷା ଧାରା 

ଶରତରେ ତୁମେ ନିରିମାଖି କଇଁ 

    ହେମନ୍ତେ ଶିଶିର ପରା ।

 

ଶୀତ କାଳେ ତୁମେ କଂଅଳିଆ ଖରା 

     ବସନ୍ତେ ମହକୁ ଥାଅ 

ଛଅ ଋତୁ ଯାକ ତୁମେ ଋତୁମୟୀ 

    ଵିବିଧେ ସଜେଇ ହୁଅ ।

 

ଋତୁରାଣୀ ଆଜି ଆନମନା ହୁଏ 

    ବିସ୍ମିତ ଲାଗଇ ସତେ 

ତୁମକୁ ଦେଖିଲେ ପ୍ରକୃତି ରାଣିଗୋ 

    କବିତା ଲେଖେଇ କେତେ ।

 

ଏତେ ରୁପମୟୀ କେମିତି ହୁଅ ଗୋ 

    ପାରେନାହିଁ ମୁହିଁ ଜାଣି 

ତଥାପି ତୁମରି ପାଖେ ଆମେ ସବୁ 

    ଜନ୍ମ ଜନ୍ମାନ୍ତାର ରୁଣୀ ।

 

ରାଉରକେଲା

 

Related posts

କଳାହାଣ୍ଡି ଜିଲ୍ଲାର ୨- ନମ୍ବର ଜୋନରେ ସଂନ୍ଧ୍ୟା ୫ ଘଣ୍ଟା ସୁଦ୍ଧା ଜିଲ୍ଲାପରିଷଦ ଗଣନା

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ସାରା ଦେଶରେ ଆଜିଠୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟାନ…

Leave a Comment

error: Content is protected !!