ପ୍ରକୃତି ରାଣୀ
ଉପେନ୍ଦ୍ର କୁମାର ବସ୍ତିଆ
ଗ୍ରୀଷମରେ ତୁମେ ବରଗଛ ଛାଇ
ବର୍ଷାରେ ବରଷା ଧାରା
ଶରତରେ ତୁମେ ନିରିମାଖି କଇଁ
ହେମନ୍ତେ ଶିଶିର ପରା ।
ଶୀତ କାଳେ ତୁମେ କଂଅଳିଆ ଖରା
ବସନ୍ତେ ମହକୁ ଥାଅ
ଛଅ ଋତୁ ଯାକ ତୁମେ ଋତୁମୟୀ
ଵିବିଧେ ସଜେଇ ହୁଅ ।
ଋତୁରାଣୀ ଆଜି ଆନମନା ହୁଏ
ବିସ୍ମିତ ଲାଗଇ ସତେ
ତୁମକୁ ଦେଖିଲେ ପ୍ରକୃତି ରାଣିଗୋ
କବିତା ଲେଖେଇ କେତେ ।
ଏତେ ରୁପମୟୀ କେମିତି ହୁଅ ଗୋ
ପାରେନାହିଁ ମୁହିଁ ଜାଣି
ତଥାପି ତୁମରି ପାଖେ ଆମେ ସବୁ
ଜନ୍ମ ଜନ୍ମାନ୍ତାର ରୁଣୀ ।
ରାଉରକେଲା