ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଇଟସେଭର୍ସ ତରଫରୁ ଦୃଷ୍ଟିବାଧିତ ଝିଅମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ଶିବିର

  ଭବାନିପାଟଣା -:  ସମ୍ପ୍ରତି ପରିସ୍ଥିତିରେ ମହିଳାମାନଙ୍କ ଉପରେ ହିଂସାର ପରିମାଣ ବଢ଼ିବାରେ ଲାଗିଛି । ବିଶେଷ କରି ଦୃଷ୍ଟିବାଧିତ ମହିଳା ତଥା ଝିଅମାନଙ୍କ ସହ ଏଭଳି ଘଟଣା ଅଧୃକ ଘଟୁଛି ତେଣୁ ଦୃଷ୍ଟିବାଧିତ ଝିଅମାନଙ୍କୁ ଆସନ୍ନ ବିପଦକୁ ଏଡ଼ାଇବା ପାଇଁ ତଥା ଯେ କୌଣସି ପରିସ୍ଥିତିର ସାହସର ସହ ସାମନା କରିବା ପାଇଁ ସାଇଟସେଭର୍ସ ତରଫରୁ ଭବାନୀପାଟଣାସ୍ଥିତ ସହଭାଗୀ ବିକାଶ ଅଭିଯାନଠାରେ ମଇ ୫ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଏକ ଛଅ ଦିନିଆ “ଆତ୍ମରକ୍ଷା କୌଶଳ ଶିବିର”ର ଆୟୋଜନ କରାଯାଇଥିଲା ! ଏଥିରେ ୧୧ ଜଣ ଦୃଷ୍ଟିବାଧିତ ଝିଅ ଯୋଗ ଦେଇଥିଲେ । ମୁମ୍ବାଇର ଅରବିନ୍ଦ ଖରେ ପ୍ରତିଯୋଗୀମାନଙ୍କୁ ବିଭିନ୍ନ କୌଶଳ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ ଏବଂ ତାଙ୍କୁ ଏହି କାମରେ କଳାହାଣ୍ଡି ବିଶ୍ବବିଦ୍ୟାଳୟର ତିନି ଜଣ MSW ଛାତ୍ରୀ ସହାୟତା କରୁଥିଲେ। ପ୍ରଶିକ୍ଷଣର ଶେଷ ଦିନରେ ସମସ୍ତ ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ଏହି ପ୍ରଶିକ୍ଷଣ ଶିବିର ପ୍ରତିଯୋଗୀମାନଙ୍କୁ ଆତ୍ମରକ୍ଷା ପାଇଁ ପ୍ରସ୍ତୁତ କରିବା ସହିତ ସେମାନଙ୍କର ଆତ୍ମବିଶ୍ବାସ ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥିଲା । ଉକ୍ତ ପ୍ରଶିକ୍ଷଣ ଶିବିର କୁ ଆୟୋଜନ କରିବାରେ ସାଇଟସେଭର୍ସ ର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଶ୍ରୀଯୁକ୍ତ ଅଶୋକ ଶବର, ଶ୍ରୀଯୁକ୍ତ ଇରଫାନ ଅଲ୍ଲୀ ଖାଁ ଏବଂ ଶ୍ରୀଯୁକ୍ତ ପ୍ରିୟବ୍ରତ ପାଢ଼ୀ ପ୍ରମୁଖ ଭୂମିକା ତୁଲାଇଥିଲେ।

ଭବାନୀପାଟଣା ରୁ ଖିରୋଦ କୁମାର ମଙ୍ଗରାଜ ଙ୍କ ରିପୋର୍ଟ,

Related posts

ନବ କୁମାର ଦାସ ଙ୍କ କବିତା ପ୍ରୀତି ସକାଳର ଛୁଆଁ

Sunil Chandra Nayak

ପରିଚୟ ପତ୍ର ବଣ୍ଟନ କଲା ବରିଷ୍ଠ ନାଗରିକ ମଞ୍ଚ

Sunil Chandra Nayak

ପଣ୍ଡକୁଳ ଠାରୁ ଫରଙ୍ଗ ଶୋଚନୀୟ ରାସ୍ତାକୁ ମରାମତି ପାଇଁ ସାଧାରଣରେ ଦାବୀ

Sunil Chandra Nayak

Leave a Comment

error: Content is protected !!