ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ତ୍ରିରଙ୍ଗା ନେତ ମୋ ପ୍ରଣିପାତ =ଘେନ

ତ୍ରିରଙ୍ଗା ନେତ ମୋ ପ୍ରଣିପାତ =ଘେନ

(ଶାନ୍ତି ମୈତ୍ରୀ ପ୍ରୀତି ତ୍ରିରଙ୍ଗା)
ଦେବ ପୁଣ୍ୟ ଭୂମି ବିଶ୍ୱରେ ବନ୍ଦିତ 
ଆର୍ଯ୍ୟ ସଂସ୍କୃତିର ଶାସ୍ତ୍ରେ ବିମଣ୍ଡିତ। 
ଏସିଆର ସୂର୍ଯ୍ୟ ବିଶ୍ୱରେ ଆଦୃତ 
ରତ୍ନଗର୍ଭା ଅଟେ ମୋହର ଭାରତ। 
ମସ୍ତକେ କିରୀଟ ଯାର ହିମାଳୟ 
ଜାତି ଜାତି ଶୋହେ କେତେ ଦେବାଳୟ। 
ପୁଣ୍ୟତୋୟା ନଦୀ ଯମୁନା ଓ ଗଙ୍ଗା 
ଭାରତ ବୁକୁରେ ଧ୍ୱଜା ଯେ ତ୍ରିରଙ୍ଗା। 
ଧୌତ କରେ ସିନ୍ଧୁ ଯାହାର ଚରଣ 
ବିଶ୍ୱ ଆଦି କବି ଶ୍ରେଷ୍ଠ ରାମାୟଣ। 
ବିଖ୍ଯାତ ଗ୍ରନ୍ଥର ଯେ ମହାଭାରତ 
ଗଣିତ ଶାସ୍ତ୍ରରେ ଶାସ୍ତ୍ରଜ୍ଞ ପଣ୍ଡିତ। 
ବିଶ୍ୱକୁ ପ୍ରଦାନ ତା ଗଣିତ ଶାସ୍ତ୍ର 
ବିଶ୍ୱବାସୀ ଙ୍କର ଭାରତ ଯେ ମିତ୍ର। 
ଭାରତ ମଧ୍ଯରେ ଧର୍ମ ଭିନ୍ନ ଭିନ୍ନ 
ଶାନ୍ତି ମୈତ୍ରୀ ପ୍ରୀତି ସଦା କରେ ଦାନ। 
ତସ୍କର ପରାୟ ଲୁଣ୍ଠିଲେ ବିଦେଶୀ 
ବୀର ଗତି ହେଲେ ଯୋଦ୍ଧା ଓ ସାହାସୀ। 
ରାମ କୃଷ୍ଣ ବୁଦ୍ଧ ଚାଣକ୍ୟ ଅଶୋକ 
ପୃଥୀରାଜ ବାପୁ ଏ ଜାତିର ଟେକ। 
କନ୍ୟାକୁମାରୀ ରୁ କାଶ୍ମୀରୀ ପର୍ଯ୍ୟନ୍ତ 
ଘରେ ଘରେ ଉଡିବ ତ୍ରିରଙ୍ଗା ନେତ। 
ପଚସ୍ତରୀ ତମ ସ୍ୱାଧୀନ ଦିବସ 
ମହୋତ୍ସବ ଅମୃତ ପାଳୁଛି ଦେଶ। 
ଅଗଷ୍ଟ ପନ୍ଦରେ ତ୍ରିରଙ୍ଗା ଉଡାଇ
ବନ୍ଦନା ଜାତୀୟ ସଙ୍ଗୀତ କୁ ଗାଇ। 
ଜନ୍ମଭୂମି ପାଇଁ ଉତ୍ସର୍ଗ ଜୀବନ 
ସେବାରେ ତାହାର ଜୀବନ ତ ଧନ୍ୟ।
ବନ୍ଦେ ଜନ୍ମଭୂମି ଭାରତ ଚରଣ 
ତ୍ରିରଙ୍ଗା ନେତ ମୋ ପ୍ରଣିପାତ ଘେନ। 

କଣ୍ଡୁରୀ ଚରଣ ନାୟକ

ଗଙ୍ଗନଗର ପଲ୍ଲୀ, ଭୂବନେଶ୍ବର

Related posts

ସନାତନ ଆଧ୍ୟାତ୍ମିକ ସାହିତ୍ୟ ସଂସଦ ତରଫରୁ ଲମ୍ବୋଦର ସେବା ସମ୍ମାନ ପ୍ରଦାନ

Sunil Chandra Nayak

ରାଉରକେଲା – କଳିଙ୍ଗ କଳା ପରିଷଦ ତରଫରୁ ନାଟକ ‘ହାଇୱେ କୀଳା’ ମଞ୍ଚସ୍ଥ

Sunil Chandra Nayak

ବାଲେଶ୍ବର – ଆଦର୍ଶ ବିଦ୍ଯାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!