ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମଶିଳା ବେହେରା ଙ୍କ କବିତା ହେ ଜାତୀୟ ପତାକା 

ହେ ଜାତୀୟ ପତାକା 

ହେ ମୋର ଜାତୀୟ ପତାକା
ତିନି ରଙ୍ଗ ବହି ତୁମେ ହେଲ ତ୍ରିରଙ୍ଗା ।
ଶାନ୍ତି ମୈତ୍ରୀ ସାହସରେ ବାନ୍ଧି ଦେଲ ତୁମେ
ଏ ଭାରତ ବାସୀଙ୍କ ଅଟ ଅର୍ଣ୍ଣପୂର୍ଣ୍ଣା।
ଫରଫର ଉଡୁଅଛ ଆକାଶ ମଣ୍ଡଳେ
ଦେଖିଅଛ ତୁମେ ସଦା ଭାରତ ଦୁର୍ଦ୍ଦଶା।
ହେ ମୋର ଜାତୀୟ ପତାକା
ମୋ ଦେଶ ବିଭବ କେତେ
ଦେଖିଅଛ ବେନି ଡୋଳେ ତବ
ସେହି ଗୋରା ବଦେଶୀ ଦଳ
ଲୁଟି ନେଉଥିଲେ ତାଙ୍କ ଦେଶେ
କରି କେତେ ଅହଂକାର।
ମୋ ମାଆ ସାଇତି ଅଛି ବୁକୁରେ ତାହାର
ହୀରା ନୀଳା ମୋତି ଆଉ କେତେ କଞ୍ଚାମାଲ
ତାକୁ ନେଇ ଖାଇଦେଲେ ଫିରିଙ୍ଗି ସର୍କାର ।
ମୋ ମାଆର ସେ ବୀର ସନ୍ତାନ ଗଣ
କେତେ କଷ୍ଟ ସହିଗଲେ ବୁକୁ କରି ଟାଣ
ଚାବୁକ ପ୍ରହାର ସାଥେ ଲାଠି ଗୋଇଠା ପ୍ରହାର
ଖାଇ ମାତୃଭୂମି ମାନ ରଖିଲେ ସତ୍ବର।
ଶେଷେ ଜିତାପଟ ଲଭି ତଡିଦେଲେ ତାଙ୍କୁ
ପଲାଇଲେ ସେ ଫିରିଙ୍ଗି ହୋଇଗଲେ କାବୁ
ଏହି ଅଗଷ୍ଠ ପନ୍ଦରେ ସ୍ବାଧୀନ ହୋଇଲା ମାଆ
ତ୍ରିରଙ୍ଗା ଉଡାଇ ଆମେ ରଖିବୁ ତା ନାଆ
ଗଗନେ ପବନେ ଆଜି ଶୁଭେ ହର୍ସ୍ବଧ୍ବନୀ
ଆନନ୍ଦେ ବିରାଜ କରେ ଏସାରା ଅବନୀ ।

ପ୍ରେମଶିଳା ବେହେରା 

Related posts

ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ଡଃ ସରିତା ମଲ୍ଲ ସମ୍ବର୍ଦ୍ଧିତ

ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀଙ୍କ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ

Sunil Chandra Nayak

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ଦିଲ୍ଲୀରେ ନାମାଙ୍କନ ପତ୍ର ଦାଖଲ ନେଇ ରାଇରଙ୍ଗପୁର ବାସ ଭବନ ସମ୍ମୁଖରେ ନୃତ୍ଯ ଆତଶବାଜୀ,ମିଷ୍ଟା ବଣ୍ଟନ

Sunil Chandra Nayak

Leave a Comment

error: Content is protected !!