ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଚିନ୍ତାମଣି ଚିନ୍ତା ଦୂର କର ବ୍ୟଥା 
    ପାପ ଯାଉ ଦୂର ଛାଡ଼ି
ମୁକ୍ତି କରି ଦିଅ ଏ ଅଧମ ପାପି
    ସିଂହ ଦ୍ବାର ଅଛି ପଡ଼ି।
ଥରେ ଚାହିଁ ଦେଲେ ମୁକ୍ତି ପାଇ ଯିବି
     ରହିବି ପ୍ରଭୁ ସେବାରେ
ଅନେକ ଦୂରରୁ ଧାଇଁ ଆସିଅଛି
  ଘେନ ମୋ ପ୍ରାର୍ଥନା ବାରେ।
ତୁମେ ନ ଚାହିଁଲେ କିଏବା ଚାହିଁବ
    ଆଶା ମୋ ତୁମ ଉପରେ
ପବିତ୍ର ହୋଇବା ତୋବାନା ଚାହିଁଲେ
    ଆଶୀର୍ବାଦ ମୋ ଭାଗ୍ୟରେ।
ଅନୁରୋଧ କରି ଯାଉଅଛି ହାରି
     କେବେ ଶୁଣିବ ଗୁହାରୀ
ପଥ ଅନୁସରି ବସି ଅଛି ହରି
   ସତେକି ଦେବ ପାଶେରି।
କରୁଛି ଜଣାଣ ଶୁଣ ଦୁଃଖ ମାନ
     ଏମିତି ଭୋଗିବା କଷ୍ଟ
ତୁମେ ଥାଉ ପ୍ରଭୁ ଦେଖା ଦିଅ ବେଳ
    ବିପଦ ଯାଉ ଯେ ନଷ୍ଟ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

କଳାହାଣ୍ଡିର ପୂର୍ବତନ ସାଂସଦ ସ୍ବର୍ଗତ ସୁବାସ ଚନ୍ଦ୍ର ନାୟକ ଙ୍କ ଦ୍ୱାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଡ୍ରେନେଜ ବ୍ୟବସ୍ଥା ନାହିଁ ରାସ୍ତାରେ ଜମୁଛି ପାଣି

Sunil Chandra Nayak

Leave a Comment

error: Content is protected !!