ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଲିଆଭଟାରେ ଚଳିତ ବର୍ଷର ପ୍ରଥମ ଧାନ ମଣ୍ଡି ଉଦଘାଟନ 

ଜୟପାଟଣା:୨୫/୧୧ କଳାହାଣ୍ଡି ଜିଲ୍ଲାରେ ଚଳିତ ଖରିଫ ଋତୁର ପ୍ରଥମ ଧାନ ସଂଗ୍ରହ ଆରମ୍ଭ ହୋଇଛି ।ଜୟପାଟଣା ବ୍ଳକ ବାନେର ପେକ୍ସ ଅଧିନସ୍ଥ ଖଲିଆଭଟା ମଣ୍ଡିରେ ଯୋଗାଣ ଅଧିକାରୀ, ସମବାୟ ଅଧିକାରୀ,ଆରଏମ୍ସି ଅଧିକାରୀଙ୍କ ଉପସ୍ଥିତିରେ ଧାନ କ୍ରୟ ଶୁଭାରମ୍ଭ ହୋଇଛି।

ତିନି ଜଣ ଚାଷୀ ଶଙ୍କର ପ୍ରସାଦ ନାଏକ ଙ୍କ ୪୪.୬୫କ୍ୟୁଣ୍ଟାଲ, ଡ଼ମ୍ବୁରଧର ମାଝୀ ୨୮.୫୧ କ୍ୟୁଣ୍ଟାଲ, ଯୁବରାଜ ରାଉତଙ୍କ ୫୨.୮୨ କ୍ୟୁଣ୍ଟାଲ ଧାନ କ୍ରୟ କରିଛି ସମବାୟ ବିଭାଗ। ଜିଲ୍ଲା ପ୍ରଶାସନ ପକ୍ଷରୁ ଡି ଆର ସି ଏସ୍ ପ୍ରମୋଦ କୁମାର ସାହୁ, ଏସି ଏସ୍ ଓ ଖଗେଶ୍ବର ପଣ୍ଡା ତଥା ସମବାୟ ସମିତିର କର୍ମଚାରୀ ପ୍ରମୁଖ ମଣ୍ଡିରେ ଉପସ୍ଥିତ ଥିଲେ । ପୂର୍ବ ବର୍ଷ ଚାଷୀଙ୍କ ଯେଉଁ ସମସ୍ୟା ଦେଖା ଦେଇଥିଲା ସେଥିରେ ସମାଧାନ ପାଇଁ ଆଗୁଆ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଅତିରିକ୍ତ ଯୋଗାଣ ଅଧିକାରୀ କହିଛନ୍ତି ।ତେବେ କଟନୀଛଟନୀ କୁ ନେଇ ଚାଷୀଙ୍କ ବିଭିନ୍ନ ପ୍ରଶ୍ନ ରହିଥିବା ବେଳେ ଯୋଗାଣ ବିଭାଗ ପକ୍ଷରୁ ଚାଷୀଙ୍କୁ ସରକାରଙ୍କ ନିର୍ଦ୍ଧାରିତ ମାନର ଧାନ ମଣ୍ଡିକୁ ଆଣିବା ପାଇଁ ପରମର୍ଶ ଦିଆଯାଇଛି । ମଣ୍ଡି ଶୁଭାରମ୍ଭ ସମୟରେ ବାନେର ପେକ୍ସ ସଭାପତି ରାଧାକାନ୍ତ ପଣ୍ଡା,ସମ୍ପାଦକ ଉଦିତ ନାରାୟଣ ରାଉତ, ପିଓ ଯୁଧିଷ୍ଠିର ସାହୁ, ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ରଞ୍ଜିତ ବାହାଦୂର ,ସନାତନ ମାଝୀ, ଏମ.ଆଇ ପ୍ରିୟରଞ୍ଜନ ନାଏକ ତଥା ଚାଷୀ ପ୍ରତିନିଧି ଭାରତେନ୍ଦୁ ବେହେରା, ସତ୍ୟାନନ୍ଦ ପୁଝାରି ଜଗନ୍ନାଥ ମାଝୀ, ଚନ୍ଦ୍ରଧ୍ଵଜ ମାଝୀ ତଥା ଅନେକ ଚାଷୀ ଉପସ୍ଥିତ ଥିଲେ ।

ଜଗମୋହନ ପଟ୍ଟନାୟକ(ବରିଷ୍ଠ ସାମ୍ବାଦିକ)

Related posts

ନର୍ମଦା ନାୟକ ଙ୍କ କବିତା ହୃଦୟ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ବାହୁଡ଼ା ବେଳ ହେଲା

ରାସ୍ତା ଉପରେ ଜମୁଛି ବର୍ଷା ପାଣି

Sunil Chandra Nayak

Leave a Comment

error: Content is protected !!