ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଜରୁସ ଲାକ୍ରା ମେମୋରିଆଲ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ରାଉରକେଲା/ ରାଉରକେଲା ଫୁଟବଲ ପ୍ଲେୟାର୍ସ ଓ ସେକ୍ଟର ୬ ବୀର ବିର୍ସା ଫୁଟବଲ ୟୁଥ କ୍ଲବ ର ମିଳିତ ଆନୁକୂଲ୍ୟରେ ତ୍ରିଦ୍ବିବସୀୟ ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ସେକ୍ଟର ୬ସ୍ଥିତ ଏଚ୍ ବ୍ଲକ ପଡିଆ ଠାରେ ଆରମ୍ଭ ହୋଇଯାଇଛି । ଏହି ନକଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସହରର ୧୬ଟି ଟିମ୍ ଓ ବରିଷ୍ଠ ବିଭାଗ( ୪୦ ବର୍ଷରୁ ଉର୍ଦ୍ଧ୍ବ)ରେ ବଣେଇ ଓ ସୁନ୍ଦରଗଡ ଟିମ୍ ସହ ୮ଟି ଟିମ୍ ଭାଗ ନେଇଛନ୍ତି । ଉଦଘାଟନୀ ଉତ୍ସବରେ ଅତିଥି ଭାବେ ସମାଜସେବୀ ହରିହର ରାଉତରାୟ,ଆରଏମସି ର ମୁକ୍ତା ପ୍ରୋଗ୍ରାମିଂ ଅଫିସର ସୁଶାନ୍ତ କୁମାର ବେଶନ, ଝିରପାଣି ସରପଞ୍ଚ ଅଜିତ ତିର୍କୀ,ଜାତୀୟ ଫୁଟବଲ ରେଫ୍ରି ଭାସ୍କର ନନ୍ଦ, ଆନ୍ତର୍ଜାତୀୟ ମୁଷ୍ଟି ଯୋଦ୍ଧା ପରିଚାଳକ ଅର୍ଜୁନ ଭୂୟାଁ ଓ କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ବର୍ଗତ ଲାଜରୁସ ଙ୍କ ସହଧର୍ମୀଣୀ ନନ୍ଦିନୀ ଲାକ୍ରା, ପୁଅ ବିକି ଲାକ୍ରା, ଅଭିଜିତ ମହାନ୍ତି,କୁମାର ରାଓଲେ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ସ୍ବର୍ଗତ ଲାଜରୁସ ଜଣେ ସନ୍ତୋଷ ଟ୍ରଫି ଖେଳାଳି ଥିଲେ । ତାଙ୍କ ନେତୃତ୍ବରେ ରାଉରକେଲା ଇଣ୍ଟରଷ୍ଟିଲ ଓ ରାଜ୍ୟ ରେ ରାଉରକେଲା ଚମ୍ପିୟାନ ହୋଇଥିଲା । ତେବେ ଗତ ୨୦୧୮ରେ ତାଙ୍କର ମହାପ୍ରୟାଣ ଘଟିଥିଲା। ପ୍ରାରମ୍ଭରେ ସ୍ବର୍ଗତ ଲାକ୍ରା ଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦିନରେ ୭ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ସେମିଫାଇନାଲରେ ତୁମକେଲା ଦଳ ବୀର ବିର୍ସା ୟୁଥ କ୍ଲବ କୁ ୨ -୧ ରେ ପରାସ୍ତ କରିଛି । ଖେଳ ପରିଚାଳନାରେ ରେଫ୍ରି ସର୍ବଶ୍ରୀ ପ୍ରଫୁଲ୍ଲ ଜେନା, ନାଗେଶ୍ବର ସୁନ୍ୟାନୀ, ଦୀନେଶ ହେମ୍ଭ୍ରମ, ପ୍ରେମାନନ୍ଦ ନାୟକ, ପଟେଲ ଏକ୍କା,ରଞ୍ଜିତ ଓରାମ,ସୁକରାମ ତନ୍ତୀ ପ୍ରମୁଖ କରିଥିବା ବେଳେ ଅନୁଷ୍ଠାନର ସଭାପତି ପୁରୁଷୋତ୍ତମ ତନ୍ତୀ, ସୁନିଲ୍ ମିଞ୍ଜ,ଅନିଲ ମିଞ୍ଜ,ଅର୍ଜୁନ ଦାସ,ମହେଶ୍ଵର ସୁନ୍ୟାନୀ, ସୂର୍ଯ୍ୟ ସ୍ବାଇଁ,ପ୍ରକାଶ ସୁନା, ବାଳକୃଷ୍ଣ ଜେନା, ମଧୁସୂଦନ ପାତ୍ର,ରାଧେ ଲାଖୁଆ,ରଘୁ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁମେ

Sunil Chandra Nayak

ମମତା ସାହୁ  ଙ୍କ କବିତା ଆସହେ ନନ୍ଦ ଦୁଲ୍ଲାଳ ମୋର

Sunil Chandra Nayak

ଵାତୋ ଶିଶୁ ମନ୍ଦିର ରେ ଜନ୍ମାଷ୍ଟମୀ ପାଳିତ

Sunil Chandra Nayak

Leave a Comment

error: Content is protected !!