ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟ ସମ୍ବିଧାନ ଦିବସ ଅବସରରେ ଓଡିଶା ସାମ୍ୱାଦିକ ସଙ୍ଘ (ଓଜେୟୁ) ନବରଙ୍ଗପୁର ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର

ନବରଙ୍ଗପୁର:- (ମସିହା)୨୬ ନଭେମ୍ବର ଦିନ ‘ଜାତୀୟ ସମ୍ବିଧାନ ଦିବସ’ ପାଳନ ଅବସରରେ ଆଜି ନବରଙ୍ଗପୁର ଜିଲ୍ଲା “ଓଡିଶା ସାମ୍ୱାଦିକ ସଙ୍ଘ” (ଓଜେୟୁ) ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦଶ ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ ଡ଼ଃ. କମଳଲୋଚନ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା। ଓଜେୟୂ ରାଜ୍ଯ ସଂଗଠନ ତରଫରୁ ପ୍ରତି ଜିଲ୍ଲାରୁ ଏମିତି ଦାବିପତ୍ର ଜିଲ୍ଲାପାଳ ମାନଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବା ପାଇଁ ରଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜ, ସମ୍ପାଦକ କେ. ଶ୍ରୀନିବାସ ରାଓ ଓ ରାଜ୍ୟ ନେତୃତ୍ୱ ମଣ୍ଡଳୀ ତରଫରୁ ନିଷ୍ପତି ନିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଏକ ଦଶ ଦଫା ସମ୍ବଳିତ ଦାବିପତ୍ର ନବରଂଗପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ, ଯେଉଁଥିରେ ସାମ୍ବାଦିକଙ୍କ ସାମଗ୍ରିକ ବିକାଶ ପାଇଁ ଦାବି କରିଥିଲେ। ଯଥା ସାମ୍ୱାଦିକ ମାନଙ୍କ ସୁରକ୍ଷା ଆଇନ କଡାକଡି କରାଯିବା, ଗୋପବନ୍ଧୁ ବିମା ଯୋଜନାରେ ସାମ୍ବାଦିକଙ୍କ ବିମାରାଶି ଦୁଇ ଲକ୍ଷରୁ ଅନ୍ୟୁନ ପାଞ୍ଚ ଲକ୍ଷ୍ୟକୁ ବୃଦ୍ଧି କରିବା, ସାମ୍ବାଦିକଙ୍କ ମୃତ୍ୟୁକାଳିନ ଆର୍ଥିକ ସହାୟତା ୪ଲକ୍ଷରୁ ୧୦ଲକ୍ଷ୍ୟକୁ ବୃଦ୍ଧି କରିବା, ସମ୍ବେଦନଶୀଳ ସ୍ଥାନ ରେ ଏସଓପି ପ୍ରଣୟନ କରି ପ୍ରଶିକ୍ଷଣ ଦେବା, ଅବସରକାଳୀନ ଭତ୍ତା ପ୍ରଦାନ କରିବା, ସରକାରଙ୍କ ଦ୍ବାରା ବ୍ୟାଙ୍କ ଋଣ ପ୍ରଦାନ ବିଧିରେ ସରଳୀକରଣ କରିବା, ସାମ୍ୱାଦିକ ଅଧିସ୍ବୀକୃତି ନୀତି ରେ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ ସ୍ତର ପର୍ଯ୍ୟନ୍ତ ସାମ୍ବାଦିକଙ୍କୁ ସାମିଲ କରିବା, ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ପ୍ରେସ କଲୋନୀ ପ୍ରଦାନ କରିବା, ସରକାରୀ ବିଜ୍ଞାପନ ରାଶିରୁ ଦୁଇ ଶତକଡା ଲେଭି ଆଦାୟ କରି ସାମ୍ୱାଦିକ ମାନଙ୍କ କଲ୍ୟାଣ ପାଇଁ ବ୍ୟବହାର କରିବା, ସାମ୍ବାଦିକଙ୍କ ସମନ୍ଵୟ ରକ୍ଷା ପାଇଁ ରାଜ୍ୟସ୍ତରରେ କମିଟି ଗଠନ କରି ଅଗ୍ରଣୀ ସାମ୍ବାଦିକ ସଂଗଠନ ଗୁଡ଼ିକର ପ୍ରତିନିଧି ମାନଙ୍କୁ ସାମିଲ କରିବା, ଇତ୍ୟାଦି ଏହି ଦାବିପତ୍ରରେ ଉଲ୍ଲେଖ ରହିଅଛି। ଏହି ଦାବିପତ୍ର ପ୍ରଦାନ କରିବା ବେଳେ ଓଜେୟୁ ସଂଗଠନର ରାଜ୍ଯ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ, ଉପଦେଷ୍ଟା ରାକେଶ ଗୁପ୍ତା, ଜିଲ୍ଲା ସଭାପତି ଶିବ ଶଙ୍କର ତ୍ରିପାଠୀ, ସମ୍ପାଦକ ଜାନକୀ କାନ୍ତ ବିଷୋୟୀ, ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ ପଟ୍ଟନାୟକ, ଉପସଭାପତି ଜ୍ୟୋତି ପ୍ରକାଶ ଦାଶ, ଦେବାଶିଷ ଦାସ, ସହସଂପଦକ ଖଗେଶ୍ବର ବିଷୋୟୀ, ଶ୍ରୀହରି ବିଷୋୟୀ, ତପନ ତ୍ରିପାଠୀ, ଶିବଶଙ୍କର ବିଷୋୟୀ, କାର୍ଯ୍ୟକାରୀ ସମ୍ପାଦକ କେ ବେଣୁ ଗୋପାଳ ରାଓ ପ୍ରମୁଖ ପଚିଶି ଜଣ ସଦସ୍ୟ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ସରକାରୀ ବେସରକାରୀ ଗାଡ଼ି ଚାଳାଚଳ ନିମନ୍ତେ ଜିଲ୍ଲାପାଳ ଙ୍କୁ ଦାବିକଲେ ଦଳପଡା ଗ୍ରାମପଞ୍ଚାୟତ ବାସୀ

Sunil Chandra Nayak

କଂଗ୍ରେସ ପକ୍ଷରୁ ଗୁଡ଼ାରୀ ବିଜ୍ଞାପତ ଅଂଚଳ ନିର୍ବାଚନ ପାଇଁ ଜୋରଦାର ପ୍ରଚାର

Sunil Chandra Nayak

ଭୁତପୂର୍ବ ନଗରପାଳ ତଥା ବାର ଆସୋସିଏସନର ପ୍ରାକ୍ତନ ସଭାପତି ରମେଶ ବଳଙ୍କ ଆତ୍ମହତ୍ୟା 

Sunil Chandra Nayak

Leave a Comment

error: Content is protected !!