ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଚେତନତା ହିଁ ଦେବ ଶିଶୁଙ୍କୁ ସୁରକ୍ଷା

ନବରଙ୍ଗପୁର ତା ୨୫.୧୦ .୨୦୨୨(ମସିହା) ପୋଷ୍ୟସନ୍ତାନ ଗ୍ରହଣ , ଶିଶୁଙ୍କୁ ଚେଙ୍କ ନ ଦେବା, ବାଲ୍ୟବିବାହ ନିଷେଧ , ଶିଶୁ ଅପରାଧ ନିରାକରଣ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲା ଶିଶୁସୁରକ୍ଷା ୟୁନିଟ ପକ୍ଷରୁ ଏକ ଶିଶୁ ସୁରକ୍ଷା ଅଧିକାର ସଚେତନତା ରଥର ଶୁଭାରମ୍ଭ ହୋଇଛି । ଜିଲ୍ଲାର ସମସ୍ତ ବ୍ଲକରେ ସଚେତନତା କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ସବୁଜ ପତାକା ଦେଖାଇ ଏହି ସଚେତନତା ରଥର ପରିକ୍ରମା କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ । ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ସମାଜରେ ରହିଛି । ଏହା ଦ୍ଵାରା ଶିଶୁ ମାନେ ନିଜ ମୌଳିକତା ହରାଉଛନ୍ତି । ପିତାମାତା ମାନେ ପରମ୍ପରା ନାମରେ ନାବାଳିକା ମାନଙ୍କୁ କମ ବୟସରେ ବିବାହ ବନ୍ଧନରେ ଛନ୍ଦି ଦେଉଛନ୍ତି । ପାଠ ପଢିବା ବୟସରେ ଘରସଂସାରରେ ଛନ୍ଦି ହୋଇ, ନିଜ ଅଧିକାର ରୁ ବଞ୍ଚିତ ହେବା ସହିତ ବିବାହ ଯୋଗ୍ୟ ବୟସ ପୂର୍ବରୁ ମାତୃତ୍ଵ ଲାଭ କରୁଛନ୍ତି । ସମାଜରେ ଚାଲିଥିବା ଶିଶୁ ହିଂସାକୁ ରୋକିବା , ସାମ୍ବିଧାନିକ ବିଧି ବ୍ଯବସ୍ଥା ଅନୁଯାୟୀ ପୋଷ୍ୟସନ୍ତାନ ଗ୍ରହଣ କରିବା , ଶିଶୁଙ୍କ ସୁରକ୍ଷା ଓ ଅଧିକାର ଏବଂ ଶିକ୍ଷା ଦିଗରେ ବ୍ୟାପକ ସଚେତନତା ଉଦ୍ଦେଶ୍ୟ ରେ ଏହି କାର୍ଯ୍ୟକ୍ରମର ଲକ୍ଷ ରହିଛି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । ଜିଲ୍ଲାର ସମସ୍ତ ବ୍ଲକରେ ଯେଉଁ ସବୁ ଗ୍ରାମ ଗୁଡିକରେ ସଚେତନ ରଥ ପହଞ୍ଚିବ, ସେଠାରେ ଆଶା କର୍ମୀ ,ସ୍ଵୟଂସହାୟକ ଦଳର ସଭ୍ୟା ,ନିର୍ବାଚିତ ପଞ୍ଚାୟତ ପ୍ରତିନିଧି , ସମସ୍ତ ଜାତିସମାଜ ମୁଖ୍ଯ , କିଶୋରୀ ବାଳିକା ଓ ଗ୍ରାମର ଅନ୍ୟ ବ୍ୟକ୍ତି ମାନଙ୍କୁ ନେଇ ଅଙ୍ଗନବାଡି କର୍ମୀ ମାନେ ଶିଶୁଙ୍କୁ ଚେଙ୍କ ନ ଦେବା , ସାମ୍ବିଧାନିକ ବିଧି ବ୍ଯବସ୍ଥା ଅନୁଯାୟୀ ପୋଷ୍ୟସନ୍ତାନ, ଶିଶୁଙ୍କ ସୁରକ୍ଷା ଓ ଅଧିକାର ଏବଂ ଶିକ୍ଷା ଦିଗରେ ଏକ ସାଧାରଣ ସଚେତନ ବୈଠକ କରାଇବା ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ଅଙ୍ଗନବାଡି କର୍ମୀ ଙ୍କୁ ନିର୍ଦେଶ ଦିଆ ଯାଇ ଥିବାର ବିଷୟରେ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା କାର୍ଯ୍ୟ।ଳୟ ପରିସର ମଧ୍ୟରେ ହୋଇ ଥିବା ଏହି ସଚେତନତା ରଥର ଉଦଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ, ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ, ଆକ୍ସନଏଡ ର ଜିଲ୍ଲା ସଂଯୋଜକ ଫକିର ଚରଣ ରାଉତ, ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ ରବୀନ୍ଦ୍ର ପ୍ରଧାନ, ଅନୁଷ୍ଠାନ ଯତ୍ନ ଅଧିକାରୀ କୁନିମଣୀ ସ୍ଵାଇଁ , ଜିଲ୍ଲା ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ର ର ପ୍ରତିନିଧି ସାଗର ପଟ୍ଟନାୟକ , ରମ୍ଭା ପୂଝାରି ,ଜିଲ୍ଲା ଶିଶୁସୁରକ୍ଷା ୟୁନିଟ ର ସମସ୍ତ କର୍ମକର୍ତ୍ତା ଓ ଦୀନ ଦୟାଲ ବଳାଶ୍ରମର ଅନ୍ତୋବାସୀ ଓ ଅନ୍ୟ ଅଧିକାର ମାନେ ଉପସ୍ଥିତ ଥିଲେ ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ପ୍ରଗତି ଉତ୍କଳ ସଂଘରେ ଅରୁଣ ରଥଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

କୁମୁଡ଼ାମୁଣ୍ଡା ଗୌନ୍ତିଆଙ୍କ ପରଲୋକ, ଅଞ୍ଚଳରେ ଶୋକାକୁଳ ପରିବେଶ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ରଜ ଦୋଳ ର ସ୍ମୃତି

Sunil Chandra Nayak

Leave a Comment

error: Content is protected !!