ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜ କୁମାର ସାହୁ ଙ୍କ କବିତା ଗାଈଗୋଠ ଫେରିବାର ବେଳ

ଗାଈଗୋଠ ଫେରିବାର ବେଳ

ପାହାଡ ସେପାଖେ
ଧୂଆଁଳିଆ ଆକାଶ ଯେବେ
ଓହ୍ଲାଇ ଆସେ ମାଟିକୁ
ଖାଁ ଖାଁ ଲାଗେ ବଣ
ନଈପଠାରୁ ବାହୁଡିଯାନ୍ତି ଖଗଦଳ
ବାଟୋଇ ଫେରେ ତା ବସାକୁ।
ଅଳସ ଭାଙ୍ଗି ପବନ
ଘୁମେଇ ପଡେ ଗଛରେ
ପତ୍ରସବୁକୁ ବିରତି ଦେଇ
କାଲିକୁ କରେ ଅପେକ୍ଷା।
ଗାଈଆଳ ପଗଡିରୁ ଝାଡିଦିଏ
ଦିବସଯାକର କ୍ଲାନ୍ତି
ଠେଙ୍ଗାକୁ ଭରସି
ସଳଖେ ତାର ଦରଜ ଅଣ୍ଟା,
ଚମଡା ଲଗା କଠୋଉରୁ
ମାଟିଧୂଳିର ଆବରଣକୁ ଧୋଇଦିଏ
ଅଇିଁଠା ବଳକା ପାଣିରେ।
ସୁରୁଜ ଯେତେ ଡୁବେ
ସେତେ ଧୂଳିମୟ ସାଜେ ପଡିଆ
ଘାସସବୁ ବିଲୀନ ହୋଇଯାନ୍ତି ଟାପୁରେ
ହମ୍ବାରଡି ଛାଡି ମା’ ତଲାସେ 
ତାର କଅଁଳା ଛୁଆକୁ
ଗାଈଆଳ ମୋଟାକଣ୍ଠରେ
ଲାଞ୍ଜଟେକି କୁଦାମାରେ ବଳଦ।
ଲାଲ ଡହଡହ ଦିଶେ ପାହାଡ
ଆବୋରି ବସେ ସବୁକୁ
ଶୀତଳର କୋହଲା ଛାଇ
ଟାପୁକୁ ମେଳ କରି
ଘରମୁହାଁ ମୁହାଁଏ ଗୋଠ
ସଭିଁଙ୍କ କାନେ ଗୁଞ୍ଜରିତ ହୋଇଉଠେ
ପ୍ରକୃତିର ସୁନ୍ଦର ଏ ଭେଟି
ଗାଈଗୋଠ ଫେରିବାର ବେଳ…
ଗାଈଗୋଠ ଫେରିବାର ବେଳ…।

ସରୋଜ କୁମାର ସାହୁ

ଆଠଗଡ଼ .କଟକ

Related posts

ପୂଣ୍ୟତିଥିରେ ମନେ ପଡନ୍ତି ଅଟଳ ବିହାରୀ ବାଜପେୟୀ, ଭାରତ ରାଜନୀତିର ଅନନ୍ୟ ବିନ୍ଧାଣୀ

Sunil Chandra Nayak

ତେନ୍ତୁଳିଖୁଣ୍ଟି ର ବାରିଜ ହେଲେ ନବରଙ୍ଗପୁର ପାଇକାରି ଖାଉଟି ସମବାୟ ଭଣ୍ଡାର ଲିଃ ସଭାପତି

Sunil Chandra Nayak

ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Leave a Comment

error: Content is protected !!