ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶେଷ ଇଚ୍ଛା ପୂରଣ ପୂର୍ବରୁ ଆଖି ବୁଜିଲେ ବିଦ୍ୟାଳୟ ପ୍ରତିଷ୍ଠାତା

ବାଲେଶ୍ଵର-୨୮/୮/୨୨- ମାନ୍ଯବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷାର ଉନ୍ନତି ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି । ବିଦ୍ଯାଳୟ ଗୁଡିକୁ ୫-ଟିରେ ଅନ୍ତର୍ଭୁକ୍ତ କରି ରୂପାନ୍ତକରଣ କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେଉଛନ୍ତି । ବାଲେଶ୍ବର ଜିଲ୍ଲାର ବିଭିନ୍ନ ବ୍ଲକରେ ଏହି କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ଖବର ସଂଗ୍ରହରୁ ଜଣାପଡିଛି । ପର୍ଯ୍ଯାୟ କ୍ରମେ ସମସ୍ତ ବିଦ୍ୟାଳୟର ଉନ୍ନତି କରଣ କରାଯିବାର ସୂଚନା ରହିଛି । ବାଲେଶ୍ଵର ଜିଲା ଖଇରା ବ୍ଲକ ମାଖନପୁର ପଞ୍ଚାୟତର ରାଧାରସିକ ମୋହନ ବାଳିକା ବିଦ୍ୟାଳୟ ରୁପାନ୍ତରଣ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲା । ଉଦ୍ଘାଟନ ପାଇଁ ତାରିଖ ମଧ୍ୟ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଉଦଘାଟନକୁ ଆଗ୍ରହର ସହ ଦେଖିବାକୁ ଅପେକ୍ଷା କରିଥିବା ବିଦ୍ୟାଳୟ ପ୍ରତିଷ୍ଠାତା ପ୍ରଦୀପ କୁମାର ଦାସ(୬୪)ଙ୍କର ଉଦଘାଟନ ପୂର୍ବରୁ ହୃଦଘାତରେ ହୋଇଗଲା ମୃତ୍ୟୁ । ହଠାତ୍ ତାଙ୍କ ମୃତ୍ୟୁକୁ ନେଇ ବିଦ୍ୟାଳୟ ପରିସରରେ ଶୋକାକୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଦଘାଟନ କାର୍ଯ୍ୟ କିପରି ସୂଚାରୁ ଭାବେ ସମାପନ ହେବ ସେଥିପାଇଁ ସେ ନିଜେ ଏହାର ସମସ୍ତ କାର୍ଯ୍ୟକୁ ତଦାରଖ କରୁଥିଲେ । ଭଗବାନଙ୍କ ଲୀଳା ବିଚିତ୍ର । ବିଳମ୍ବରେ ପ୍ରାପ୍ତ ଖବରରୁ ଜଣାପଡିଛି ଶ୍ରୀ ଦାସ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ପ୍ରଥମେ ସୋର ଓ ପରେ ବାଲେଶ୍ବର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ଶ୍ରୀ ଦାସଙ୍କୁ ମୃତ ଘୋଷଣା କରିଥିଲେ । ଶେଷ ଇଚ୍ଛା ପୂରଣ ପୂର୍ବରୁ ଏଭଳି ମୃତ୍ୟୁ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ଦୁଃଖ ଆଣିଦେଇଛି ଯାହା ଜନସାଧାରଣ ପ୍ରକାଶ କରିଛନ୍ତି । ଖବରପାଇ ଅଗଣିତ ଛାତ୍ରୀଛାତ୍ର, ଗ୍ରାମବାସୀ ଓ ଶୁଭେଚ୍ଛୁ ମାନେ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରା ଙ୍କ ରିପୋର୍ଟ

Related posts

ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ଏକବିଂଶ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସାରସ୍ୱତ ସମାରୋହ

Sunil Chandra Nayak

କବିତା ଦାଶ ଙ୍କ କବିତା ଟିକି ନାଆ ମୋର ଭାସି ଯାଆ

Sunil Chandra Nayak

ଚୋରି ଅଭିଯୁକ୍ତ ଗିରଫ, ଟଙ୍କା ଓ ବିଭିନ୍ନ ସାମଗ୍ରୀ ଉଦ୍ଧାର

Leave a Comment

error: Content is protected !!