ବ୍ୟୁରୋ -ଅଦ୍ୟ ତା-୨୭-୦୮-୨୦୨୨ରିଖ ସନ୍ଧ୍ୟା ଘ ୬. ୩୦ ମିନିଟ ସମୟରେ ଗୋପାଳକୃଷ୍ଣ ଆଧ୍ୟାତ୍ମିକ ସଂସଦ ତରଫରୁ ଆଭାସୀ ମାଧ୍ୟମରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ଚାଲ ଈଶ୍ୱରଙ୍କୁ ଖୋଜବା ବିଷୟକୁ ନେଇ ବିଜ୍ଞାନ ଓ ଆଧ୍ୟାତ୍ମିକତାର ବିଷୟ ସଂଯୋଗ କରି ଭୁବନେଶ୍ବର ର ବିଶିଷ୍ଟ ସୁସାହିତ୍ୟିକ ଶ୍ରୀଯୁକ୍ତ ବିଶ୍ୱେଶ୍ୱର ମାଝୀ ମହୋଦୟ ସୁନ୍ଦର ଉପସ୍ଥାପନା ସହ ଦୀକ୍ଷାନ୍ତ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଶ୍ରୀଯୁକ୍ତ ରଞ୍ଜନ କୁମାର ପଣ୍ଡା ମହୋଦୟ ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ ଶୁଭେଚ୍ଛା ସହ ଶୁଭାଭିନନ୍ଦନ ଜଣାଇ ଥିଲେ ।ଶ୍ରୀମତୀ ସବିତା ଶୁକ୍ଳା , ନୟାଗଡ଼ ମହୋଦୟା ମଙ୍ଗଳା ଚରଣ ପାଠ କରିଥିଲେ, ତା’ପରେ ଶ୍ରୀମତୀ ପ୍ରଣତି ମହାପାତ୍ର ବାଲେଶ୍ୱର ଶ୍ଳୋକ ପଠନ ପୂର୍ବକ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ । ସାମ୍ପ୍ରତିକ ସମାଜର ସାଂସ୍କୃତିକ ଅବକ୍ଷୟ ଆଜି ନିମ୍ନ ମାନସିକତାର ବଳୟ ମଧ୍ୟରେ ପେଷିହୋଇ ସମାଜର ବହୁଳ କ୍ଷତି ପହଂଚାଉଅଛି । ତେଣୁ ଘରର ଚଳନ୍ତି ଦେବତାଙ୍କ ସେବା , ପିତୃଦେଵ ର ମହତ୍ଵ , ମାତୃଦେଵ ର ମହନୀୟତା ଓ ଅତିଥିଦେଵର ବିଶ୍ୱ ବନ୍ଦନୀୟ ସଂସ୍କାରିତ ମହାନ ପରମ୍ପରାର ଉଚ୍ଚତମ ଶିକ୍ଷଣୀୟ ଉପସ୍ଥାପନା ସହିତ ସାମାଜିକ ବାର୍ତ୍ତା ପ୍ରଦାନପୁର୍ବକ ବକ୍ତବ୍ୟ ପ୍ରଦାନ କରି ଶ୍ରୀଯୁକ୍ତ ମାଝୀ ମହୋଦୟ ଉପସ୍ଥିତ ସମସ୍ତଙ୍କ ହୃଦୟ ଜୟ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠ କରାଯାଇ ଥିଲା । ଡ଼ଃ ପ୍ରିୟମ୍ବଦା ସାମଲ, ଶ୍ରୀମତୀ ନୀହାରିକା ପଣ୍ଡା, ଶ୍ରୀମତୀ ସବିତା ଶୁକ୍ଳା, ଶ୍ରୀଯୁକ୍ତ ସୁକାନ୍ତ ବେହେରା ପ୍ରମୋଖ ନିଜ ନିଜ ନିଜର କବିତା କରି ଅନୁଷ୍ଠାନକୁ ଭକ୍ତିମୟ କରିଦେଇଥିଲେ । ଶ୍ରୀଯୁକ୍ତ ବାବାଜୀ ଚରଣ ଦାସ, ଶ୍ରୀଯୁକ୍ତ ସୁକାନ୍ତ ବେହେରା , ଡଃ ପ୍ରିୟମ୍ବଦା ସାମଲ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ଅନୁଷ୍ଠାନର କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପରିଶେଷରେ ଶ୍ରୀଯୁକ୍ତ ବିଶ୍ୱେଶ୍ୱର ମାଝୀ ମହୋଦୟ ଶାନ୍ତିପାଠ କରିଥିଲେ ଓ ଡଃ ପ୍ରିୟମ୍ବଦା ସାମଲ ମହୋଦୟା ଧନ୍ୟବାଦ ଅର୍ପଣ କରିଥିକେ । ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ପଣ୍ଡା ସମସ୍ତଙ୍କୁ ସାଧୁବାଦ ଜ୍ଞାପନ ପୂର୍ବକ ସଭା ସାଙ୍ଗ କରିଥିଲେ । ଶ୍ରୀଯୁକ୍ତ ମାଝୀଙ୍କ ଉପସ୍ଥାପନା ଶୈଳୀ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିଲା ।
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍