ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାଲ ଈଶ୍ୱରଙ୍କୁ ଖୋଜବା ବିଷୟକୁ ନେଇ ଆଲୋଚନା

ବ୍ୟୁରୋ -ଅଦ୍ୟ ତା-୨୭-୦୮-୨୦୨୨ରିଖ ସନ୍ଧ୍ୟା ଘ ୬. ୩୦ ମିନିଟ ସମୟରେ ଗୋପାଳକୃଷ୍ଣ ଆଧ୍ୟାତ୍ମିକ ସଂସଦ ତରଫରୁ ଆଭାସୀ ମାଧ୍ୟମରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇ  ଚାଲ ଈଶ୍ୱରଙ୍କୁ ଖୋଜବା ବିଷୟକୁ ନେଇ ବିଜ୍ଞାନ ଓ ଆଧ୍ୟାତ୍ମିକତାର ବିଷୟ ସଂଯୋଗ କରି ଭୁବନେଶ୍ବର ର ବିଶିଷ୍ଟ ସୁସାହିତ୍ୟିକ ଶ୍ରୀଯୁକ୍ତ ବିଶ୍ୱେଶ୍ୱର ମାଝୀ ମହୋଦୟ ସୁନ୍ଦର ଉପସ୍ଥାପନା ସହ ଦୀକ୍ଷାନ୍ତ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଶ୍ରୀଯୁକ୍ତ ରଞ୍ଜନ କୁମାର ପଣ୍ଡା ମହୋଦୟ ଉପସ୍ଥିତ ସମସ୍ତଙ୍କୁ ସ୍ବାଗତ ଶୁଭେଚ୍ଛା ସହ ଶୁଭାଭିନନ୍ଦନ ଜଣାଇ ଥିଲେ ।ଶ୍ରୀମତୀ ସବିତା ଶୁକ୍ଳା , ନୟାଗଡ଼ ମହୋଦୟା ମଙ୍ଗଳା ଚରଣ ପାଠ କରିଥିଲେ, ତା’ପରେ ଶ୍ରୀମତୀ ପ୍ରଣତି ମହାପାତ୍ର ବାଲେଶ୍ୱର ଶ୍ଳୋକ ପଠନ ପୂର୍ବକ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ । ସାମ୍ପ୍ରତିକ ସମାଜର ସାଂସ୍କୃତିକ ଅବକ୍ଷୟ ଆଜି ନିମ୍ନ ମାନସିକତାର ବଳୟ ମଧ୍ୟରେ ପେଷିହୋଇ ସମାଜର ବହୁଳ କ୍ଷତି ପହଂଚାଉଅଛି । ତେଣୁ ଘରର ଚଳନ୍ତି ଦେବତାଙ୍କ ସେବା , ପିତୃଦେଵ ର ମହତ୍ଵ , ମାତୃଦେଵ ର ମହନୀୟତା ଓ ଅତିଥିଦେଵର ବିଶ୍ୱ ବନ୍ଦନୀୟ ସଂସ୍କାରିତ ମହାନ ପରମ୍ପରାର ଉଚ୍ଚତମ ଶିକ୍ଷଣୀୟ ଉପସ୍ଥାପନା ସହିତ ସାମାଜିକ ବାର୍ତ୍ତା ପ୍ରଦାନପୁର୍ବକ ବକ୍ତବ୍ୟ ପ୍ରଦାନ କରି ଶ୍ରୀଯୁକ୍ତ ମାଝୀ ମହୋଦୟ ଉପସ୍ଥିତ ସମସ୍ତଙ୍କ ହୃଦୟ ଜୟ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠ କରାଯାଇ ଥିଲା । ଡ଼ଃ ପ୍ରିୟମ୍ବଦା ସାମଲ, ଶ୍ରୀମତୀ ନୀହାରିକା ପଣ୍ଡା, ଶ୍ରୀମତୀ ସବିତା ଶୁକ୍ଳା, ଶ୍ରୀଯୁକ୍ତ ସୁକାନ୍ତ ବେହେରା ପ୍ରମୋଖ ନିଜ ନିଜ ନିଜର କବିତା କରି ଅନୁଷ୍ଠାନକୁ ଭକ୍ତିମୟ କରିଦେଇଥିଲେ । ଶ୍ରୀଯୁକ୍ତ ବାବାଜୀ ଚରଣ ଦାସ, ଶ୍ରୀଯୁକ୍ତ ସୁକାନ୍ତ ବେହେରା , ଡଃ ପ୍ରିୟମ୍ବଦା ସାମଲ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ଅନୁଷ୍ଠାନର କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପରିଶେଷରେ ଶ୍ରୀଯୁକ୍ତ ବିଶ୍ୱେଶ୍ୱର ମାଝୀ ମହୋଦୟ ଶାନ୍ତିପାଠ କରିଥିଲେ ଓ ଡଃ ପ୍ରିୟମ୍ବଦା ସାମଲ ମହୋଦୟା ଧନ୍ୟବାଦ ଅର୍ପଣ କରିଥିକେ । ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ରଞ୍ଜନ କୁମାର ପଣ୍ଡା ସମସ୍ତଙ୍କୁ ସାଧୁବାଦ ଜ୍ଞାପନ ପୂର୍ବକ ସଭା ସାଙ୍ଗ କରିଥିଲେ । ଶ୍ରୀଯୁକ୍ତ ମାଝୀଙ୍କ ଉପସ୍ଥାପନା ଶୈଳୀ ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିଥିଲା ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ମହାନ୍ତି ଦମ୍ପତି ପୁଣିଥରେ ସମିତି ସଭ୍ୟଭାବେ ନିର୍ବାଚିତ ହେବାସହ ଅଧ୍ୟକ୍ଷା ପଦବୀ ପାଇଁ ପ୍ରମୁଖ ଦାବେଦାର୍, ଶିବିର ଚଳ ଚଞ୍ଚଳ

Sunil Chandra Nayak

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କୁ ଯୁବ କଂଗ୍ରେସ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା 

Sunil Chandra Nayak

ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ସାନମୌଦାର ଅଷ୍ଟମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!