ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନ୍ଧମାଳ ନ୍ୟାୟ ଶାନ୍ତି ଓ ସଦବାଭନା ସମାଜ ର ରାଲି ଓ ସାଧାରଣ ସଭା ଅନୁଷ୍ଠିତ

ଫୁଲବାଣୀ -: କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ କରନେସନ ପଡିଆ ଠାରେ ସଭାପତି ପ୍ରସନ୍ନ ବିଷୋୟୀ ,ଅଭୟ ସୁନ୍ଦର ବନମାଳି ଦିଗାଲ ଙ୍କ ନେତୃତ୍ୱରେ ସମସ୍ତ ଙ୍କ  ମଧ୍ୟରେ ଭାଇ ଚାରା ସୃଷ୍ଟି କରିବା ନିମନ୍ତେ ଶାନ୍ତି ଓ ସଦବାଭନା ସମାଜ କନ୍ଧମାଳର ପକ୍ଷରୁ ବିରାଟ ରାଲି ଓ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଶାନ୍ତି ପୂର୍ଣ୍ଣ ଭାବରେ ଏକ ରାଲି ଶୋଭ ଯାତ୍ରା ମାଦି କୁନ୍ଦା ଛକରୁ  ବାହାରି କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ସମୂଖରେ ପହଞ୍ଚି ଥିଲା। କନ୍ଧମାଳ ଜିଲ୍ଲାର ଶାନ୍ତି ସଦ୍ଭାବନା ସମାଜ ପକ୍ଷରୁ କନ୍ଧମାଳ ଜିଲ୍ଲା ର ସଂଖ୍ୟା ଲଘୁ ସମ୍ପ୍ରଦାୟର ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ କର୍ମ କର୍ତ୍ତା ମାନେ ଯାଇ ୮ ଦଫା ସମ୍ମିଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଦିଆଯାଇଥିବା ଦାବିପତ୍ରରେ ପ୍ରପୀଡ଼ିତକ ମାନଙ୍କୁ ନ୍ୟାୟ ଓ ଥଇଥାନ ନିଶ୍ଚିତକରଣ ନିମନ୍ତେ ବନ୍ଦ କରାଯାଇଥିବା ୩୧୫ ଟି କେସ୍‌ଗୁଡ଼ିକୁ ସୁପ୍ରିମ୍‌ କୋର୍ଟର ରାୟ ଅନୁସାରେ ପୁନର୍ବିବାର କରାଯାଉ। ୨୦୦୮ ହିଂସା ପ୍ରପୀଡ଼ିତ ପରିବାର ଗୁଡ଼ିକ ଆଜି ସୁଦ୍ଧା ଯେଉଁ ଆର୍ଥିକ ସାହାର୍ଯ୍ୟ ଦିଆଯାଇଛି ତାହା ସମୁଦ୍ରକୁ ଶଙ୍ଖ ପରି ଅତି ନଗଣ୍ୟ । ଘର ଓ ସଂପତ୍ତି ନଷ୍ଟିର ପରିମାଣ ଅତି ପ୍ରଚୁର ତେଣୁ ପ୍ରପୀଡ଼ିତ ପରିବାରକୁ ଯଥେଷ୍ଟ ପରିମାଣରେ  ସାହାଯ୍ୟ ପ୍ରଦାନ କରାଯାଉ । ପାର୍ବତ୍ୟା- ଞ୍ଚଳରେ ବାସ କରୁଥିବା ଦଳିତ ଓ ସଂଖ୍ୟାଲଘୁ ମାନଙ୍କୁ ଲିଜ ଜମି ଦିଆଯିବାର ବ୍ୟବସ୍ଥା କରାଯାଉ। ଓଡ଼ିଶା ରାଜ୍ୟ ସଂଖ୍ୟାଲଘୁ ଆୟୋଗ ଏବଂ ସଂଖ୍ୟା ଲଘୁଙ୍କ ବିଚାର ପାଇଁ ଆର୍ଥିକ ନିଗମ ସ୍ଥାପନ କରାଯାଉ ।କେନ୍ଦ୍ର ସରକାର  ଏଥି ସକାଶେ ଦୃଢ଼ ପଦକ୍ଷେପ ନିଅନ୍ତୁ ଏବଂ ରାଜ୍ୟ ସରକାରଙ୍କୁ ଏହି ବିଷୟରେ ନିର୍ଦ୍ଦେଶ ଦିଅନ୍ତୁ।କନ୍ଧମାଳର ୨୫ ପ୍ରତିଶତରୁ ଉର୍ଦ୍ଧ୍ବ ସଂଖ୍ୟାଲଘୁ ସଂପ୍ରଦାୟ ଥିବା ବ୍ଲକ ଗୁଡ଼ିକୁ ଯଥା ତୁମୁଡ଼ିବନ୍ଧ, ବାଲିଗୁଡ଼ା,ନୂଆଗାଁକୁ ସଂଖ୍ୟାଲଘୁ ବ୍ଲକ୍‌ର ମାନ୍ୟତା ଦିଆଯାଉ। ଆଦିବାସୀ ଖ୍ରୀଷ୍ଟିୟାନ୍‌ ମାନଙ୍କ ପ୍ରତି ରହିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଅବ୍ୟାହତ କରାଯାଉ। ପ୍ରଧାନମନ୍ତ୍ରୀଙ୍କ ପନ୍ଦର ସୁତ୍ରୀ କାର୍ଯ୍ୟକ୍ରମ ଓ ଏମ୍.ଏସ୍.ଡି.ପି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଉ । ଧାର୍ମୀକ ଅସହିଷ୍ଣୁତା ଓ ଆକ୍ଷେପକୁ ଦୃଢ଼ ନିନ୍ଦା କରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଉ ବୋଲି ଦାବୀପତ୍ର ରେ ଉଲ୍ଲେଖ ରହିଛି। ଏହି ଦାବୀ ଗୁଡିକ ପୂରଣ ପାଇଁ ସରକାରଙ୍କ ନିକଟରେ ନ୍ୟାୟ ଶାନ୍ତି ସଦ୍ଭାବନା ସମାଜ ପକ୍ଷରୁ ନିବେଦନ କରାଯାଇଛି । ତା ପରେ ସ୍ଥାନୀୟ କରୋନେସନ  ପଡିଆ ଠାରେ ଏକ ସର୍ବ ସାଧାରଣ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବରେ ଅଶୋକ କୁମାର ପାଣ୍ଡେ ଯୋଗ ଦେଇଥିବା ବେଳେ ସାଂମ୍ମାନୀତ ଅତିଥି ଭାବରେ ପ୍ରଫେସର. ଲକ୍ଷ୍ମଣ ୟାଦବ,ଅଭିରାମ ମଲିକ,ଅମୀୟ ପାଣ୍ଡେ,ପୂର୍ବତନ ବିଧାୟକ ଫୁଲବାଣୀ ବିଧାୟକ ଦୁଗୁନି କଁହର ,ବିଶୋପ ଦିଲୀପ ବଳ,ସଂଗ୍ରାମ ମଲିକ,ଅନିଲ ମଲିକ,ଲୁଧିଆ ଦିଗାଲ ଓ ଜାଗ୍ରତ କନ୍ଧମାଳର ପ୍ରତିଷ୍ଠାତା ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।ଆଇନଜୀବୀ ଶ୍ରୀ  ବେହେରା ଜାତି ଧର୍ମ ନିର୍ବିଶେଷରେ ସମସ୍ତ ମନୁଷ୍ୟ ସମାଜରେ ଏକ ଅଟନ୍ତି।ସେ ଦୃଷ୍ଟିରୁ ଆମେ ସମସ୍ତେ ଶାନ୍ତି ଶୃଙ୍ଖଳାର ସହ ଭାଇଚାରା ଭାବ ମନରେ ସୃଷ୍ଟି କରି ବଞ୍ଚିବା ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ସହସ୍ରାଧିକ ପୁରୁଷ ଓ ସଂଖ୍ୟା ଲଘୁ ସମ୍ପ୍ରଦାୟର ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାଏକ ଙ୍କ ରିପୋର୍ଟ 

Related posts

ଥାନା ସମ୍ମୁଖରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା , ୭ ଜଣ କୋର୍ଟ ଚାଲାଣ

ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ହେମନ୍ତ ସ୍ମୃତି ସାରସ୍ବତ ସମାରୋହ ଆସନ୍ତା ୯ ଓ ୧୦ରେ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ଯୁକ୍ତ ୨କଳା ପରୀକ୍ଷାରେ ଦୀପଶିଖା ସାହୁ ଟପ୍ପର

Sunil Chandra Nayak

Leave a Comment

error: Content is protected !!