ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଡେଙ୍ଗୁ ନିରାକରଣ ସଚେତନ କାର୍ଯ୍ୟକ୍ରମ

ନବରଙ୍ଗପୁର ଜିଲ୍ଲା ଅଧୀନସ୍ଥ ସାନମସିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ସଭା ଗୃହ ରେ ତା ୨୬,.௦୮.୨௦୨୨ରିଖ ରେ ଆୟୋଜନ କରାଯାଇଥିଲା ⎸ ଏହି ସଚେତନ କାର୍ଯ୍ୟକ୍ରମ ବ୍ଲକ ସ୍ତର ସହ ସାନମସିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ୪ ଟି ସେକ୍ଟର ରେ ବି ପାଳନ କରାଯାଇଥିଲା ⎸ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଆୟୋଜିତ ସଭା ରେ ଡେଙ୍ଗୁ ର କୁପ୍ରଭାବ ଏଡ଼ାଇବା ସହ ଏ ନେଇ ଲୋକ ମାନଙ୍କୁ କିଭଳି ସଚେତନ କରାଯିବ ସେ ସମ୍ପର୍କ ରେ ଆଲୋଚନା କରାଯାଇଥିଲା ⎸ସଚେତନ କାର୍ଯ୍ୟକ୍ରମରେ ନବରଙ୍ଗପୁର ବ୍ଲକ ତହସିଲଦାର ଶ୍ରୀ ରବୀନ୍ଦ୍ର ରାଉତ ,ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀ ସୁକାନ୍ତ ପଟ୍ଟନାୟକ , ସିଡିପିଓ ଶ୍ରୀମତୀ କାଞ୍ଚନ ପଣ୍ଡା ,ଗୋଷ୍ଠୀ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସେଠୀ ,ଭାରପ୍ରାପ୍ତ ଏବିଇଓ ତଥା ବି.ଆର.ସି.ସି ଶ୍ରୀ ଜଗବନ୍ଧୁ ସୌରା , ସି.ଆର.ସି.ସି ବଡ଼ ମସିଗାଁ ଶ୍ରୀ ବାଲାଜୀ ସାହୁ, ଡ଼ଃ ନମିତା ମହାନ୍ତି, ସାନମସିଗାଁ ସରପଞ୍ଚ ଶ୍ରୀମତୀ ପୁଷ୍ପଲତା ମାଝୀ,ସାନମସିଗାଁ ପ୍ରଧାନ ଶିକ୍ଷକ ଶ୍ରୀ କୃଷ୍ଣ ନାୟକ, ସାନମସିଗାଁ ଅଞ୍ଚଳ ର ଲୋକ ପ୍ରତିନିଧିଗଣ ତଥା ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ⎸ଏହି ଅବସର ରେ ସାନମସିଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ଶ୍ରୀ ପ୍ରଭାକର ଦାଶ ଏବଂ ଭିବିଡ଼ିଟିଏସ ଶ୍ରୀ ଆଦିତ୍ୟ ବିକ୍ରମ ତ୍ରିପାଠୀ ଡେଙ୍ଗୁ ସମ୍ବନ୍ଧୀୟ ସଚେତନ ବାର୍ତ୍ତା ଦେବା ସହ ଡେଙ୍ଗୁର ଲକ୍ଷଣ(ଲକ୍ଷଣ: ଜ୍ୱର ସହ ଭୀଷଣ ହାଡ଼ ଗଣ୍ଠି ବିନ୍ଧା ,ବାନ୍ତି ହେବା ,ମୁଣ୍ଡ ବିନ୍ଧା, ଆଖି କରୋଡ ଦରଜ ହେବା , ଦେହ ରେ ଲାଲ ଲାଲ ଦାଗ ଇତ୍ୟାଦି) ଓ ନିରାକରଣ ବିଷୟ ରେ ଅଞ୍ଚଳବାସୀ,ଜନପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ ⎸ ଡେଙ୍ଗୁ ସମ୍ବନ୍ଧୀୟ ଏକ ସଚେତନ ବାର୍ତ୍ତା ଭିଡିଓ ସୋ’ ମାଧ୍ୟମରେ ପରିବେଷଣ କରାଯାଇଥିଲା ⎸ ସମସ୍ତ ଶିକ୍ଷାନୁଷ୍ଠାନ ର ପରିବେଶ ନିର୍ମଳ ରଖିବା ସହ ବିଦ୍ୟାଳୟ ଅନ୍ତେବାସୀ ମାନେ କିପରି ମଶାରୀ ର ସଠିକ ବ୍ୟବହାର କରିବେ ତାହା ଉପରେ ଶ୍ରୀ ଜଗବନ୍ଧୁ ସୌରା ଆଲୋକପାତ କରିଥିଲେ ⎸ ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀ ସୁକାନ୍ତ ପଟ୍ଟନାୟକ ଆମ ପଡୋଶୀ ଜିଲ୍ଲା ଗୁଡିକରେ ଡେଙ୍ଗୁ ର ପାଦୁର୍ଭାବ ବୃଦ୍ଧି ସହ ରୋଗ ର ଲକ୍ଷଣ , ଭୟାଭହତା ସମ୍ପର୍କ ରେ ଅବଗତ କରାଇବା ସହ ବେଳ ଥାଉ ସତର୍କ ରହିବା ର ପନ୍ଥା ଉପରେ ବୁଝାଇଥିଲେ ⎸ ଡେଙ୍ଗୁ ପୀଡିତ ଙ୍କ କ୍ଷେତ୍ର ରେ ରକ୍ତ ର ପ୍ଲେଟଲେଟ କମିଯିବା ,ରକ୍ତସ୍ରାବ ହୋଇ ରକ୍ତହୀନତା ହେବା ପରିପ୍ରେକ୍ଷୀ ରେ “ରକ୍ତ ଓ ସମ୍ପର୍କ” ର ବିକଳ୍ପ ନଥିବା ଦିଗରେ ଆଲୋକପାତ କରିଥିଲେ ⎸ନିୟମିତ ଔଷଧ ବୁଡ଼ା ମଶାରୀ ର ସଠିକ ବ୍ୟବହାର,ପରିବେଶ ନିର୍ମଳ ତତ ସହ ରୋଗ ଲକ୍ଷଣ ଦେଖିବାକ୍ଷଣି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ରକ୍ତପରୀକ୍ଷା କରେଇ ସେଠାରେ ଚିକିତ୍ସା କରିବା ଲାଗି କହିଥିଲେ ⎸ ମିଶନଶକ୍ତି ,ଅଙ୍ଗନବାଡି କର୍ମୀ ତଥା ଗ୍ରାମ କଲ୍ୟାଣ ସମିତି ବୈଠକ ମାଧ୍ୟମରେ ଗ୍ରାମ ର ପ୍ରତ୍ୟେକ ଘରେ ସମସ୍ତେ କିପରି ନିୟମତ ଔଷଧ ବୁଡ଼ା ମଶାରୀ ଟାଙ୍ଗି ଶୋଇବେ,ପରିବେଶ ସଫା ରଖିବେ ତାହା ଉପରେ ଶ୍ରୀମତୀ କାଞ୍ଚନ ପଣ୍ଡା ଆଲୋକପାତ କରିଥିଲେ ⎸ଆବାସିକ ବିଦ୍ୟାଳୟ ଅନ୍ତେବାସୀ ମାନେ କିପରି ନିୟମିତ ଔଷଧ ବୁଡ଼ା ମଶାରୀ ର ସଠିକ ବ୍ୟବହାର କରିବେ ଓ ତାହାର ତଦାରଖ କରିବା ଦିଗ ରେ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସେଠୀ ଆଲୋଚନା କରିଥିଲେ ⎸ ପାଣି ଜମା ସ୍ଥାନ ଗୁଡିକ ରୁ ପାଣି ନିଷ୍କାସନ କରିଦେବା , ଖାଲଖମା ଓ ଅବ୍ୟବହୃତ ପାତ୍ର ସାମଗ୍ରୀ,ଭଙ୍ଗା ମାଠିଆ ,କୁଣ୍ଡ ,ପ୍ଲାଷ୍ଟିକ ଜିନିଷ, ବ୍ୟବହୃତ ଚା କପ ଇତ୍ୟାଦି କୁ ଗାତ କରି ପୋତିବା ଲାଗି, ପାଣି କୁଣ୍ଡ ,ପାତ୍ର ୨ରୁ ୩ ଦିନ ବ୍ୟବଧାନ ରେ ପାଣି ବଦଳାଇ ସଫା ରଖିବା ଓ ତା ସହ ନିୟମତ ଔଷଧ ବୁଡ଼ା ମଶାରୀ ଟାଙ୍ଗି ଶୋଇବା ଲାଗି ଶ୍ରୀ ରବୀନ୍ଦ୍ର ରାଉତ ଅଞ୍ଚଳବାସୀ,ଜନପ୍ରତିନିଧି ମାନଙ୍କୁ ବୁଝାଇଥିଲେ ⎸ସଚେତନ କାର୍ଯ୍ୟକ୍ରମକୁ ବିପିଏମ ଶ୍ରୀ ଶୁଭରଞ୍ଜନ ପଟ୍ଟନାୟକ ସଭା ପରିଚାଳନା କରିଥିବା ବେଳେ ପିଏଚଇଓ ଶ୍ରୀ ଆଶୁତୋଷ ପାଢ଼ୀ, ଶ୍ରୀ ଆଦିତ୍ୟ ବିକ୍ରମ ତ୍ରିପାଠୀ ଭିବିଡ଼ିଟିଏସ, ଶ୍ରୀ ହୃଷିକେଶ ସାହୁ, ଶ୍ରୀ ଜିତେନ୍ଦ୍ର ବନିଆ, ଶ୍ରୀ ମିହିର ତ୍ରିପାଠୀ,ଶ୍ରୀମତୀ କାବେରୀ ତ୍ରିପାଠୀ, ଶ୍ରୀ କୃଷ୍ଣ ମେହେର, ଶ୍ରୀମତୀ ଗୀତାଞ୍ଜଳି ପଟ୍ଟନାୟକ, ଶ୍ରୀମତୀ ସୀତା କେଉଟ , ଶ୍ରୀମତୀ ରମ୍ଭା ମଲ୍ଲିକ, ଶ୍ରୀ ଗୁପ୍ତେଶ୍ୱର ସେନ, ଶ୍ରୀ କମଳଲୋଚନ ତନ୍ତୀ,ଶ୍ରୀ ସୁନୀଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ⎸

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ସେଣ୍ଟପଲ ସ୍କୁଲରେ ରକ୍ତଦାନ ଶିବିର

Sunil Chandra Nayak

ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ଙ୍କ ଦ୍ଵାରା ବାବନ୍ଧ ଗ୍ରାମ ରେରକ୍ତ ଦାନ ଶିବିର ଓ ବଡ ସାହି ରାସ୍ତା ଉଦଘାଟିତ

Sunil Chandra Nayak

ଜଳବନ୍ଦୀ ଗୁରୁମାଇ ଗୁଡା ରେ ଦମନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!