ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରହସ୍ୟର ଦେବତା ଶ୍ରୀଜଗନ୍ନାଥ

      ରହସ୍ୟର ଦେବତା ଶ୍ରୀଜଗନ୍ନାଥ

         ମନୁଷ୍ୟ ଯେତେ ଶାସ୍ତ୍ର ଅଧ୍ଯୟନ କରୁପଛେ, ଯେତେ ଗବେଷଣା କରୁ ପଛେ; ଦାରୁ ବିଗ୍ରହ ଜଗନ୍ନାଥଙ୍କ ରହସ୍ୟ ଭେଦ କରିବା ତା ପକ୍ଷେ ଅସମ୍ଭବ । ଜଗନ୍ନାଥଙ୍କୁ ସେଥିପାଇଁ ପରମ ରହସ୍ୟ ଦେଵତା ବୋଲି କୁହାଯାଏ । ଯେକୌଣସି ଦିଗକୁ ବିଚାର କଲେ ବି ଜଗନ୍ନାଥଙ୍କ ରହସ୍ୟମୟ ତତ୍ତ୍ବକୁ ବୁଝିବା ସମ୍ଭବ ନୁହେଁ । ତଥାପି ମନୁଷ୍ୟ ଜଗନ୍ନାଥଙ୍କ ସ୍ବରୂପର ରହସ୍ୟ ଖୋଜିବା ଲାଗି ପ୍ରୟାସ କରିଆସିଛି । ଶ୍ରୀଜଗନ୍ନାଥଙ୍କ ଦାରୁ ବିଗ୍ରହକୁ ପ୍ରତିମା ଵୋଲି ଅନେକ ଭାବିଥାନ୍ତି । କିନ୍ତୁ ଏହା ପ୍ରତିମା ନୁହେଁ, ଏକ ପ୍ରତୀକ ଵୋଲି କୁହାଯାଇପାରେ । ପ୍ରତୀକ ହୋଇଥିବା ଯୋଗୁ ଜଗନ୍ନାଥ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରତିମା ରୂପରେ ପ୍ରକଟ ହୋଇଥାନ୍ତି । ପ୍ରତିମା ହୋଇଥିଲେ, ତାଙ୍କ ସ୍ବରୂପ ହୁଏତ ସେତେଟା ରହସ୍ୟମୟ ହୋଇନଥାନ୍ତା । କାରଣ ଭକ୍ତ ତାଙ୍କୁ କେଵଳ ଗୋଟିଏ ପ୍ରତିମା ଦେଖିଥାନ୍ତା । କିନ୍ତୁ ପ୍ରତିମା ହୋଇଥିବାରୁ ସେ ଭକ୍ତକୁ ନିଜ ଲୀଳା ଅନୁସାରେ ଭିନ୍ନ ଭିନ୍ନ ସ୍ବରୂପରେ ଦର୍ଶନ ଦେଇଥାନ୍ତି । ଭକ୍ତ ତାଙ୍କର ଭିନ୍ନ ଭିନ୍ନ ପ୍ରତିମା ଦେଖି ତାଙ୍କୁ ରହସ୍ୟମୟ ଦେବାତା ଭାବେ ଗ୍ରହଣ କରିଥାଏ । ଭିନ୍ନ ଭିନ୍ନ ବେଶରେ ଶ୍ରୀଜଗନ୍ନାଥ ଦର୍ଶନ ଦେଇ ନିଜର ସାର୍ବଜନୀନତାକୁ ପ୍ରମାଣ କରିଥାନ୍ତି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ସମସ୍ତଙ୍କ ଠାକୁର ଵୋଲି ଜଣାଇ ଦେଇଥାନ୍ତି । ତାଙ୍କର ବିଭିନ୍ନ ବେଶ ଭିନ୍ନ ଭିନ୍ନ ଲୀଳାକୁ ପ୍ରକଟ କରିଥାଏ । ଯେଉଁ ଭକ୍ତର ଭାବନା ଯେପରି ହୋଇଥାଏ, ସେ ସେହି ରୂପରେ ଜଗନ୍ନାଥଙ୍କୁ ଦର୍ଶନ କରିଥାଏ । ସେଥିପାଇଁ ଆବାହମାନ କାଳରୁ ରହସ୍ଯ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ଭିନ୍ନ ଭିନ୍ନ ଭକ୍ତ ଭିନ୍ନ ଭିନ୍ନ ରୂପରେ ଦେଖିଆସୁଛନ୍ତି । ତଥାପି ତାଙ୍କ ରହସ୍ୟମୟ ସ୍ବରୂପ ଆଜି ବି ଅନେକଙ୍କୁ ରହସ୍ୟ ଭଳି ଲାଗୁଛି ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,

ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର

Related posts

ସମାଜସେବୀ ଙ୍କ ଉଦ୍ୟମ ବଳରେ ମାନଝରି ଗାଁ ରେ ଲାଗିଲା ଟ୍ରାନ୍ସଫରମର   

Sunil Chandra Nayak

ବ୍ଳକ ସ୍ତରୁୟ ଆମ୍ ଆଦମୀ ପାର୍ଟିର ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ବିପଦ ସଙ୍କୁଳ ଅବସ୍ଥାରେ ଜୀବନ୍ତ ଲୁହା ବିଦ୍ୟୁତ୍ ଖୁଣ୍ଟ ,ବିଦ୍ୟୁତ୍ ବିଭାଗର ପଡୁନାହିଁ ଦୃଷ୍ଟି

Leave a Comment

error: Content is protected !!