ଚନ୍ଦାହାଣ୍ଡି ୨୦/୮(ମ ନି ସ)- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଂଚାୟତ ଅଧିନ ଚକାମାଲ ଗ୍ରାମ ରେ ମଶାଣୀ କୁ ଯିବା ପାଇଁ ରାସ୍ତା ନଥିବା ସହ ଗାଁ ରେ ଯାଇ ଥିବା ନାଳ ରେ ପୁରୁଣା କାଳିଆ କମ୍ ଉଚ୍ଚତା ର ପୋଲ ଯୋଗୁଁ , ଶବ ସତ୍କାର ପାଇଁ ପରିଜନ ଏବଂ ବାନ୍ଧବ ମାନେ ନାଳ ର ଛାତିଏ ପାଣି ପାର୍ କରି ଅତି କଷ୍ଟ ର ସହ ନାଳ ସେପଟ ମଶାଣୀ କୁ ନେଇ ଶବ ସତ୍କାର କରି ଥିଲେ । ଯାହା କୁ ନେଇ ଏଠାକାର ଜନସାଧାରଣ ଙ୍କ ମନରେ ତିବ୍ର ଅସନ୍ତୋଷ୍ଟ ଦେଖା ଦେଇଛି । ଏ ଦିଗରେ ପ୍ରଶାସନ ତୁରନ୍ତ ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବା କୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।ପ୍ରାପ୍ତ ସୂଚନାନୁସାରେ ଚକାମାଲ ଗ୍ରାମ ର ହରିଜନ ସାହି ର ମନିରାମ ସୁନାନୀ (୫୮) ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ରୁ ରୋଗ ରେ ପିଡିତ ଥାଇ , ଶନିବାର ଦିନ ସେ ମୃତବରଣ କରି ଥିଲେ l ମଶାଣୀ ଗାଁ ନାଳ ସେ ପଟେ ଥିବା ସହ ଲଗାଣ ବର୍ଷା ରେ ନାଳ ରେ ବନ୍ୟା ପାଣି ଛାତିଏ ଜମି କି ରହିଥିଲା । ନାଳ ରେ ଥିବା ୮୦ ଦଶକ ରେ ନିର୍ମିତ ପୋଲ କମ ଉଚତା ବିଶିଷ୍ଟ ହୋଇ ଥିବାରୁ ଏହା ଉପରେ ଦୁଇଫୁଟ ପାଣି ଥିବା ରୁ ଅନ୍ୟ ଉପାୟ ନ ପାଇ ପରିଜନମାନେ ଅତି କଷ୍ଟ ର ସହ ଶବ କୁ ଛାତିଏ ପାଣି ରେ କାନ୍ଧ ରେ ବୋହି ନାଳ ସେପଟେ ଥିବା ମଶାଣୀ କୁ ନେଇ ଶବ ସତ୍କାର କରି ଥିଲେ ।ପ୍ରଶାସନ ଦ୍ୱାରା ମଶାଣୀ ଗ୍ରୁହ ଦିଆ ଯାଇ ନ ଥିବା ରୁ ବର୍ଷା ପାଣି ରେ ତିନ୍ତି ତିନ୍ତି ଶବ ସତ୍କାର କରି ଥିଲେ । ଏହା କୁ ନେଇ ଗ୍ରାମବାସୀ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ୍ଟ ଦେଖାଦେବା ସହ ତୁରନ୍ତ ପ୍ରଶାସନ ଦ୍ରୁଷ୍ଟି ଦେଇ ପଦକ୍ଷେପ ନବା କୁ ଦାବୀ କରିଛନ୍ତି । ପ୍ରକାଶ ଥାଉକି ଚକାମାଳ ଏବଂ ଅନକାବେଡା ପଂଚାୟତ ସଦର ମଝିରେ ଏକ ନାଳ ରହିଛି । ୮୦ ଦଶକ ରେ ତତ୍କାଳୀନ ଅନକାବେଡା ପଂଚାୟତ ସରପଂଚ ସ୍ୱର୍ଗତ ମୁକୁନ୍ଦ ପାଣ୍ଡେ ଙ୍କ ପ୍ରଚେଷ୍ଟା ରେ ଏକ କମ ଉଚ୍ଚତା ର ପୋଲ ନିର୍ମାଣ କରା ଯାଇଥିଲା । ବର୍ତମାନ ଏହା ଭଗ୍ନ ଅବସ୍ଥା ରେ । ଏହାରି ଭିତରେ ଅନକାବେଡା ଠାରୁ କୋନ୍ଦିଓଡା ଛକ ପ୍ରର୍ଯ୍ୟନ୍ତ ଆର୍ ଡି ରୋଡ ତିଆରି ହୋଇଛି । ଆର୍ ଡି ରୋଡ ତିଆରି ହୋଇ ଥିଲେ ମଧ୍ୟ ପୁରୁଣା ପୋଲ କୁ ଉଚ୍ଚତା ଭାବରେ ନିର୍ମାଣ କରା ନ ଯାଇ ଏହାରି ଉପରେ ପିଚୁ ପକାଇ କାମ ସାରି ଦେଇଛନ୍ତି । ବର୍ଷା ମାସରେ ନାଳ ବନ୍ୟାପାଣି ରେ ଫୁଲି ଉଠିଲେ ପୋଲ ଉପରେ ୩ ରୁ ୪ ଫୁଟ ଚଢି ଅନକାବେଡା ଏବଂ ଚକାମାଳ ର ଯୋଗା ଯୋଗ ବିଛିନ୍ନ ହୋଇ ପଡିଥାଏ । ସେ ପଟେ ଥିବା ବିଲ କୁ କିମ୍ବା ପଂଚାୟତ କାର୍ଯ୍ୟଳୟ କୁ ଗଲେ ଲୋକଙ୍କୁ ୫ କି ମି ବରିଗୁଡା ଛକ ଦେଇକି ଜିବା କୁ ପଡିଥାଏ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଏ ବାବଦ ରେ ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧି ଙ୍କୁ ଗୁହାରି କଲେ ହଁ ରେ ହଁ ମାରି କେବଳ ମାପ ନେଇ ସେମାନେ ଉଭାନ ହୋଇ ଜାଉଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଏ ସଂପର୍କ ରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରାଜେଶ ସୋରେନ କୁ ପଚାରିବା ରୁ ଏହା କୁ ଉଚ୍ଚତା ବିଶିଷ୍ଟ କରି ନିର୍ମାଣ କରା ଯିବା ପାଇଁ ପଦକ୍ଷେପ ନିଆଜିବ ବୋଲି ସେ ପ୍ରକାଶ କରିଛନ୍ତି । ଏ ଦିଗରେ ଜିଲ୍ଲା ପ୍ରଶାସନ ଦ୍ରୁଷ୍ଟି ଦେଇ ପଦକ୍ଷେପ ନେବା କୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।
ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ