ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନନ୍ଦ ବଜାର ସ୍ଥିତ ରଗଡି ସାହି ଭାଗବତ ଜୀଉ ମନ୍ଦିର ପ୍ରାଙ୍ଗଣରେ ୪୦ ତମ ନନ୍ଦ ଉତ୍ସବ ପାଳିତ

ଢେଙ୍କାନାଳ ଆନନ୍ଦ ବଜାର ସ୍ଥିତ ଭଗବତ ଜୀଉ ମନ୍ଦିର ପ୍ରାଙ୍ଗଣରେ ୪୦ ତମ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ ଭଗବତ ଜୀଉ ମନ୍ଦିର ୧୯୫୦ ମସିହାରେ ପ୍ରତିଷ୍ଠା ହୋଇ ଥିଲା। କିନ୍ତୁ କରୋନା କଟକଣା ଯୋଗୁଁ ବିଗତ ୨ ବର୍ଷ ହେଲା ଏହି ନନ୍ଦ ଉତ୍ସବ ବନ୍ଦ ଥିଲା । ଚଳିତ ବର୍ଷ କିନ୍ତୁ ଯାକ ଯମକରେ ପାଳନ ହୋଇଛି । ମଧ୍ୟାହ୍ନ ରୁ ସଂକିର୍ତ୍ତନ ମଣ୍ଡଳ ସହ ନନ୍ଦରାଜା ଓ ନନ୍ଦରାଣୀ ସହିତ କୃଷ୍ଣ ବଳରାମ ବେଶରେ ସହର ପରିକ୍ରମା କରିଥିଲେ । ନନ୍ଦରାଜା ବେଶରେ କାଳନ୍ଦି ସାହୁ, ନନ୍ଦରାଣୀ କାହୁ ବେହେରା , ହନୁମାନ ବେଶରେ ପପୁ ପ୍ରଧାନ । ବଡ ଶ୍ରୀକୃଷ୍ଣ ବେଶରେ ଶୁଭମ ନାୟକ ଓ ସାନ କୃଷ୍ଣ ସମ୍ଭିତ ରାଉତ, ବଳରାମ ବେଶରେ ସାହିଲ ନାୟକ ଓ ସୁଦାମ ବେଶରେ ଦିପକ ରାଉତ୍,ସୁବଳ ବେଶରେ ଶୁଭମ ଜେନା, ସଭାପତି ଗୋପିନାଥ ବାରିକ, କୋଷାଧକ୍ଷ ଦିପୁ ଦଳେଇ, କୁଳ ଗୁରୁ ପୁରୋହିତ ଜଗଦାନନ ତ୍ରିପାଠୀ ଓ ସାହି ର ସମସ୍ତ ଭକ୍ତ ବୃନ୍ଦ ଓ କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଏହି ନନ୍ଦ ଉତ୍ସବ ଟି ପାଳନ ହୋଇଥିଲା । ସନ୍ଧ୍ୟା ୬ ଟା ସମୟରେ ମନମୋହନ ସାହୁ ଙ୍କ ଦ୍ଵାରା ଦହିହାଣ୍ଡି ଭାଙ୍ଗିବା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ମିଛ ମଣିଷ

Sunil Chandra Nayak

ଗୋକୁଳେଶ୍ୱର ମଣ୍ଡିରେ କଟନୀ ଛଟନୀ କୁ ଚାଷୀ ଙ୍କ ବିରୋଧ , ଦୁଇଦିନ ହେଲା ମଣ୍ଡି ରେ ପଡିଛି ସହ ସହ ବସ୍ତା ଧାନ

Sunil Chandra Nayak

ସରକାରୀ ଆଇ ଟି ଆଇ ସ୍ଥାନାନ୍ତର କୁ ବିରୋଧ କରି କ୍ରିୟାନୁଷ୍ଠାନ କମିଟିର ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର

Leave a Comment

error: Content is protected !!