ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାର୍ଯ୍ୟରତ ଥିବାବସ୍ଥାରେ ମୃତ୍ୟୁବରଣ କରିଥିବା ଶିକ୍ଷକ ମାନଙ୍କ ପରିବାର କୁ ପୁନର୍ବାସ ଯୋଜନାରେ ଚାକିରି ନିଯୁକ୍ତି ନିମନ୍ତେ ଦାବିପତ୍ର

ଢ଼େଙ୍କାନାଳ: ଏଠାରେ ସୂଚନାଯୋଗ୍ୟ ଯେ, ଅଭିଯୋଗ କାରୀ ମାନଂକ ପିତା, ମାତା ଓ ସ୍ବାମୀ ମାନେ ଯଥା ସମସ୍ତେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ପ୍ରାୟ ୩୫ ବର୍ଷରୁ ୪୦ ବର୍ଷ ହେବ କାର୍ଯ୍ୟ ସଂମ୍ପାଦନ କରି ଆସୁଥିଲେ । କିନ୍ତୁ ୨୦୧୦ ମସିହା ଠାରୁ ୨୦୧୭ ମସିହା ମଧ୍ୟରେ ପିତା, ମାତା ଓ ସ୍ବାମୀ ମାନେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟ ସଂମ୍ପାଦନ ସମୟରେ ମୃତ୍ୟୁ ବରଣ କରିଥିଲେ । ଫଳ ରେ ସେମାନଙ୍କର ପରିବାର ସଦସ୍ୟ ଙ୍କ ଜୀବନ ସମ୍ପୂର୍ଣ ଅନ୍ଧାର ରେ ଗତି କରୁଛି। ଏହି ଉଜୁଡ଼ି ଯାଇଥିବା ପରିବାର ମାନଙ୍କରେ ବହୁତ ଅବିବାହିତା ପୁଅ ଝିଅ ଅଛନ୍ତି,ପୁଣି କେତେ ଜଣଙ୍କ ପରିବାରରେ ରୋଗାଗ୍ରସ୍ତ ସଦସ୍ୟ ବି ଅଛନ୍ତି । ସେମାନଙ୍କୁ ପିତା, ମାତା ଓ ସ୍ଵାମୀଙ୍କ ମିଳୁଥିବା ସମ୍ୟକ୍ ପେନସନ୍ ସଂପୂର୍ଣ୍ଣ ପରିବାର ପ୍ରତିପୋଷଣ କରି ବାକୁ ନିଅଣ୍ଟ ହେଉଛି। ସେମାନେ ୨୦୧୧ ମସିହା ଠାରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ସରକାରଙ୍କ ନିୟମ ଅନୁଯାୟୀ ପୁନର୍ବାସ ଯୋଜନାରେ ଚାକିରୀ ନିମନ୍ତେ ଆବେଦନ କରି ଥିଲେ। ଯାହାକୁ ନେଇ ପ୍ରାୟ ୫ ବର୍ଷରୁ ୧୦ ବର୍ଷ ହେବ ବିଭାଗୀୟ ଅଧିକାରୀ ମାନେ ପୁଣି ଥରେ ଥଇଥାନ କରିବାକୁ କେବଳ ସ୍ବାନ୍ତନା ଦେଉଛନ୍ତି। ପ୍ରତୀକ୍ଷା କରି କରି ସେମାନଙ୍କ ଭବିଷ୍ୟତ ପ୍ରାୟ ନଷ୍ଟ ହେବାକୁ ବସିଲାଣି ତତ୍ ସହିତ ବର୍ତ୍ତମାନ ପରିସ୍ଥିତିକୁ ଦେଖ୍ ନିଜେ ବଞ୍ଚିବାର ଆଶା ହରାଇ ବସିଲେଣି।ଏହିପରି କରୁଣ କାହାଣୀ କହି ଲିଖିତ ଆକାରରେ ପୁନର୍ବାସ ଯୋଜନାରେ ସାମିଲ କରାଇବାକୁ ହସିମା ଖାତୁନ, ବିଦ୍ୟାପ୍ରଭା ସେଠୀ, ପ୍ରବିଣା ବେହରା, କୃଷ୍ଣ ଗୋଛାୟତ , ଆଲୋକ ସେଠ, ବିଷ୍ଣୁଚରଣ ବାରିକ ଢ଼େଙ୍କାନାଳ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଭିଜିଲାନ୍ସ ଜାଲରେ ସରକାରୀ ଡାକ୍ତର

Sunil Chandra Nayak

ଖଡ଼ିଆଳ ପୌର ନିର୍ବାଚନ – କଂଗ୍ରେସ ର ବିଶାଳ ରେଲି

Sunil Chandra Nayak

କେସିଙ୍ଗା ୧୯୯୭ ରୋପ୍ୟ ସଂଗଠନ ପକ୍ଷରୁ ରୋଗୀଙ୍କୁ ଫଳ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!